ଦେଶ ବିଦେଶ

ବେରୁତ ଏୟାରପୋର୍ଟରେ ଇସ୍ରାଏଲର ଆକ୍ରମଣ

ନୂଆଦିଲ୍ଲୀ, ୦୮/୧୧ : ବେରୁତ ଉପରେ ଇସ୍ରାଏଲର ଜବରଦସ୍ତ ହମଲା। ଲଗାତର ଦୁଇ ଦିନ ଧରି ଆକ୍ରମଣରେ ଶହେରୁ ଅଧିକ ଲୋକଙ୍କ ମୃତ୍ଯୁ ଘଟିଛି। ବେରୁତ ଏୟାରପୋର୍ଟ ଉପରେ ଆକ୍ରମଣ କରିଛି ଇସ୍ରାଏଲ ଡିଫେନ୍ସ ଫୋର୍ସେସ। ଆକ୍ରମଣରେ ୪୦ ଜଣଙ୍କ ମୃତ୍ଯୁ ହୋଇଥିବାବେଳେ ୫୦ରୁ ଅଧିକ ଆହତ ହୋଇଥିଲେ। ଆକ୍ରମଣ ପୁର୍ବରୁ ଇସ୍ରାଏଲ ସେନା ପକ୍ଷରୁ ଆଲର୍ଟ ଜାରି କରାଯାଇଥିଲା।

ଏୟାରପୋର୍ଟ ଏବଂ ଏହାର ଆଖପାଖ ଅଂଚଳକୁ ଖାଲି କରିବାକୁ କହିଥିଲା ସେନା। ଆକ୍ରମଣରେ ଆଇଡିଏଫ୍ ହିଜବୁଲ୍ଲାର କମାଣ୍ଡ ସେଣ୍ଟର ଏବଂ ଅସ୍ତ୍ରଶସ୍ତ୍ର ଗୋଦାମକୁ ଛାରଖାନ କରି ଦେଇଥିବା ଦାବି କରିଛି ସେନା। ହମାସ ଆତଙ୍କୀ ଶିବିର ଠାବ କରିଛି ଇସ୍ରାଏଲ ସେନା। ଇସ୍ରାଏଲ ହମଲାରେ ଲେବାନନରେ ବର୍ତ୍ତମାନ ସୁଦ୍ଧା ୩ ହଜାରରୁ ଅଧିକ ଲୋକଙ୍କ ମୃତ୍ଯୁ ଘଟିଲାଣି।

ଏମାନଙ୍କ ମଧ୍ୟରେ ଗତ ଦେଢ ମାସ ମଧ୍ୟରେ ଅଧିକ ସଂଖ୍ୟକ ଲୋକଙ୍କ ମୃତ୍ଯୁ ଘଟିଛି। ଦୁଇ ଦେଶ ମଧ୍ୟରେ ସଂଘର୍ଷରୁ ୧୦ ଲକ୍ଷରୁ ଅଧିକ ନାଗରିକ ଲେବାନନ ଛାଡିଛନ୍ତି। ଅଧିକାଂଶ କ୍ଯାମ୍ପରେ ଆଶ୍ରୟ ନେଇଛନ୍ତି। କ୍ଯାମ୍ପରେ ଆଉ ସ୍ଥାନ ନଥିବାରୁ ଲୋକେ ସମୁଦ୍ର କୂଳରେ ଟେଣ୍ଟ ଲଗାଇ ରହିଛନ୍ତି। ସେପଟେ ହିଜବୁଲ୍ଲା ମୁଖ୍ୟ ନଇମ କାସିମ ଇସ୍ରାଏଲ ସହ ଯୁଦ୍ଧ ବିରତି ପାଇଁ ଆଲୋଚନା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button