ଓଡିଶା

ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ମାଝୀଙ୍କ ପରଲୋକ

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ମାଝୀଙ୍କ ପରଲୋକ ଘଟିଛି। ଭୁବନେଶ୍ୱର ସ୍ଥିତ AIIMS ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ। ପ୍ରାୟ ୩ ମାସ ହେବ AIIMSରେ ଚିକିତ୍ସାଧୀନ ଥିଲେ। ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଛି।

୨୦୦୮ ମସିହା ଉପନିର୍ବାଚନରେ କଂଗ୍ରେସ ଟିକଟରୁ ବିଜୟୀ ହୋଇଥିଲେ ପୂର୍ଣ୍ଣଚନ୍ଦ୍ର। ସେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା
ଅନନ୍ତରାମ ମାଝିଙ୍କ ପୁଅ ଓ ରାୟଗଡ଼ା ବିଧାନସଭାର ବିଜେଡ଼ି ପ୍ରାର୍ଥୀ ଅନୁସୟା ମାଝୀଙ୍କ ଭାଇ ଅଟନ୍ତି। ପୂର୍ଣ୍ଣଚନ୍ଦ୍ରଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button