ଓଡିଶା

ଜେଲ୍ ସ୍ଥାନାନ୍ତର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ

ଭୁବନେଶ୍ବର: ରାଜଧାନୀର ମଧ୍ୟ ଭାଗରେ ଥିବା ଝାରପଡ଼ା ଜେଲ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ‘ଆଞ୍ଚଳିକ ସୁରକ୍ଷା ମଞ୍ଚ’ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିକଟରେ ଦାବି କରାଯାଇଛି। ମଞ୍ଚର ସଭାପତି ଜଗନ୍ନାଥ ପ୍ରଧାନ ଆଜି ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ଦାବିପତ୍ର ପ୍ରଦାନ କରିବା ସହ ଝାରପଡ଼ା ଜେଲ୍ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ହେଉଥିବା ସମସ୍ୟା ସମ୍ପର୍କରେ କହିଥିଲେ।

ଜେଲ୍ ସ୍ଥାନାନ୍ତର ପରେ ଏଠାରେ ଏକ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ କରାଯାଉ।

ସେହିପରି ସ୍ଥାନୀୟ ଅଞ୍ଚଳରେ ଓପୋଲଫେଡ୍ ଅଧୀନରେ ଥିବା ୧୬ଏକର ଜାଗାରେ ଏକ ଆଧୁନିକ ଖେଳ ପଡ଼ିଆ ଓ ପାର୍କ ନିର୍ମାଣ କରିବାକୁ ଅନୁରୋଧ କରିଛନ୍ତି। ଏହାଦ୍ବାରା ସ୍ଥାନୀୟ ଝାରପଡ଼ା, ଲକ୍ଷ୍ମୀସାଗର ଅଞ୍ଚଳର ଲକ୍ଷାଧିକ ଲୋକ ଉପକୃତ ହେବେ। ମୁଖ୍ୟମନ୍ତ୍ରୀ ସବୁ ଶୁଣିବା ପରେ ଏନେଇ ବିଚାର କରିବେ ବୋଲି କହିଥିବା ଶ୍ରୀ ପ୍ରଧାନ କହିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button