ଓଡିଶା

ମାଲକାନଗିରି ଜିଲ୍ଲାରେ ମହା ଆଡମ୍ବରରେ କାଳୀପୂଜା ଓ ଦୀପାବଳୀ ଉତ୍ସବ ପାଳନ, ଭିଏତନାମ ହିନ୍ଦୁ ମନ୍ଦିର ଢଙ୍ଗରେ ତୋରଣ

ମାଲକାନଗିରି – ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ କାଳୀପୂଜା ଓ ଦୀପାବଳୀ ଉତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି। ବିଶେଷ କରି ମାଲକାନଗିରି ଟାଉନ କାଳୀପୁଜା କମିଟି ପକ୍ଷରୁ ନଗର ଭବନ କାଳୀ ଛକ ଠାରେ ଦୀର୍ଘ ୫୭ ବର୍ଷ ହେଲା ପୂଜା ପାଇ ଆସୁଥିବା ମାଆ କାଳିପୂଜା ମଣ୍ଡପରେ, ଚଳିତବର୍ଷ ଭିଏତନାମର ହିନ୍ଦୁ ମନ୍ଦିର ପରି ନିଆରା ଢଙ୍ଗରେ ତୋରଣ ନିର୍ମାଣ କରାଯାଇଛି।

ଜିଲ୍ଲାସଦର ମହକୁମା ଡିଏନକେ ମଇଦାନ ସାର୍ବଜନୀନ ପୂଜାକମିଟି, ମାଲକାନଗିରି ଟାଉନ କାଳୀ ପୂଜା କମିଟିର ନଗରଭବନ ଓ କାଳୀଛକ,ରିକଲାମେଶନ କଲୋନି ରାମକୃଷ୍ଣ ନଗର, ଡ୍ୟାମସାଇଟ,କୋରକୁଣ୍ଡା, ବାଲିମେଳା, ଚିତ୍ରକୋଣ୍ଡା, କାଲିମେଳା,ପଡିଆ,ଏମଭି ୭୯, ଏମଭି ୧୯,ମାଥିଲି, ଗୋବିନ୍ଦପାଲି ବିଭିନ୍ନ ସ୍ଥାନରେ ଆକର୍ଷଣୀୟ ମେଢ ଓ ତୋରଣ ତିଆରି ହୋଇ ମାଆ କାଳୀଙ୍କ ପ୍ରତିମୂର୍ତ୍ତି ପୂଜା ପାଉଛନ୍ତି।

ଗୁରୁବାର ମଧ୍ୟରାତ୍ରରୁ ରୀତି ନୀତି ଅନୁସାରେ ମାଆ କାଳୀଙ୍କୁ ୧୦ଟି ରୂପରେ ପୂଜା କାରାଯାଇ ମା’ଙ୍କ ନିକଟରେ ଭୋଗ ଲଗା ଯାଇଥିଲା। କେତେକ ପୂଜା ମଣ୍ଡପ ନିକଟରେ ମେଲୋଡି ଆଉ କେତେକ ମଣ୍ଡପ ନିକଟରେ ଦେଶିଆନାଟ ସାଙ୍ଗକୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ପାଗ ଅନୁକୂଳ ଥିବାରୁ ପୂଜା ମଣ୍ଡପ ନିକଟରେ ଶତାଧିକ ଭକ୍ତ ଓ ଦର୍ଶକ ମାନଙ୍କ ଭିଡ ଜମୁ ଥିଲା ,ପୂଜାମଣ୍ଡପ ନିକଟରେ ଦର୍ଶକ ଓ ଭକ୍ତ ମାନଙ୍କୁ ପୂଜା କମିଟି ପକ୍ଷରୁ ପ୍ରସାଦ ସେବନର ବ୍ୟବସ୍ଥା କରା ଯାଇଥିଲା ।

ଗତକାଲି ଓ ଆଜି ରାତ୍ରରେ ଦୀପାବଳୀ ଉତ୍ସବ ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି। କତେକ ସ୍ଥାନରେ ବାଣଫୁଟାଇ ଖାଡି ଜାଳି ବଡବଡ଼ୁଆ ମାନଙ୍କୁ ଡାକପକାଇବା ସହ ଅନ୍ୟ କେତେକ ସ୍ଥାନରେ ପୟାଶ୍ରାଦ୍ଧପାଳନ କରାଯାଇ ଥିଲା। ଦୀପାବଳୀ ଉତ୍ସବ ପାଇଁ ମାଲକାନଗିର ଜିଲ୍ଲାରେ ବିକ୍ରି ହୋଇ ଥିବା ବାଣଗୁଡିକ ଛତିଶଗଡ ସୁକୁମା ଠାରୁ ବ୍ୟବସାୟୀ ମାନେ ନିମ୍ନମାନର ବାଣ ଆଣି ଥିବାରୁ ସେଗୁଡିକ ଠିକ୍ ଭାବେ ଫୁଟି ନଥିଲା। ପଡୋଶୀ ରାଜ୍ୟ ଛତିଶଗଡ ସୁକୁମା, ଜଗଦଲପୁର ଠାରୁ କମ୍ ମୂଲ୍ୟରେ ନିମ୍ନମାନର ବାଣ କିଣି ଆଣି ମାଲକାନଗିରିରେ ଚଢା ଦରରେ ବିକ୍ରି କରି ଖୁବ୍ ଫାଇଦା ଉଠାଇଛନ୍ତି କେତେକ ବ୍ୟବସାୟୀ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button