ଧର୍ମ

କାର୍ତ୍ତିକ ମାସରେ କ’ଣ ଖାଇବେ ଓ କ’ଣ ଖାଇବେ ନାହିଁ? ଜାଣନ୍ତୁ କାର୍ତ୍ତିକ ମାସର ସଂପୂର୍ଣ୍ଣ ବିଧି

ହିନ୍ଦୁ ଧର୍ମରେ ଏହି ମାସର ସ୍ୱତନ୍ତ୍ର ଗୁରୁତ୍ୱ ରହିଛି। ଏହି ମାସରେ ଏକାସଙ୍ଗେ ଅନେକ ପର୍ବପର୍ବାଣୀ ମଧ୍ୟ ପଡ଼ୁଛି। ଏଣୁ କେହି କେହି ଏହାକୁ ପର୍ବମାସ ବୋଲି ମଧ୍ୟ କହିଥାନ୍ତି। ତେବେ କାର୍ତ୍ତିକ ମାସର କେବଳ ଧର୍ମ ସହ ନୁହେଁ, ବରଂ ଶରୀର ସହ ମଧ୍ୟ ଏହାର ସମ୍ପର୍କ ରହିଛି। ଏହି ଋତୁରେ ରୋଗାଗ୍ରସ୍ତ ହେବାର ସମ୍ଭାବନା ଅଧିକ ରହିଥାଏ। ଏଣୁ ଏ ଅବସରରେ ଧାର୍ମିକ ଓ ବୈଜ୍ଞାନିକ ଦୃଷ୍ଟିରୁ ମଧ୍ୟ କେତେକ ଖାଦ୍ୟକୁ ଖାଇବାରୁ ବିରତ ରହିବା ଉଚିତ। ଆସନ୍ତୁ ଜାଣିବା କାର୍ତ୍ତିକରେ କେଉଁ କେଉଁ ଖାଦ୍ୟ ଖାଇବା ମନା…

1-କାର୍ତ୍ତିକ ମାସରେ ପ୍ରାତଃ ସ୍ନାନ କରିବା ଦ୍ଵାରା କୋଟିପୂଣ୍ୟ ପ୍ରାପ୍ତ ହୋଇଥାଏ । ଏହା ଦ୍ଵାରା ଆପଣଙ୍କ ଶରୀର ସୁସ୍ଥ ରହିବା ସହ ମନ ପ୍ରଫୁଲ୍ଲିତ ରହିଥାଏ ।

2- କାର୍ତ୍ତିକ ମାସରେ ଆପଣ ଯଦି ସମ୍ଭବ ନିହାତି ନିଷ୍ଠାର ସହ କାର୍ତ୍ତିକ ବ୍ରତ ରଖନ୍ତୁ । ଏହାଦ୍ବାରା ବହୁ ପୂଣ୍ୟଫଳ ପ୍ରାପ୍ତ ହୋଇଥାଏ ।

3-କାର୍ତ୍ତିକ ମାସରେ ସକାଳୁ ସ୍ନାନ କରି ସୂର୍ଯ୍ୟଦେବ, ମା’ ବୃନ୍ଦାବତୀଙ୍କ ନିକଟରେ ଓ ମନ୍ଦିରରେ ଦୀପ ପ୍ରଜ୍ଵଳନ କରନ୍ତୁ ।

4-କାର୍ତ୍ତିକ ମାସରେ ଖଟ, ତକିଆ, ଗଦିରେ ନଶୋଇ ଭୂମୀରେ ଶୋଇବାକୁ ଶ୍ରେଷ୍ଠ ମାନାଯାଇଥାଏ ।

5-କାର୍ତ୍ତିକ ମାସରେ ନିହାତି ଭାବେ ମା’ ବୃନ୍ଦାବତୀଙ୍କର ପୂଜନ ତଥା ତୁଳସୀ ପୂଜନ କରନ୍ତୁ ।

6-କାର୍ତ୍ତିକ ମାସରେ ଅଁଳା ଗଛର ପୂଜନ ସହ ସେଠାରେ ବ୍ରାହ୍ମଣ ମାନଙ୍କୁ ଭୋଜନ କରାଇବା ବହୁତ ଶୁଭ ଅଟେ ।

7-କାର୍ତ୍ତିକ ମାସରେ ନିଜ ଶରୀରରେ ତୈଳ ଲଗାଇବା ଅନୁଚିତ । ତେଣୁ ଯଦି ସମ୍ଭବ କାର୍ତ୍ତିକ ମାସରେ ଶରୀରରେ ତେଲ ଲଗାନ୍ତୁ ନାହିଁ ।

8-କାର୍ତ୍ତିକ ମାସରେ ଗାଜର, ସଲଗମ, ପିଆଜ, ରଶୁଣ, ମୂଳା, ହେଙ୍ଗୁ, ସଜନା, ବାଇଗଣ, ପାଣିକଖାରୁ, ପଣଷ, ତରଭୁଜ ଓ କଇଥ ଆଦି ଖାଇବା ଅନୁଚିତ । ଏହା ଛଡା ଆମିଷ ଦ୍ରବ୍ୟ ଏହି ମାସରେ ଭୁଲରେ ମଧ୍ୟ ଖାଆନ୍ତୁ ନହିଁ । କାରଣ ଏହା ଏକ ପୂଣ୍ୟର ମାସ ହୋଇଥାଏ ।

9-ଏହି ମାସରେ ଲୋଭ, କ୍ରୋଧ, ଆଦି କାମନାରୁ ନିଜକୁ ଦୂରେଇ ରଖି ନିଜ ଇନ୍ଦ୍ରିୟ ଉପରେ ସଂଯମତା ରକ୍ଷା କରିବା ଉଚିତ ।

10- କାର୍ତ୍ତିକ ମାସରେ ଭଗବାନ ଶ୍ରୀହରୀଙ୍କର ନିଷ୍ଠା ସହକାରେ ପୂଜାଅର୍ଚନା କରିବା ସହ ଦାନଦକ୍ଷିଣା କରନ୍ତୁ । ଏଥିରୁ ଅନେକ ପୂଣ୍ୟଫଳ ପ୍ରାପ୍ତ ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button