ଦେଶ ବିଦେଶ

OSSC ଆଣିଲା ବଡ଼ ନିଯୁକ୍ତି: ANM, ଫାର୍ମାସିଷ୍ଟ, ଷ୍ଟାଫ୍ ନର୍ସ ପଦ ପାଇଁ ବାହାରିଲା ବିଜ୍ଞପ୍ତି, ଦେଖନ୍ତୁ ପୁରା ସୂଚନା

ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ତରଫରୁ ନିକଟରେ କିଛି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଏବେ ପୁଣି ଆସିଛି ନିଯୁକ୍ତି ସୁଯୋଗ । ଏଏନଏମ (କେବଳ ମହିଳା), ଜୁନିୟର ଲାବୋରେଟୋରୀ ଟେକ୍ନିସିଆନ, ଫାର୍ମାସିଷ୍ଟ, ଷ୍ଟାଫ୍ ନର୍ସ (କେବଳ ମହିଳା) ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅକ୍ଟୋବର ୩୦ରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ନଭେମ୍ବର ୨୯ରେ ତାହା ସମାପ୍ତ ହେବ ।

Ossc

ଏଏନଏମ୍ ପଦ ପାଇଁ ପ୍ରାର୍ଥୀ ଯୁକ୍ତଦୁଇ ପାସ୍ କରିବା ସହ ଓଡ଼ିଶା ଷ୍ଟେଟ ନର୍ସିଂ ଆଣ୍ଡ ମିଡୱାଇଫ୍ ବୋର୍ଡ ଦ୍ୱାରା ପରିଚାଳିତ ହେଲଥ୍ ୱାର୍କର ମହିଳା ଟ୍ରେନିଂ କୋର୍ସ କରିଥିବେ । ଜୁନିୟର ଲାବ୍ ଟେକ୍ନିସିଆନ ପଦ ପାଇଁ ପ୍ରାର୍ଥୀ ଯୁକ୍ତଦୁଇ ସାଇନ୍ସ ସହିତ ମେଡିକାଲ ଲାବୋରେଟୋରୀ ଟେକ୍ନୋଲୋଜିରେ ଡିପ୍ଲୋମା କରିଥିବେ ।

ଫାର୍ମାସିଷ୍ଟ ପଦ ପାଇଁ ପ୍ରାର୍ଥୀ ଯୁକ୍ତଦୁଇ ସାଇନ୍ସ ସହ ଏଆଇସିଟିଇ ସ୍ୱୀକୃତିପ୍ରାପ୍ତ ସଂସ୍ଥା ଦ୍ୱାରା ଫାର୍ମାସୀରେ ଡିପ୍ଲୋମା କରିଥିବେ । ସେହିପରି ଷ୍ଟାଫ ନର୍ସ ପଦ ପାଇଁ ପ୍ରାର୍ଥୀ ଯୁକ୍ତଦୁଇ ସାଇନ୍ସ ସହ ଆଇଏନସି ଅନୁମୋଦିତ ସଂସ୍ଥା ଦ୍ୱାରା ଜିଏନଏମ୍ କରିଥିବେ । ଓଏସଏସସିର ଅଫିସିଆଲ ୱେବସାଇଟ https://www.ossc.gov.in/Public/OSSC/Default.aspx କୁ ଯାଇ ପ୍ରାର୍ଥୀମାନେ ସବିଶେଷ ତଥ୍ୟ ପାଇ ପାରିବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button