ଦେଶ ବିଦେଶ

ବଢ଼ିଲା ଏଲ୍‌ପିଜି ଦର; ଆହୁରି ୬୨ ଟଙ୍କା ଅଧିକରେ କିଣିବେ ଗ୍ରାହକ

ନୂଆଦିଲ୍ଲୀ: ଦୀପାବଳି ପରେ ପରେ ଲୋକଙ୍କୁ ଲାଗିଛି ବଡ଼ ଧରଣର ଝଟ୍କା। ଆଜିଠାରୁ ଏଲ୍ପିଜି ଗ୍ୟାସ୍ର ଦର ୬୨ ଟଙ୍କା ବୃଦ୍ଧି ପାଇଛି। ତୈଳ କମ୍ପାନି ୧୯ କିଲୋର ବାଣିଜ୍ୟିକ ସିଲିଣ୍ଡର୍ ଉପରେ ଏଲ୍ପିଜି ଦର ବୃଦ୍ଧି କରିଥିବା ସୂଚନା ରହିଛି। ତେବେ ୧୪.୨ କିଲୋର ଘରେଇ ଗ୍ୟାସ୍ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ। ଅର୍ଥାତ ଘରେ ରନ୍ଧା ଯାଉଥିବା ଏଲ୍ପିଜି ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ।

ଆଇଓସିଏଲ୍ ୱେବ୍ସାଇଟ୍ ମୁତାବକ, ଆଜିଠାରୁ ହିଁ ଏହି ବର୍ତ୍ତିତ ଦର ଲାଗୁ ହୋଇଛି। ପ୍ରତ୍ୟେକ ମାସର ପ୍ରଥମ ତାରିଖରେ ହିଁ ଏଲ୍ପିଜି ସିଲିଣ୍ଡର୍ର ଦର ସ୍ଥିର ହୋଇଥାଏ। କମ୍ପାନି ନିଜର ଖର୍ଚ୍ଚ ଓ ମହଙ୍ଗାକୁ ଦୃଷ୍ଟିରେ ରଖି ଏହି ଦର ସ୍ଥିିର କରିଥାନ୍ତି।

ଏହି ଦର ବଢ଼ିବା ପରେ ଦିଲ୍ଲୀରେ ସିଲିଣ୍ଡର୍ ଦର ୧୭୪୦ରୁ ବଢ଼ିକରି ୧୮୦୨ରେ ପହଞ୍ଚିଛି। ସେହିପରି କୋଲକାତାରେ ସିଲିଣ୍ଡର୍ର ଦର ୧୮୫୦.୫୦ରୁ ବୃଦ୍ଧି ପାଇ ୧୯୧୧.୫୦ ଟଙ୍କା ହୋଇଛି।

ମୁମ୍ବାଇରେ ୧୯ କିଲୋର ସିଲିଣ୍ଡର୍ର ଦର ୧୬୯୨.୫୦ ସ୍ଥାନରେ ୧୭୫୪ ଟଙ୍କା ହୋଇଯାଇଛି। ଚେନ୍ନାଇରେ ପୂର୍ବରୁ ୧୯୦୩ ଟଙ୍କା ଥିବା ବେଳେ ଏବେ ତାହା ବୃଦ୍ଧି ପାଇ ୧୯୬୪ ଟଙ୍କା ହୋଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button