ଓଡିଶା

ଚୋରା ବାଇକ୍‌ ରାକେଟ୍‌ର ପର୍ଦ୍ଦାଫାଶ: ୭ ବାଇକ୍‌ ଜବତ, ଜଣେ ଗିରଫ

ଠଗଡ଼, ୦୮/୧୧: ଚୋରା ବାଇକ୍ ରାକେଟ୍ ଠାବ କଲା ପୋଲିସ । ଏହି ଘଟଣାରେ ୭ ଟି ଚୋରା ବାଇକ୍ ସହ ଜଣେ ଗିରଫ ହୋଇଛି । ଗିରଫ ହୋଇଥିବା ଯୁବକ ଜଣକ ନୟାଗଡ଼ ଜିଲ୍ଲା ମଧ୍ୟାକାଛ ଗାଁର ୨୬ ବର୍ଷୀୟ ରିତେଶ ପ୍ରଧାନ ବୋଲି ଜଣାପଡ଼ିଛି । କଟକ ଜିଲ୍ଲା ଆଠଗଡ଼ ବ୍ଲକ୍ରେ ଏଭଳି ଘଟଣା ଘିଟିଛି ।

ସୂଚନା ମୁତାବକ, କଟକ ବିଡାନାସୀ ଅଞ୍ଚଳ ଏବଂ ଗୁରୁଡ଼ିଝାଟିଆ ଆଖପାଖ ଅଞ୍ଚଳରୁ ବାଇକ୍ ଚୋରି କରି ବିଭିନ୍ନ ସ୍ଥାନରେ ବିକ୍ରି କରୁଥିଲା ଏହି ଚୋରା ବାଇକ୍ ରାକେଟ୍ ।

ଏନେଇ ଅନେକ ଥର ଗୁରୁଡ଼ିଝାଟିଆ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଅରମ୍ଭ କରିଥିଲା । ଚଦନ୍ତ ପରେ ଏହି ଘଟଣାରେ ଜଣେ ଯୁବକ ଗିରଫ ହୋଇଥିବା ବେଳେ ଦୁଇ ଜଣ ମାଷ୍ଟର ମାଇଣ୍ଡ ଚମ୍ପଟ ମାରିଥିଲେ । ଏନେଇ ଚୌଦ୍ଵାର ଏସଡିପିଓ ଉମାକାନ୍ତ ନାୟକଙ୍କ ସୂଚନା ଦେଇଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button