ଓଡିଶା

ଫାଟିଲା ଗ୍ୟାସ୍‌ ସିଲିଣ୍ଡର, ଜଳିଗଲା ୧୦ ବଖରା

ଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା କମଳାପଦର ଗାଁରେ ଗ୍ୟାସ୍ ସିଲିଣ୍ଡର ଫାଟି ଘଟିଛି ଅଘଟଣ। ଏହି ଅଗ୍ନିକାଣ୍ଡରେ ୪ଟି ପରିବାର ର ୧୦ବଖରା ଘର ଗଳି ଯାଇଛି। ଆଜି ଭୋରୁ ୪ଟା ସମୟରେ ଏହି ଅଘଟଣ ଘଟିଛି।

ଆଜି ଭୋର ସମୟରେ ହଠାତ୍ ଜଣଙ୍କ ଘରେ ଏକ ଗ୍ୟାସ ଟାଙ୍କି ଫାଟି ଯାଇଥିଲା। ଫଳରେ ହୁତୁହୁତୁ ହୋଇ ନିଆଁ ଜଳିବା ସହ ଆଖି ପିଛୁଳାକେ ଚାରିଆଡ଼େ ବ୍ୟାପି ଯାଇଥିଲା।

ଏହି ଅଗ୍ନିକାଣ୍ଡ ଯୋଗୁ ୪ଜଣଙ୍କ ୧୦ ବଖରା ଘର ସମେତ ସମସ୍ତ ଆସବାବପତ୍ର ଜଳି ପାଉଁଶ ହୋଇ ଯାଇଥିଲା।

ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ କରିବାକୁ ଚେଷ୍ଟା ଜାରି ରଖିଛନ୍ତି। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରାଯାଇ ନ ଥିବା ଜଣାଯାଇଛି। ବାସାହୀନ ପରିବାରଙ୍କୁ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି ଗ୍ରାମବାସୀ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button