ଓଡିଶା

୭୮ ହଜାର ୯୧୯ ସରକାରୀ ପଦବୀ ପୂରଣ ହେବ : ରାଜ୍ୟ ସରକାର

ଭୁବନେଶ୍ବର : ଖୁବଶୀଘ୍ର ପୂରଣ ହେବ ଖାଲି ପଡ଼ିଥିବା ସରକାରୀ ପଦବୀ । ରାଜ୍ୟର ୭୮ ହଜାର ୯୧୯ ସରକାରୀ ପଦବୀ ପୂରଣ ହେବା ନେଇ ପ୍ରକ୍ରିୟା ଆରମ୍ଭ । ଏନେଇ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ରାଜ୍ୟରେ ମୋଟ ୩ ଲକ୍ଷ ୯୯ ହଜାର ୬୬୬ ମଞ୍ଜୁରୀ ପ୍ରାପ୍ତ ପଦବୀ ମଧ୍ୟରୁ ୧ ଲକ୍ଷ ୩୨ ହାଜର ୪୫୯ ପଦବୀ ଖାଲି ପଡ଼ିଛି ।

୯୨ ହଜାର ୨୦୩ ପଦବୀ ପାଇଁ କ୍ଷମତା ସମ୍ପନ୍ନ କମିଟି ମଞ୍ଜୁରୀ ଦେଇଛି । ସେଥିରୁ ୭୮ ହଜାର ୯୧୯ ପଦବୀ ପୂରଣ ପାଇଁ ବିଭିନ୍ନ ନିଯୁକ୍ତି ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଅବଶିଷ୍ଟ ପଦବୀ ପାଇଁ ସେପ୍ଟେମ୍ବର ୨୦୨୪ ସୁଦ୍ଧା ସମସ୍ତ ପ୍ରକ୍ରିୟା ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଡିସେମ୍ବର ସୁଦ୍ଧା ନିଯୁକ୍ତି ସଂସ୍ଥା ଗୁଡ଼ିକ ଖାଲି ପଡ଼ିଥିବା ପଦବୀ ଗୁଡ଼ିକ ପାଇଁ ବିଜ୍ଞାପନ ପ୍ରକାଶ କରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button