ଦେଶ ବିଦେଶ

ଇନ୍ଦିରା ଗାନ୍ଧୀଙ୍କ ବିମାନକୁ ମିଳିଥିଲା ବୋମା ଧମକ

ଥମୁନି ବିମାନରେ ବୋମା ଆତଙ୍କ। ଏକାଧିକ ଭାରତୀୟ ଏୟାରଲାଇନ୍ସର ବିମାନରେ ବୋମା ଆତଙ୍କ ଘଟଣା ଯାତ୍ରୀଙ୍କ ନିଦ ହଜାଇ ଦେଇଛି। ବୁଧବାର ପୁଣି ଏୟାର ଇଣ୍ଡିଆର ୩୨ଟି ବିମାନକୁ ମିଳିଥିଲା ବୋମା ଧମକ। ଗୋଟିଏ ସମୟରେ ଏପରି ଏକାଧିକ ଏୟାରଲାଇନ୍ସକୁ ବୋମା ଧମକ ମିଳିଥିଲା। ପରେ ଏ ସବୁ ଧମକ ମିଛ ବୋଲି ଜଣାପଡିଥିଲା। ଏହା ଯାତ୍ରୀଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଥିଲା।

ଏପରି ନିୟମିତ ବୋମା ଧମକ ବିମାନ କମ୍ପାନୀ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇପଡିଛି। ଯାତ୍ରୀ ଭୟଭୀତ ହେବା ସହ ବିମାନ ଚଳାଚଳ ବାଧାପ୍ରପ୍ତ ହେଉଛି। ଏଥିପାଇଁ ବିମାନ କମ୍ପାନିକୁ ଆର୍ଥିକ କ୍ଷତି ସହିବାକୁ ପଡୁଛି।

ଇନ୍ଦିରା ଗାନ୍ଧୀଙ୍କ ବିମାନକୁ ମିଳିଥିଲା ବେମା ଧମକ

ଗତକିଛି ଦିନ ହେଲା ବିଭିନ୍ନ ବିମାନକୁ ବୋମା ଧମକ ଲଗାତାର ଦେଖିବାକୁ ମିଳୁଛି। ଇତିହାସ ପୃଷ୍ଠା ଓଲଟାଇଲେ ଦେଖିପାରିବେ, ଏହା ପୂର୍ବରୁ ଇନ୍ଦିରା ଗାନ୍ଧୀଙ୍କ ସହ ମଧ୍ୟ ଘଟିଥିଲା। ସେ ଯାଉଥିବା ଏକ ବିମାନକୁ ମଧ୍ୟ ଏପରି ବୋମାରେ ଉଡେଇଦେବାକୁ ଧମକ ମିଳିଥିଲା।

ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିବାବେଳେ ଏକ ସମ୍ମିଳନୀରେ ଯୋଗ ଦେବା ପାଇଁ ବିମାନରେ ଜାମ୍ବିଆର ଲୁସାକା ଯାଉଥିଲେ। ଉଡାଣ ଭରିବାର ମାତ୍ର ୧୫ ମିନିଟ ହୋଇଛି। ଖବର ଆସିଲା ବିମାନରେ ବୋମା ରଖାଯାଇଛି। ଏହି ଖବର ଶୁଣିବା ପରେ ଇନ୍ଦିରାଙ୍କ ସହ ଯାଉଥିବା ଅଧିକାରୀମାନେ ଭୟଭୀତ ହୋଇଯାଇଥିଲେ। ତେବେ ସେ ସମୟରେ ଇନ୍ଦିରା ଗାନ୍ଧୀ ପୁରା ଶାନ୍ତ ଥିଲେ।

ସେତେବେଳେ ଇନ୍ଦିରା ଗାନ୍ଧି କହିଥିଲେ, “ଏହା ଗୁଜବ ହୋଇଥିବ। କେହି ମଜାରେ ଏପରି କହିଥିବେ।” ତେଣୁ ଯାତ୍ରା ଜାରି ରଖିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ହେଲେ ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ସଚିବ ପି.ଏନ. ହକ୍ସର ଇନ୍ଦିରାଙ୍କ ଆଦେଶକୁ କାର୍ଯ୍ୟକାରୀ କରିନଥିଲେ।

ପ୍ରଧାନମନ୍ତ୍ରୀଙ୍କ କଥା ମାନି ନଥିଲେ ମୁଖ୍ୟ ସଚିବ

ମୁଖ୍ୟ ସଚିବ ଯାତ୍ରା ଜାରି ରଖିବା ସପକ୍ଷରେ ନଥିଲେ। ଆଉ ଏଥିପାଇଁ ସେ ପଦବୀରୁ ଇସ୍ତଫା ଦେବା ପାଇଁ ବି ପ୍ରସ୍ତୁତ ଥିଲେ। ଖବର ମିଳିଥିଲା ଯେ ବିମାନରେ ଯାତ୍ରା କରୁଥିବା କେହି ପଟେଲ ନାମ ଧାରୀ ବ୍ୟକ୍ତିଙ୍କ ପାଖରେ ବୋମା ରହିଛି। ହେଲେ ସେହି ସମୟରେ ୫ ଜଣ ପଟେଲ ଥିଲେ। ବିମାନ ଉଡୁଥିବାବେଳେ ସେମାନଙ୍କୁ ଚିହ୍ନଟ କରିବା ସମ୍ଭବ ନଥିଲା।

ସତ ଥିଲା ଇନ୍ଦିରାଙ୍କ ଅନୁମାନ

ଶେଷରେ ବିମାନକୁ ମୁମ୍ବାଇରେ (ତତ୍କାଳୀନ ବମ୍ବେ) ଅବତରଣ କରିବାକୁ ପଡ଼ିଥିଲା। ସୁରକ୍ଷାକର୍ମୀମାନେ ବିମାନର ଯାଞ୍ଚ କରିଥିଲେ। ଯାଞ୍ଚ ପରେ ଇନ୍ଦିରା ଗାନ୍ଧୀଙ୍କ ଅନୁମାନ ସତ ପ୍ରମାଣିତ ହୋଇଥିଲା। ପ୍ଲେନରୁ ସେପରି କିଛି ବି ସନ୍ଦିଗ୍ଧ ଜିନିଷ ମିଳିନ ଥିଲା। ଏପରି ମିଛ ଧମକ ସେତେବେଳେ ବି ଲୋକଙ୍କୁ ବହୁତ ଅସୁବିଧାରେ ପକାଉଥିଲା।

ହୋକ୍ସ କଲ୍ କ’ଣ?

ଏହି ମିଛ କଲକୁ ହାକ୍ସ କଲ ବୋଲି କୁହାଯାଉଛି । ହାକ୍ସ କଲ ବୋଲି ଜାଣିଲେ ବି ବିମାନ ଚାଳକ ତଥା ଅଧିକାରୀମାନେ ନିର୍ଦ୍ଧାରିତ ପ୍ରୋଟୋକଲ ମାନିବାକୁ ବାଧ୍ୟ। ବିମାନରେ ଯିଏ ବି ଥାଆନ୍ତୁ ନା କାହିଁକି, ବୋମା ଧମକ ମିଳିବା କ୍ଷଣି ଏୟାରପୋର୍ଟର ବମ ଥ୍ରେଟ ଆସେସମେଣ୍ଟ କମିଟି (ବିଟିଏସି) ବୈଠକ ଡାକିବେ। ଏଥିରେ କେନ୍ଦ୍ରୀୟ ଔଦ୍ୟଗିକ ସୁରକ୍ଷା ବଳ (ସିଆଇଏସଏଫ), ବ୍ୟୁରୋ ଅଫ ସିଭିଲ ଏଭିଏସନ, ସଂପୃକ୍ତ ଏୟାରଲାଇନ୍ସ ଏବଂ ଏୟାରପୋର୍ଟର ପ୍ରତିନିଧି ସାମିଲ ହୋଇଥାନ୍ତି।

ଏପରି ଧମକକୁ ସ୍ପେସିଫିକ, ନନ-ସ୍ପେସିଫିକ, ଅନ ବୋର୍ଡ ଫ୍ଲାଇଟ ଏହିପରି ୪ ଭାଗରେ ବର୍ଗୀକୃତ କରାଯାଇଥାଏ। ବୋମା ଧମକ ମିଳିଲେ କ’ଣ କରିବାକୁ ପଡ଼ିବ ସେ ନିଷ୍ପତ୍ତି ପାଇଲଟକୁ ନେବାକୁ ପଡ଼ିଥାଏ। ଉଡାଣ ଭରିଥିବା ଜାଗାକୁ ଫେରିବ ନା ଗନ୍ତବ୍ୟସ୍ଥଳ ଅଭିମୁଖେ ବଢ଼ିବ କି ନିକଟତମ ବିମାନବନ୍ଦରରେ ଲାଣ୍ଡ କରାଇବେ ସେ ନିଷ୍ପତ୍ତି ଧମକର ବର୍ଗୀକରଣ ଅନୁସାରେ ନେବାକୁ ପଡ଼ିଥାଏ।

ଯେଉଁ ବିମାନକୁ ବୋମା ଧମକ ମିଳିଥାଏ, ଲାଣ୍ଡିଂ ପରେ ବିମାନବନ୍ଦରର ଏକ ଶୁନଶାନ ସ୍ଥାନକୁ ନିଆଯାଇଥାଏ। ଯାତ୍ରୀ, ଚାଳକଦଳ ସଦସ୍ୟଙ୍କୁ ଯେତେ ଶିଘ୍ର ସମ୍ଭବ ବାହାରକୁ ପଠାଇ ଦିଆଯାଇଥାଏ। ଜିନିଷପତ୍ର, କାର୍ଗୋ, ଖାଇବାସାମଗ୍ରୀ କାଢ଼ି ଦିଆ ଯାଇଥାଏ। ଏହାପରେ ଯାତ୍ରୀ ଏବଂ ସେମାନଙ୍କ ସମାଗ୍ରୀକୁ ପୁନର୍ବାର ଯାଞ୍ଚ କରାଯାଇଥାଏ।

Related Articles

Leave a Reply

Your email address will not be published. Required fields are marked *

Back to top button