ସ୍ୱାସ୍ଥ୍ୟ

ଗାଁରେ ବ୍ୟାପୁଛି ହାଡ଼ଫୁଟି; ୩୦ରୁ ଅଧିକ ଆକ୍ରାନ୍ତ

ଗଜପତି ଜିଲ୍ଲା ମୋହନା ବ୍ଲକର ଦୁର୍ଗମ ଅଞ୍ଚଳ ଖଜୁରୀପଦା ଗାଁରେ ବ୍ୟାପୁଛି ହାଡ଼ଫୁଟି। ପ୍ରାୟ ୩୦ରୁ ଅଧିକ ଲୋକେ ଆକ୍ରାନ୍ତ ହୋଇଥିବା ବେଳେ ୩ଜଣ ମହିଳାଙ୍କ ଅବସ୍ଥା ଗୁରୁତର ରହିଛି। ଆକ୍ରାନ୍ତଙ୍କ ମଧ୍ୟରେ ୧୦ ଜଣ ଶିଶୁ ଅଛନ୍ତି ।

ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତରଙ୍କ ସମେତ ଜିଲ୍ଲା ସ୍ଥରୀୟ ୯ ଜଣିଆ ଡାକ୍ତରୀ ଟିମ୍ ଗାଁକୁ ଯାଇ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି।

ଏଥିସହ ଆଶା କର୍ମୀମାନେ ଗାଁକୁ ଯାଇ ଆକ୍ରାନ୍ତଙ୍କୁ ଔଷଧ ମଧ୍ୟ ବଣ୍ଟନ କରିଛନ୍ତି। ତେବେ କେଉଁ କାରଣ ପାଇଁ ଗାଁରେ ହାଡଫୁଟି ବ୍ୟାପୁଛି ତାର ପ୍ରକୃତ କାରଣ ଜଣା ପଡ଼ିନାହିଁ।

ଜଣେ ଗ୍ରାମବାସୀ କହିଛନ୍ତି, ମାସେ ହେବ ଗାଁରେ ହାଡ଼ଫୁଟି ବ୍ୟାପିଛି। ଗାଁରେ ଡାକ୍ତରୀ ଟିମ୍ ପହଞ୍ଚି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଔଷଧ ଦେଇଛନ୍ତି। କେଉଁ କାରଣ ପାଇଁ ଗାଁରେ ହାଡ଼ଫୁଟି ବ୍ୟାପୁଛି ଜଣାପଡ଼ିନାହିଁ। ପାଣି ପାଇଁ ଏହି ରୋଗ ବ୍ୟାପୁଥିବା ସନ୍ଦେହ କରାଯାଉଛି। ଅନ୍ୟପକ୍ଷରେ ଗାଁରେ ଏବେ ସ୍ଥିତି ନିୟନ୍ତ୍ରଣ ଅଛି ବୋଲି କହିଛନ୍ତି ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button