ଯାତ୍ରାରେ ବନ୍ଦ ହେବ ଅଶ୍ଳୀଳନାଚ; ଆଇନ୍ ଆଣିବେ ସରକାର

ଯାତ୍ରାରେ ବନ୍ଦ ହେବ ଅଶ୍ଳୀଳ ନାଚ। ଏଥିପାଇଁ ନୂଆ ଆଇନ ଆଣିବେ ସରକାର। ଏହି ସୂଚନା ଦେଇଛନ୍ତି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। କିଛିଦିନ ହେବ ଯାତ୍ରା ସାମ୍ରାଜ୍ୟରେ ଅପସଂସ୍କୃତିର ପ୍ରଚାର ବହୁ ମାତ୍ରାରେ ଚାଲିଛି। ଓଡିଆ କଳା ସଂସ୍କୃତିକୁ କଦର୍ଥ କରୁଥିବା ଏବଂ କଳା ପ୍ରତି ରୁଚି ରଖୁଥିବା ଲୋକମାନଙ୍କର ଭାବନାକୁ କୁଠାରଘାତ କରୁଛି ଏହି ଟ୍ରେଣ୍ଡ। ଦର୍ଶକମାନଙ୍କ ଆଖି ସାମ୍ନାରେ କଳାକାରଙ୍କ ଏଭଳି ଅଶ୍ଳୀଳତା ସାରା ରାଜ୍ୟରେ ପ୍ରଭାବ ପକାଇଛି। ଯାତ୍ରା ପରିବେଶଣ ନାଁରେ ଖୋଲାଖୋଲି ଅଙ୍ଗ ପ୍ରଦର୍ଶନ କରିବା ଏବଂ ଦର୍ଶକମାନଙ୍କୁ ନିଜଆଡକୁ ଆକୃଷ୍ଟ କରିବା ଭଳି କାର୍ଯ୍ୟ ଏବେ ଯାତ୍ରା ପେଣ୍ଡାଲରେ ହେଉଛି। ଏହି ଟ୍ରେଣ୍ଡ ଏବେ ଦିନକୁ ଦିନ ବଢିଚାଲିଥିବାରୁ ବାଧ୍ୟ ହୋଇ ଆଇନ ମନ୍ତ୍ରୀ କହିଛନ୍ତି ଯେ, “ଯାତ୍ରାରେ ହେଉଥିବା ଏହି ଅଶ୍ଳୀଳ ନାଚ ବନ୍ଦ ହେବ, ଏଥିପାଇଁ ନୂଆ ଆଇନ ମଧ୍ୟ ଲାଗୁହେବ। ସଂସ୍କୃତି ବିଭାଗ ପକ୍ଷରୁ ଯେଉଁ ସହଯୋଗ ଦରକାର ପଡିବ ଆମେ ସହଯୋଗ କରିବୁ। ଏହି ପ୍ରସଙ୍ଗକୁ ନେଇ କେବଳ କମିଟିକୁ ଦାୟୀ କଲେ ହେବନି। ଦର୍ଶକମାନେ ମଧ୍ୟ ସମାନ ଭାବରେ ଦାୟୀ। ତେଣୁ ଆମ ମାନସିକତାରେ ସ୍ୱଛତା ଆଣିଲେ ଯାତ୍ରାରେ ଅଶ୍ଳୀଳତା କମିବ”।