ସ୍ୱାସ୍ଥ୍ୟ

ନାଲି କଦଳୀ ଖାଆନ୍ତୁ ଦୂର ହେବ ଏହିସବୁ ସ୍ୱାସ୍ଥ୍ୟ ସମସ୍ୟା, ଜାଣନ୍ତୁ ନାଲି କଦଳୀ ଖାଇବାର ଫାଇଦା

କଦଳୀ ଏମିତି ଏକ ଫଳ ଯାହା ସବୁଠାରୁ ଅଧିକ ଖିଆଯାଇଥାଏ। କଦଳୀ ଖାଇବାକୁ ବହୁତ ଲୋକ ପସନ୍ଦ କରନ୍ତି। କିନ୍ତୁ ଅଧିକାଂଶ ଲୋକ ସାଧାରଣତଃ ହଳଦିଆ ଚୋପା ବିଶିଷ୍ଟ କଦଳୀ ଖାଇଛନ୍ତି। ନାଲି ଚୋପା କଦଳୀ ସମ୍ଭବତଃ ବହୁତ ଲୋକ ଖାଇନଥିବେ। ଆଶ୍ଚର୍ଯ୍ୟ ଲାଗୁଛି କି ? ନାଲି କଦଳୀ ବି ଥାଏ। ଏହା ପୋଷକ ତତ୍ଵ ରେ ଭରପୁର।

ନାଲି କଦଳୀରେ ୧୧ ଖଣିଜ, ୬ ଭିଟାମିନ, ଫାଇବର ଓ କାର୍ବୋହାଇଡ୍ରେଟ୍ସ ରହିଛି। ସେଥିପାଇଁ ଏହି କଦଳୀ ଖାଇବା ମାତ୍ରେ ଶକ୍ତି ମିଳିଥାଏ। ନାଲି କଦଳୀରେ ଆହୁରି ଅନେକ ଗୁଣ ରହିଛି। ସାଧାରଣ କଦଳୀ ଠାରୁ ନାଲି କଦଳୀରେ ଅଧିକ ପୋଷକ ତତ୍ଵ ରହିଛି। ଏହାର ସ୍ୱାଦ ମଧ୍ୟ ଭିନ୍ନ। ଏହା ସାମାନ୍ୟ କଦଳୀ ଅପେକ୍ଷା ଅଧିକ ମିଠା। ଆଣ୍ଟିଅକ୍ସିଡେଣ୍ଟ ଗୁଣରେ ଭରପୁର ଏହି କଦଳୀ ସାଧାରଣତଃ ଦକ୍ଷିଣ ଭାରତରେ ଉପଲବ୍ଧ।

Red banana

ନାଲି କଦଳୀରେ ବହୁ ମାତ୍ରାରେ ଫାଇବର୍ ରହିଛି। ସେଥିପାଇଁ ଅଧିକ ସମୟ ଯାଏଁ ଭୋକ ଲାଗିନଥାଏ। ଗୋଟିଏ ନାଲି କଦଳୀରେ ୯୦ ରୁ ୧୦୦ କ୍ୟାଲୋରୀ ଓ ଭଲ କାର୍ବୋହାଇଡ୍ରେଟ୍ସ ରହିଛି। ଏହା ଓଜନ କମ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ନାଲି କଦଳୀରେ ଭରପୁର ମାତ୍ରାରେ ପୋଟାସିୟମ ରହିଛି ଯାହା କିଡନୀରେ ଷ୍ଟୋନ ହେବାରେ ରୋକିଥାଏ। ଶରୀର ମାତ୍ରାଧିକ କ୍ୟାଲସିୟମ ରୋକିବାରେ ସାହାଯ୍ୟ କରିଥାଏ।

ଏହା ଦ୍ୱାରା ହାଡ ମଜବୁତ ହୋଇଥାଏ। ନିୟମିତ ନାଲି କଦଳୀ ସେବନ କଲେ ରକ୍ତଚାପ ନିୟନ୍ତ୍ରଣ କରିଥାଏ। ଏହାଦ୍ୱାରା ହୃଦ ଜନିତ ରୋଗର ସମ୍ଭାବନା ମଧ୍ୟ କମ ଥାଏ। ମ୍ୟାଗନେସିୟମ ଓ ପୋଟାସିୟମ ନିକୋଟିନ ଛାଡିବାରେ ସାହାଯ୍ୟ କରିଥାଏ। ଏହାଦ୍ୱାରା ଧୂମପାନ ଇଚ୍ଛା କମ ହୋଇଥାଏ। ନାଲି କଦଳୀ ସେବନ ଦ୍ୱାରା ଶରୀରକୁ ଶକ୍ତି ମଧ୍ୟ ମିଳିଥାଏ।

ନାଲି କଦଳୀ ଆଣ୍ଟିଅକ୍ସିଡେଣ୍ଟ ଇ ଭିଟାମିନରେ ଭରପୁର ଯାହା ରକ୍ତର ଗୁଣ ଓ ହେମୋଗ୍ଲୋବିନ ସ୍ଥରରେ ସୁଧାର ଆଣିଥାଏ। ଏହା ଶରୀରର ପ୍ରତିରୋଧକ କ୍ଷମତା ମଧ୍ୟ ବୃଦ୍ଧି କରିଥାଏ। ନାଲି କଦଳୀରେ ଭିଟାମିନ ବି-୬ ରହିଛି ଯାହା ଲାଲ ରକ୍ତ କଣିକା ନିର୍ମାଣ କରିବାରେ ସାହାଯ୍ୟ କରିଥାଏ।ନାଲି କଦଳୀ ତ୍ୱଚା ପାଇଁ ମଧ୍ୟ ଲାଭଦାୟକ। ନାଲି କଦଳୀରେ ତିଆରି ଫେସ୍ ପ୍ୟାକ୍ ତ୍ୱଚାରେ ଚମକ ବଢାଇଥାଏ। ନାଲିକଦଳୀ, ମହୁ ଓ ଓଟ୍ସରେ ଫେସ୍ ପ୍ୟାକ୍ ପ୍ରସ୍ତୁତ କରି ଲଗାଇ ପାରିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button