ଭଦ୍ରକରେ ଯୋଗାଣ ମନ୍ତ୍ରୀଙ୍କ ସମୀକ୍ଷା: ‘କେବଳ ଏଫ୍ଏକ୍ୟୁ ମାନର ଧାନ କିଣାଯିବ’

ଏଲଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନର ୨୦ ତମ ପ୍ରତିଷ୍ଠା ଦିବସ ପାଳିତ ଇସ୍ରାଏଲ ଆଗରେ ହମାସର କଠୋର ସର୍ତ୍ତ : ୩୫ ବନ୍ଧକ ବଦଳରେ ୧୦୦୦ ଆତଙ୍କବାଦୀ ହାଡ଼ ଖାଇଥିଲି, ବହୁତ ମଦ ପିଇଥିଲି; ଶ୍ମଶାନରେ ସାଧନା ସମୟରେ ଏସବୁ କରିଥିଲେ ଆଇଆଇଟି ବାବା ବାଇକରେ ଯୋଡ଼ା ହୋଇଥିବା ଟଲିରେ ବସି ପରିବାରର ୧୦ଜଣ ସଦସ୍ୟ କୁମ୍ଭମେଳାରେ ପହଞ୍ଚିଥିଲେ ଛୁରୀ ଆଉ ଟିକେ ଗଭୀରକୁ ଯାଇଥିଲେ ପକ୍ଷାଘାତ ହୋଇଯାଇଥାନ୍ତା: ସୈଫଙ୍କ ଡାକ୍ତର ଦିଲ୍ଲୀ ନିର୍ବାଚନ ପାଇଁ ବିଜେପିର ଘୋଷଣାପତ୍ର : ମହିଳାଙ୍କୁ ମାସକୁ ୨୫୦୦ ଟଙ୍କା ମିଳିବ ହଠାତ ଆଶ୍ରମ ଛାଡ଼ି ଅଜଣା ସ୍ଥାନକୁ ଚାଲିଯାଇଛନ୍ତି ଆଇଆଇଟି ବାବା ବ୍ୟକ୍ତିଗତ ଫଟୋ ଭାଇରାଲ କରିବାକୁ ଧମକ ଦେଉଥିଲେ ଦାଦା, ଜୀବନ ହାରିଲେ ଝିଆରୀ ଗୁମାଣ୍ଡିର ପୂର୍ବତନ ସରପଞ୍ଚଙ୍କ ହତ୍ୟା ଘଟଣା, ଦଶ ମାସ ପରେ ତିନିଜଣଙ୍କୁ ଗିରଫ କଲା ନାରାୟଣପାଟଣା ପୁଲିସ ଡାଲମିଆ ସିମେଣ୍ଟ କାରଖାନାରେ ଅଘଟଣ, ୨୧ ଘଣ୍ଟା ପରେ ମୁହଁ ଖୋଲିଲା କଂପାନୀ ସୈଫ୍ଙ୍କୁ ଆକ୍ରମଣ: ସନ୍ଦୀଗ୍ଧ ଆକ୍ରମଣକାରୀକୁ ବାନ୍ଧିଲା ମୁମ୍ବାଇ ପୁଲିସର ସ୍ପେସାଲ ଟିମ୍ ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବା ପୂର୍ବରୁ ଇକେୱାଇସି ଅପଡେଟ କରିଦିଅନ୍ତୁ: ପ୍ରଭାତୀ ପରିଡ଼ା ଆସିଷ୍ଟାଣ୍ଟ ଇନ୍ସପେକ୍ଟରଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇଥିଲେ ପତ୍ନୀ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଭାଇ ବ୍ରଜକିଶୋର ଦାସଙ୍କ ଘରେ ଆୟକର ଚଢ଼ଉ ଜମି ଦୁର୍ନୀତି ମାମଲାରେ ଇମ୍ରାନଙ୍କୁ ୧୪ ଓ ପତ୍ନୀଙ୍କୁ ୭ ବର୍ଷ ଜେଲ୍ ବିଡିଏ ପକ୍ଷରୁ ବୁଲଡୋଜର୍ ଚାଲିଲା, ମାଟିରେ ମିଶିଲା ଖଣ୍ଡଗିରି ସ୍ଥିତ ବୈକୁଣ୍ଠଧାମ ଆଶ୍ରମ ସରକାରୀ ଚାକିରି ପାଇବା ପରେ ସ୍ବାମୀଙ୍କ ସହ ରହିବା ପାଇଁ ୧ କୋଟି ଟଙ୍କା ମାଗୁଛନ୍ତି ପତ୍ନୀ ଭୁବନେଶ୍ବର-ଶିରିଡ଼ି-ନାସିକ ତୀର୍ଥଯାତ୍ରୀ ଟ୍ରେନ୍ ର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଫ୍ୟାନ୍ସଙ୍କୁ ଏଭଳି ନିବେଦନ କଲେ କରୀନା କପୁର୍ ଏସସିବିକୁ ଜରୁରୀ ମେସିନ ଯୋଗାଣରେ ବିଳମ୍ବ ପାଇଁ ହାଇକୋର୍ଟଙ୍କ ଅସନ୍ତୋଷ ହ୍ୱାଇଟ୍ ହାଉସ୍ ଉପରେ ଆକ୍ରମଣ ଉଦ୍ୟମ ଅଭିଯୋଗରେ ଭାରତୀୟ ଯୁବକଙ୍କୁ ୮ ବର୍ଷ ଜେଲ୍ ଶୈଳଶ୍ରୀକ୍ଷେତ୍ରରୁ ରାତିରେ ଲୁଟ୍: ଦାନ ହୁଣ୍ଡି ଭାଙ୍ଗିଲେ, ନେଇଗଲେ ତିନି ଠାକୁରଙ୍କ ଚିତା ସ୍କିମାଟିକ୍ କନିଷ୍ଠ ଶିକ୍ଷକଙ୍କ ମାସିକ ପାରିଶ୍ରମିକ ବଢ଼ାଇଲେ ଓଡ଼ିଶା ସରକାର ଏଟିଏମ୍ କ୍ୟାସ୍ ଗାଡ଼ିର ଗାର୍ଡଙ୍କୁ ଗୁଳି ପରେ ଭିନ୍ନ ଏକ ରାଜ୍ୟରେ ଅନ୍ୟ ଜଣଙ୍କୁ ଗୁଳି କଲେ ଲୁଟେରା ଖଲ୍ଲିକୋଟ ରାଜନୈତିକ ହିଂସା ମାମଲା; ୧୩ ଅଭିଯୁକ୍ତଙ୍କୁ ଜାମିନ ଅବହେଳିତ ଆର୍ଏମ୍ସି ପାର୍କ, ରକ୍ଷଣାବେକ୍ଷଣରେ ମାସକୁ ଖର୍ଚ୍ଚ ହେଉଛି ୬ଲକ୍ଷରୁ ଅଧିକ ହାଇକୋର୍ଟରେ ଭିସୁଟ୍ ଛାତ୍ରୀଙ୍କ ମୃତ୍ୟୁ ମାମଲା, ଏସପିଙ୍କ ତତ୍ତ୍ବାବଧାନରେ ଯଥାଶୀଘ୍ର ତଦନ୍ତ ସଂପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଜୀବନ-ମନ୍ତ୍ର: କୁମ୍ଭ କଥା ସିବିଏସ୍ଇ ନିୟମର ଖୋଲା ଉଲ୍ଲଂଘନ: ଘରୋଇ ସ୍କୁଲ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ତଲବ ଲିଙ୍ଗରାଜଙ୍କ ପାଇଁ କୁମ୍ଭୀର କାନ୍ଦଣା: ୧୧ ଶହ ଶତାବ୍ଦୀର ମନ୍ଦିର, ନାହିଁ ସ୍ବତ୍ବଲିପି ଅମୃତ କୁମ୍ଭ: ଅମୃତବିନ୍ଦୁ ବୈକୁଣ୍ଠଧାମ ଖେଳ ଶେଷ: ହାଇକୋର୍ଟଙ୍କୁ ମିଛ କହିବା ମହଙ୍ଗା ପଡ଼ିଲା, ଆଜି ଉଚ୍ଛେଦ ହେବ ଜୀବନ-ମନ୍ତ୍ର: ପ୍ରୟାଗରାଜ ବିଡିଏ ଦେଉଥିଲା, ହାତରୁ ଦେବେ: ବିଏମ୍ସିରୁ ହଟିଲେ ଏନ୍ଫୋର୍ସମେଣ୍ଟ୍ ଟିମ୍ ବାସୁକୀତାଲ ବଏମ୍ସି ଉପରେ ଭରସା ପାଉନି: ଉଚ୍ଛେଦ ପରେ ପୁଣି ଦଖଲ ଶ୍ରୀରାମଙ୍କ ପଥ: ଆମର ତୀର୍ଥ, ଭରତ-ହନୁମାନ-ମିଳନ ହିଣ୍ଡେନ୍ବର୍ଗ ରିସର୍ଚ ବନ୍ଦ: ଆଦାନୀ ଗ୍ରୁପ୍, ସେବି ମୁଖ୍ୟଙ୍କୁ କରିଥିଲା ଟାର୍ଗେଟ୍ ଆଜି ଆସୁଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି: ଦାୟିତ୍ବରେ ୧୫୦ ଅଧିକାରୀ, ୪୦ ପ୍ଲାଟୁନ୍ ଫୋର୍ସ ଟ୍ରାଫିକ୍ ସମସ୍ୟାରେ ଯାତ୍ରୀ ହନ୍ତସନ୍ତ: ଦିନତମାମ୍ ଜୟଦେବବିହାର-ନନ୍ଦନକାନନ ରାସ୍ତା ଜାମ୍ ଅଷ୍ଟମ ବେତନ କମିସନ: ସର୍ବନିମ୍ନ ଦରମା ୫୧,୪୮୦ ଟଙ୍କା! କଳାହାଣ୍ଡି ଉତ୍ସବରେ ବେଦାନ୍ତ ଲାଞ୍ଜିଗଡ଼ ଷ୍ଟଲ୍ ଇତିହାସ ରଚିଲା ଇସ୍ରୋ: ସ୍ପେଡେକ୍ସ ମିସନ ସଫଳ, ମହାକାଶରେ ଡକିଂ କଲା ଦୁଇ ଭାରତୀୟ ଉପଗ୍ରହ ସରିଲା ଆଦିବାସୀ ମେଳା: ୧୨ ଦିନରେ ୯ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବ୍ୟବସାୟ ମଣପୁରମ୍ ଫାଇନାନ୍ସରେ ସଶସ୍ତ୍ର ଡକାୟତି: ପଶ୍ଚିମବଙ୍ଗରୁ ପଙ୍କଜ ସମେତ ୨ ଗିରଫ ଏଫ୍ଏକ୍ୟୁ କଟକଣାରେ ଚାଷୀ ଆତଙ୍କିତ: ସପ୍ତାହକରେ ଧାନ ବିକିଛନ୍ତି ୩ଜଣ ବିଦ୍ୟାଳୟ ସହ ଯୋଡ଼ି ହେବ ଅଙ୍ଗନବାଡ଼ି: ବଦଳିବ ଅଙ୍ଗନବାଡ଼ି କର୍ମୀଙ୍କ ଯୋଗ୍ୟତା ଇସ୍ରାଏଲ-ହମାସ ଯୁଦ୍ଧବିରତି ଚୁକ୍ତି: ସର୍ତ୍ତ ଗ୍ରହଣ କରୁନି ହମାସ ସୈଫ୍ ଅଲ୍ଲୀ ଖାନ୍ଙ୍କ ଆକ୍ରମଣକାରୀ ଚିହ୍ନଟ: ୧ କୋଟି ଟଙ୍କା ଦାବି କରିଥିଲା ବିଷ ପାଲଟିଛି ଦୟାନଦୀ: ପାଣିରେ ଅାମାଶୟ ଜୀବାଣୁ
ରାଜ୍ୟ
ଭଦ୍ରକରେ ଯୋଗାଣ ମନ୍ତ୍ରୀଙ୍କ ସମୀକ୍ଷା: ‘କେବଳ ଏଫ୍ଏକ୍ୟୁ ମାନର ଧାନ କିଣାଯିବ’
ଚାଷୀମାନେ ମଣ୍ଡିକୁ ଏଫ୍ଏକ୍ୟୁ ମାନର ଧାନ ଆଣନ୍ତୁ। ଧାନର ମାନ ଭଲ ନଥିଲେ ଏହାକୁ ଗ୍ରହଣ କରାଯିବ ନାହିଁ। ଏଫ୍ଏକ୍ୟୁ ମାନର ହୋଇ ନଥିଲେ ମଣ୍ଡିରୁ ଫେରାଇ ଦିଆଯିବ। ଭଦ୍ରକ ଜିଲ୍ଲା ଗସ୍ତରେ ଆସି ଖାଦ୍ୟ ଯୋଗାଣ…
ଭଦ୍ରକରେ ଯୋଗାଣ ମନ୍ତ୍ରୀଙ୍କ ସମୀକ୍ଷା: ‘କେବଳ ଏଫ୍ଏକ୍ୟୁ ମାନର ଧାନ କିଣାଯିବ’
ଭଦ୍ରକ: ଚାଷୀମାନେ ମଣ୍ଡିକୁ ଏଫ୍ଏକ୍ୟୁ ମାନର ଧାନ ଆଣନ୍ତୁ। ଧାନର ମାନ ଭଲ ନଥିଲେ ଏହାକୁ ଗ୍ରହଣ କରାଯିବ ନାହିଁ। ଏଫ୍ଏକ୍ୟୁ ମାନର ହୋଇ ନଥିଲେ ମଣ୍ଡିରୁ ଫେରାଇ ଦିଆଯିବ। ଭଦ୍ରକ ଜିଲ୍ଲା ଗସ୍ତରେ ଆସି ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଗୁରୁବାର ଏଭଳି ମତ ରଖିଛନ୍ତି। ଯୋଗାଣ ମନ୍ତ୍ରୀ ଶ୍ରୀ ପାତ୍ର ଭଦ୍ରକ ଜିଲ୍ଲା ପ୍ରଶାସନର ଧାନ ସଂଗ୍ରହ ନେଇ ସମୀକ୍ଷା କରିଥିଲେ। ପ୍ରଥମେ ଭଣ୍ଡାରିପୋଖରୀ ବ୍ଲକ୍ ଆଦମ୍ପୁରର ଶକ୍ତିସ୍ୱରୂପା ଏସ୍ଏଚ୍ଜି ଧାନକ୍ରୟ କେନ୍ଦ୍ର ପରିଦର୍ଶନ କରିଥିଲେ। ତା’ପରେ ଭଦ୍ରକ ବ୍ଲକ୍ର ବହୁଦରଡ଼ାର ଶ୍ରୀରାମ ପ୍ୟାକ୍ସ ଓ ଅର୍ଣ୍ଣପାଳ ପ୍ୟାକ୍ସ ପରିଦର୍ଶନ କରିଥିଲେ।
ଧାନକିଣାରେ ମିଲର୍ଙ୍କ ମନମାନି ବରଦାସ୍ତ କରାଯିବନି
ଆବଶ୍ୟକ ପଡ଼ିଲେ ଜିଲ୍ଲା ବାହାର ମିଲରଙ୍କୁ ନିୟୋଜିତ କରାଯିବ
ଏହି ୩ ଧାନମଣ୍ଡିରେ ଧାନକ୍ରୟ ବ୍ୟବସ୍ଥାର ତଦାରଖ କରିଥିଲେ। ସବୁ ମଣ୍ଡିରେ କଟ୍ନିଛଟ୍ନି ନେଇ ଉପସ୍ଥିତ ସ୍ଥାନୀୟ ଜନସାଧାରଣ ଓ ଚାଷୀ ଯୋଗାଣ ମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହାର ଜବାବରେ ଏଫ୍ଏକ୍ୟୁ ମାନର ଧାନ ମଣ୍ଡିକୁ ଆଣିବାକୁ ସେ ପରାମର୍ଶ ଦେଇଥିଲେ। ଅଣ ଏଫ୍ଏକ୍ୟୁ ଧାନ ଗ୍ରହଣ କରାଯିବ ନାହିଁ; ମଣ୍ଡିରୁ ଫେରାଇ ଦିଆଯିବ ବୋଲି ସେ କହିଥିଲେ। ଗସ୍ତ ବେଳେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ, ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ ମହାନ୍ତି, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ, ଜିଲ୍ଲା ଯୋଗାଣ ଅଧିକାରୀ ଲିଙ୍ଗରାଜ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
କ୍ଷେତ୍ର ପରିଦର୍ଶନ ପରେ ମନ୍ତ୍ରୀ ଶ୍ରୀ ପାତ୍ର ସଦ୍ଭାବନା ସଭାଗୃହରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ବାସୁଦେବପୁର ବିଧାୟକ ଅଶୋକ ଦାସ ମଧ୍ୟ ଏହି ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ବୈଠକରେ ଧାନକିଣାରେ ମିଲର୍ମାନଙ୍କ ମନମାନିକୁ ବରଦାସ୍ତ କରାଯିବ ନାହିଁ ବୋଲି ସେ କହିଥିଲେ। ଏଥିସହିତ, ମଣ୍ଡିରୁ ଧାନ ଉଠାଇବାରେ ସହଯୋଗ କରୁନଥିବା ମିଲରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ଆବଶ୍ୟକ ହେଲେ ବାହାର ଜିଲ୍ଲାର ମିଲରଙ୍କୁ ନିୟୋଜିତ କରାଯିବ ବୋଲି ସେ କହିଥିଲେ। ସୂଚନାଯୋଗ୍ୟ ଯେ ଅଦ୍ୟାବଧି ଜିଲ୍ଲା ପ୍ରଶାସନ ଦ୍ୱାରା ସମୁଦାୟ ୧ ଲକ୍ଷ ଶହେ ୭୦ କ୍ୱିଣ୍ଟାଲ ଧାନ କ୍ରୟ କରାଯାଇଛି।