ଓଡିଶା

ମାତିଲେ ମୂର୍ତ୍ତି ଚୋର, ମଦନ ମୋହନ ମନ୍ଦିରରୁ ଚୋରି

ବାଲିପାଟଣା ୦୪।୧୧: ରାଜଧାନୀ ଉପକଣ୍ଠରେ ମାତିଲେ ମୂର୍ତ୍ତି ଚୋର। ବାଲିପାଟଣା ଥାନା ଶିଶୁ ମଠ ସ୍ଥିତ ମଦନ ମୋହନ ମନ୍ଦିରରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ଆଲମିରା ତାଲା ଭାଙ୍ଗି ପ୍ରାଚୀନ ମୂର୍ତ୍ତି ସହ ରୂପ ଅଳଙ୍କାର ଲୁଟି ନେଇଛନ୍ତି। ମାତ୍ର ଲକର ଖୋଲିପାରି ନାହାଁନ୍ତି।

ସୂଚନାନୁଯାୟୀ, ସୋମବାର ସକାଳେ ଆଜି ମନ୍ଦିର ପୂଜକ ପୂଜାର୍ଚ୍ଚନା କରିବାକୁ ଆସି ମନ୍ଦିର ତାଲା ଭଙ୍ଗା ଯାଇଥିବା ଦେଖିଥିଲେ।

ମନ୍ଦିର ଭିତରକୁ ଯାଇ ଦେଖିବାରୁ ପ୍ରାଚୀନ ମଦନମୋହନ, ଲକ୍ଷ୍ମୀ, ରାଧାକୃଷ୍ଣ, ଭୂଦେବୀ ମୂର୍ତ୍ତି, ଠାକୁରଙ୍କ ରୂପା ଅଳଙ୍କାର ଚୋରି ହୋଇଥିବା ଜାଣିଥିଲେ। ମନ୍ଦିର ପୂଜକ ଏନେଇ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ବାଲିପାଟଣା ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ କରିଛି। ଆଖପାଖରେ ଥିବା ସିସିଟିଭିକୁ ଚେକ୍ କରି ଚୋରକୁ ଠାବ କରିବାକୁ ଚେଷ୍ଟା ଚଲାଇଛି ପୋଲିସ।

କିଛି ମାସ ହେବ ରାଜଧାନୀ ଉପକଣ୍ଠରେ ବିଭିନ୍ନ ମନ୍ଦିରରୁ ମୂର୍ତ୍ତି ଚୋରି ହେଉଛି। କିଛି ଦିନ ପୂର୍ବେ ଜଗତସିଂହପୁର ଅଞ୍ଚଳରୁ ଏକ ମୂର୍ତ୍ତି ଚୋର ଗ୍ୟାଙ୍ଗକୁ ଧରିଥିଲା ପୋଲିସ। ମାନଙ୍କ ନିକଟରୁ ୫୦ଟି ମୂର୍ତ୍ତି ସହ ଅନ୍ୟାନ୍ୟ ଜିନିଷ ଜବତ କରିଥିଲା ପୋଲିସ। ପୁନର୍ବାର ମନ୍ଦିରରୁ ଚୋରି କମିଶନରେଟ୍ ପୋଲିସ୍ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button