ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ସୁନୀଲ ଗାଭାସ୍କର ଦେଲେ ଅଧିନାୟକ ବଦଳାଇବାକୁ ପରାମର୍ଶ, ପରେ …

ନୂଆଦିଲ୍ଲୀ,୭/୧୧ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୨୨ନଭେମ୍ବରରୁ ବର୍ଡ଼ର ଗାଭାସ୍କର ଟ୍ରଫି ଖେଳାଯିବ । ସିରିଜ ପୂର୍ବରୁ ଏହି କଥା ଚର୍ଚ୍ଚା ହେଉଛି କି ଭାରତୀୟ ଅଧିନାୟକ ରୋହିତ ଶର୍ମା ପ୍ରଥମ ଟେଷ୍ଟ ମିସ୍ କରିପାରନ୍ତି । ଏହି ଖବର ଉପରେ ଟିମ୍ ଇଣ୍ଡିଆର ପୂର୍ବତନ ଭେଟରାନ ବ୍ୟାଟର ସୁନୀଲ ଗାଭାସ୍କର କହିଛନ୍ତି କି ଯଦି ରୋହିତ ଶର୍ମା ସିରିଜରେ ଟେଷ୍ଟ ମିସ୍ କରୁଛନ୍ତି ତ, ପୁରା ସିରିଜ ଲାଗି ଅନ୍ୟ କାହାକୁ ଟିମ୍ ଇଣ୍ଡିଆର ଅଧିନାୟକ କରିବା ଆବଶ୍ୟକ ।
ସୂଚନା ମୁତାବକ, ରୋହିତ ଶର୍ମା ବ୍ୟକ୍ତିଗତ କାରଣରୁ ବର୍ଡ଼ର ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚ୍ ମିସ୍ କରିପାରନ୍ତି । ଏହା ଉପରେ ଗାଭାସ୍କର ନିଜ ପ୍ରତିକ୍ରିୟା ଦେଇଛନ୍ତି, ଯାହା ଉପରେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଆରୋନ ଫିଞ୍ଚ ଅସହମତି ଜାହିର କରିଛନ୍ତି ।
ଗାଭାସ୍କର କହିଛନ୍ତି କି, ଆମେ ପଢୁଛୁ କି ରୋହିତ ଶର୍ମା ପ୍ରଥମ ଟେଷ୍ଟରେ ଖେଳିବେ ନାହିଁ । ହୋଇପାରେ ସେ ଦ୍ବିତୀୟରେ ଖେଳିବେ ନାହିଁ । ଯଦି ଏଭଳି ମାମଲା ଅଛି ତେବେ ମୁଁ କହିବି କି ଏବେ ଭାରତୀୟ ଚୟନକର୍ତ୍ତା କମିଟିକୁ କହିବାରେ ଅଛି କି, ଯଦି ବିଶ୍ରାମ ନେବାରେ ଅଛି ତ ନିଅନ୍ତୁ, ଯଦି ବ୍ୟକ୍ତିଗତ କାରଣ ଅଛି ତ ତାକୁ ଦେଖନ୍ତୁ । କିନ୍ତୁ ଯଦି ଆପଣ ଦୁଇ – ତିନି ମ୍ୟାଚ୍ ମିସ୍ କରୁଛନ୍ତି ତ ଆପଣଙ୍କୁ ଏହି ଗସ୍ତରେ ଜଣେ ଖେଳାଳୀ ଭାବେ ଯିବା ଆବଶ୍ୟକ । ଆମେ ଏହି ଗସ୍ତରେ ଉପଅଧିନାୟକଙ୍କୁ ଅଧିନାୟକ କରିବୁ । ’
ଗାଭାସ୍କରଙ୍କ ଏହି ଟିପ୍ପଣୀ ଉପରେ ପ୍ରତିକ୍ରିୟା ରଖି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଆରୋନ ଫିଞ୍ଚ କହିଛନ୍ତି କି, ମୁଁ ଏହା ଉପରେ ସନୀଙ୍କ କଥାରେ ପୂରା ଅସହମତି ଅଟେ । ‘ରୋହିତ ଶର୍ମା ଭାରତୀୟ କ୍ରିକେଟ ଟିମର ଅଧିନାୟକ ଅଟନ୍ତି । ଯଦି ଆପଣଙ୍କୁ ଘରେ ରହିବା ଜରୁରୀ ଅଟେ ତ କାରଣ ଆପଣଙ୍କ ସ୍ତ୍ରୀ ଗର୍ଭବତୀ ଅଛନ୍ତି ତେବେ ଏହା ସୁନ୍ଦରମୂହୁର୍ତ୍ତ ଅଟେ ଏବଂ ଆପଣ ଏହି ସମୟରେ ନିଜର ସମ୍ପୂର୍ଣ୍ଣ ସମୟ ଦେଇପାରିବେ


