ଓଡିଶା

ବ୍ରହ୍ମପୁର ମେୟରଙ୍କୁ ଆସିଲା ଧମକପୂର୍ଣ୍ଣ ଫୋନ୍ କଲ୍

ବ୍ରହ୍ମପୁର ମେୟର୍ ସଂଘମିତ୍ରା ଦଳାଇଙ୍କୁ ଧମକପୂର୍ଣ୍ଣ ଫୋନ୍ କଲ୍ ଆସିଥିବା ଅଭିଯୋଗ ହୋଇଛି। ଏନେଇ ଥାନାରେ ଏତଲା ଦେଇଛନ୍ତି ମେୟର।

ଗତ ୨୯ ତାରିଖ ଅପରାହ୍ମରେ ମେୟର ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟରେ ଥିଲେ। ଏହି ସମୟରେ କିଛି କର୍ପୋରେଟର ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଏହି ସମୟରେ ଏକ ଅଜଣା ନମ୍ବରରୁ ମେୟରଙ୍କ ମୋବାଇଲକୁ କଲ୍ ଆସିଥିଲା।

ମେୟର କଲ୍ ରିସିଭ କରିବା ପରେ ଅପରପକ୍ଷରୁ ଅସଭ୍ୟ ଭାଷାରେ ଗାଳିଗୁଲଜ ସହ ଧମକ ଦେଇଥିଲେ ଜଣେ ବ୍ୟକ୍ତି। ଏନେଇ ଥାନାରେ ଅଭିଯୋଗ କରିଥିଲେ ମେୟର। ମେୟରଙ୍କ ଅଭିଯୋଗ ପରେ କଲ୍ ରେକର୍ଡ ଯାଞ୍ଚ କରିଥିଲା ପୁଲିସ। କଲ୍ ରେକର୍ଡ ଯାଞ୍ଚ ପରେ ଉକ୍ତ କଲଟି ବିଏମସିର ପୂର୍ବତନ ନିର୍ବାହୀ ଯନ୍ତ୍ରୀ ଲଳିତ ମୋହନ ଦାସ ବୋଲି ଜଣାପଡିଥିଲା।

ମେୟରଙ୍କ ଅଭିଯୋଗ ଆଧାରରେ ପୁଲିସ ଲଳିତ ମୋହନଙ୍କ ବିରୋଧରେ ମାମଲା ରୁଜୁ କରିଛି। ଦୀର୍ଘବର୍ଷ ଧରି ଲଳିତ ବ୍ରହ୍ମପୁର ମହାନଗର ନିଗମରେ ବହୁ ଗୁରୁତ୍ତ୍ୱପୂର୍ଣ୍ଣ ଦାୟିତ୍ୱରେ ରହିଥିଲେ। କିଛି ଦିନ ପୂର୍ବେ ସେ ନିୟୋଜିତ ଥିବା ଯୋଜନା ବନ୍ଦ ହୋଇଯିବାରୁ ତାଙ୍କୁ ଦାୟିତ୍ୱ ମୁକ୍ତ କରାଯାଇଥିଲା। ତେବେ ମେୟରଙ୍କୁ ଲଳିତଙ୍କ ଦ୍ୱାରା କରାଯାଇଥିବା ବ୍ୟବହାର ସମସ୍ତଙ୍କୁ ଚକିତ କରିଛି। ତେବେ କାରଣ ପାଇଁ ଲଳିତ ମେୟରଙ୍କୁ ଏପରି ଧମକପୂର୍ଣ୍ଣ ଫୋନ୍ କଲ୍ କରିଥିଲେ ତାହା ଜଣାପଡ଼ି ନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି। ଅନ୍ୟପକ୍ଷରେ ଏନେଇ ଲଳିତମୋହନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

Related Articles

Leave a Reply

Your email address will not be published. Required fields are marked *

Back to top button