ଓଡିଶା

ଡାକ୍ତରଙ୍କ ଦାଦାଗିରି, ରୋଗୀଙ୍କୁ ଦୁର୍ବ୍ୟବହାର ସହ ଆକ୍ରମଣ ଉଦ୍ୟମ

ବୌଦ୍ଧ, ୦୬/୧୧: ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ଦାଦାଗିରି । ରୋଗୀଙ୍କୁ ଦୁର୍ବ୍ୟବହାର ସହିତ ଆକ୍ରମଣ ଉଦ୍ୟମ କଲେ ଡାକ୍ତର । ରାଗିଯାଇ ରୋଗୀଙ୍କ ପ୍ରେସକ୍ରିପ୍ସନ ଫାଡିଲେ । ରୋଗୀ ଏବଂ ତାଙ୍କ ସମ୍ପର୍କୀୟଙ୍କୁ ଅସଭ୍ୟ ଭାଷାରେ ଗାଳି କଲେ ଡାକ୍ତର ଶୁଭମ୍ ଚୌଧୁରୀ । ଏନେଇ ତାଙ୍କ ନାଁରେ ଅଭିଯୋଗ ହୋଇଛି ।

ସୂଚନା ମୁତାବକ, ବୌଦ୍ଧ ସହର ବଗିଚା ସାହିର ସନ୍ତୋଷ ପଟ୍ଟନାୟକ ରକ୍ତ ଚାପ ଜନିତ ରୋଗରେ ଆକ୍ରାନ୍ତ ଥିବା ବେଳେ ମଙ୍ଗଳବାର ମେଡିକାଲରୁ ଡିସଚାର୍ଜ ହୋଇ ଘରକୁ ଯାଇଥିଲେ ।

ବୁଧବାର ରାତିରେ ହଠାତ୍ ତାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ପରିବାର ଲୋକେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ତାଙ୍କର ରକ୍ତଚାପ ଥିବାରୁ ଡାକ୍ତରଙ୍କୁ ଯାଞ୍ଚ କରିବା ପାଇଁ କହିଥିଲେ । ରାତିରେ ଡ୍ୟୁଟିରେ ଥିବା ଡାକ୍ତର ଶୁଭମ୍ ଚୌଧୁରୀ ତାଙ୍କୁ ରାତିରେ ରକ୍ତ ଚାପ ଦେଖାଯାଏ ନାହିଁ ବୋଲି କହିଥିଲେ । ଏହା ସହ ଚିକିତ୍ସା କରିବାକୁ ମନା କରିଦେଇଥିଲେ ଏବଂ ରୋଗୀଙ୍କ ପ୍ରେସକ୍ରିପ୍ସନକୁ ମଧ୍ୟ ଫାଡି ଫିଙ୍ଗି ଦେଇଥିଲେ । ରୋଗୀଙ୍କ ଝିଅ ଏବଂ ସ୍ତ୍ରୀ ଏହାର ପ୍ରତିବାଦ କରିବାରୁ ଡାକ୍ତର ନିଜ ଚୌକିରୁ ରାଗରେ ଉଠି ଯାଇ ତାଙ୍କୁ ମାଡ ମାରିବାକୁ ହାତ ଉଠାଇଥିଲେ ବୋଲି ରୋଗୀଙ୍କ ଝିଅ ଅଭିଯୋଗ କରିଛନ୍ତି ।

ତେବେ ରାତିରେ ରୋଗୀଙ୍କ ଚିକିତ୍ସା ପାଇଁ ନିଯୁକ୍ତି ଥିବା ଡାକ୍ତର ଯଦି ରୋଗୀଙ୍କୁ ଏଭଳି ଭାବେ ବ୍ୟବହାର କରିବେ ଏବଂ ମେଡିକାଲରୁ ବାହାରି ଯିବାକୁ କହିବା ସହିତ ସୁରକ୍ଷା କର୍ମୀକୁ ଲଗାଇ ତାଙ୍କୁ ବାହାରକୁ ବାହାର କରିଦେବେ, ତେବେ ଏଭଳି ଡାକ୍ତର କିଭଳି ରୋଗୀଙ୍କ ସେବା କରିବେ ଏବଂ ରୋଗୀଙ୍କ ଚିକିତ୍ସା କରିବେ । ଏଭଳି ଡାକ୍ତରଙ୍କୁ ଏହି ଜିଲ୍ଲାରୁ ତୁରନ୍ତ ବଦଳି କରିବା ସହିତ ତାଙ୍କ ଉପରେ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ରୋଗୀଙ୍କ ସମ୍ପର୍କୀୟ ଦାବି କରିଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button