ଓଡିଶା

ଖଲ୍ଲିକୋଟ ପୋଲିସକୁ ବଡ ସଫଳତା, ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଖଲ୍ଲିକୋଟ ଥାନା ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି କରିଥିବା ଦୁର୍ଦାନ୍ତ ଅପରାଧୀ ପ୍ରଦୀପ କୁମାର ପରିଡ଼ାକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ଖଲ୍ଲିକୋଟ ପୋଲିସ। ଯାହାକି ପୋଲିସ ବିଭାଗ ପାଇଁ ବଡ ସଫଳତା।

ସୁଚନା ଅନୁଯାୟୀ ଜଣାପଡିଛି ଯେ, ଗିରଫ ପ୍ରଦୀପ ଜଣେ ରାଜ୍ୟ ସ୍ତରୀୟ ଅପରାଧୀ ଭାବେ ଗଣତି।

ତାଙ୍କର ନାମରେ ଭୁବନେଶ୍ଵର ଝାରପଡ଼ା ଥାନା, ଖଲ୍ଲିକୋଟ ଥାନା ଓ କୋଦଳା ଥାନାରେ ଅନ୍ୟୁନ ୨୬ ଟି ମକଦ୍ଦମା ରୁଜୁ ହୋଇଛି। ସେଥିମଧ୍ୟରୁ ୪ ଟି ହତ୍ୟାକାଣ୍ଡ ସମେତ ଚୋରି, ଡକାୟତି, ଲୁଟ୍, ରାହାଜାନୀ ଓ ବଟି ଆଦାୟ ଭଳି ସଙ୍ଗୀନ ଅପରାଧ ରେକର୍ଡ଼ ରହିଛି।

ଏହି ଦିନକ ପୁର୍ବରୁ ସେ ଏକ ୯ ଏମ୍ ଏମ୍ ବନ୍ଧୁକ ଧରି ଖଲ୍ଲିକୋଟ ଥାନା ଅଞ୍ଚଳରେ ବୁଲୁଥିବା ବେଳେ ଖବର ପାଇ ପୋଲିସ ତାକୁ କାବୁ କରି ଥାନାରେ ଅଟକ ରଖି ଜେରା କରିବା ପରେ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button