ସ୍ୱାସ୍ଥ୍ୟ

ଏସବୁ ରୋଗ ପାଇଁ ଅଟେ ରାମବାଣ

ରତୀୟ ଆୟୁର୍ବେଦ ହେଉଛି ପୁରାତନ ପଦ୍ଧତି । ଏହା ମଣିଷକୁ ସୁସ୍ଥ ରଖିବା ପାଇଁ ଖୁବ ଉପକାରୀ ଓ ଉପଯୋଗୀ ଅଟେ । ପୂର୍ବ ସମୟରେ କେବଳ ଆୟୁର୍ବେଦ ଚିକିତ୍ସା ଦ୍ୱାରା ମଣିଷମାନେ ଚିକିିତ୍ସିତ ହେଉଥିଲେ । ତେଣୁ ଆୟୁର୍ବେଦ ଅନୁସାରେ ଏପରି କିଛି ରୋଗ ରହିଛି ଯାହା ପାନମଧୁରୀ ଓ ମହୁ ଦ୍ୱାରା ଚିକିତ୍ସିିତ କରାଯାଇ ପାରିବ ।

ପ୍ରଥମତଃ ପାନମଧୁରୀ ଓ ମହୁ ଓଜନ କମାଇବାରେ ସାହାଯ୍ୟ କରିଥାଏ । ଆଜିକାଲିର ଜୀବନ ଶୈଳୀ ମଣିଷକୁ ରୋଗରେ ପକାଉଛି । ଓ ସବୁଠୁ ବଡ ରୋଗ ହେଉଛି ମେଦବହୁଳତା । ମୋଟାପଣ ଦୂର କରିବାକୁ ନିୟମିତ ସକାଳୁ ଖାଲି ପେଟରେ ଗୋଟିଏ ଚାମଚ ପାନମଧୁରୀ ଗୁଣ୍ଡକୁ ମହୁ ସହିତ ମିଶାଇ ଉଷୁମ ପାଣିରେ ସେବନ ରନ୍ତୁ । ଯାହା ଓଜନ ହ୍ରାସ କରିବାରେ ବିଶେଷ ସାହାଯ୍ୟ କରିଥାଏ ।

• ଥଣ୍ଡାକାଶ ଓ କଫ ସମସ୍ୟାକୁ ଠିକ୍ କରିବାକୁ ଆପଣ ନିୟମିତ ଗୋଟିଏ ଚାମଚ ମହୁକୁ ଉଷୁମ କରି ସେଥିରେ ଗୋଟିଏ ଚାମଚ ପାନମଧୁରୀ ଗୁଣ୍ଡ ମିଶାଇ ସେବନ କରନ୍ତୁ । ନିୟମିତ ଏପରି କରିବା ଦ୍ୱାରା ଥଣ୍ଡା କାଶ ଓ କଫ ସମସ୍ୟା ଦୂର ହୋଇଥାଏ ।• ପାଚନ ତନ୍ତ୍ର ପାଇଁ ଲାଭ ଦାୟକ ମଧ୍ୟ ହୋଇଥାଏ । ଶରୀରକୁ ସୁସ୍ଥ ରଖିବାକୁ ହେଲେ ପ୍ରଥମେ ପାଚନ ତନ୍ତ୍ର ଖୁବ୍ ସୁଦୃଢ ରହିବା ଉଚିତ୍ । ଯେଉଁ ବ୍ୟକ୍ତି ଗ୍ୟାସ୍ ଏସିଡିଟି ସମସ୍ୟା ଦେଇ ଗତି କରୁଛନ୍ତି ସେମାନେ ନିୟମିତ ଭାବରେ ପାନମଧୁରୀ ଓ ମହୁ ସେବନ କରିବା ଉଚିତ ।• ସକାଳେ ଓ ରାତିରେ ଖାଇ ସାରିବା ପରେ ଏହି ଉପାୟକୁ ଆପଣାନ୍ତୁ । ରକ୍ତ ସଫା କରି ସ୍କିନକୁ ସଫା ରଖିବାରେ ମଧ୍ୟ ଏହା ବେଶ୍ ଉପଯୋଗୀ । ପାନମଧୁରୀ ଓ ମହୁରେ ଥିବା ପୋଷକ ତତ୍ତ୍ୱ ଉଭୟ ତ୍ୱଚା ଓ ରକ୍ତକୁ ସଫା ରଖିବାରେ ସାହାଯ୍ୟ କରିଥାଏ । ତେଣୁ ଏହାକୁ ନିୟମିତ ସେବନ କରିବା ଦ୍ୱାରା ଚର୍ମ ସୁସ୍ଥ ରହିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button