ଦେଶ ବିଦେଶ

ଯଦି ମସଜିଦରୁ ଲାଉଡସ୍ପିକର ହଟାଯିବ ନାହିଁ ତେବେ…, ପୁଣେ ରାଲିରେ ରାଜ ଠାକେରଙ୍କ ଚେତାବନୀ

ମୁମ୍ବାଇ: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ମଧ୍ୟରେ ମହାରାଷ୍ଟ୍ର ନବ ନିର୍ମାଣ ସେନାର ପ୍ରମୁଖ ପୁଣି ଥରେ ମସଜିଦରୁ ଲାଉଡସ୍ପିକର ହଟାଇବା ଦାବି ଦୋହରାଇଛନ୍ତି। ପୁଣେରେ ଏକ ରାଲିକୁ ସମ୍ବୋଧିତ କରି ରାଜ ଠାକରେ କହିଛନ୍ତି, ଯଦି ମସଜିଦରୁ ଲାଉଡସ୍ପିକର ହଟାଯିବନି ତେବେ ଆମେ ମସଜିଦ ସାମ୍ନାରେ ହନୁମାନ ଚାଳିସା ପାଠ କରିବୁ।

ଜନସଭାରେ ଭାଷଣ ସମୟରେ ଠାକରେ କହିଛନ୍ତି, ମହାରାଷ୍ଟ୍ରରେ ମସଜିଦରୁ ସମସ୍ତ ଲାଉଡସ୍ପିକର ହଟାଇ ଦିଆଯିବା ଉଚିତ୍। ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଥିବା ଲାଉଡସ୍ପିକରକୁ ଅନୁମତି ଦିଆଯିବ ନାହିଁ। ଯଦି କୌଣସି ମନ୍ଦିରରେ ୩୬୫ ଦିନ ପର୍ଯ୍ୟନ୍ତ ଭଜନ ବାଜୁଛି ତେବେ ତାକୁ ମଧ୍ୟ ହଟାଇ ଦିଆଯାଉ। ମାତ୍ର ସେଠାରେ ଲାଉଡସ୍ପିକର ବାଜୁନି। ଲୋକେ କେବଳ ମନ୍ଦିର ଯାଉଛନ୍ତି, ଭଗବାନଙ୍କ ପାଦ ଛୁଇଁ ଗୋଟିଏ ମିନିଟ୍ରେ ଫେରି ଆସୁଛନ୍ତି।

ସେ କହିଛନ୍ତି, ଯେବେ ବାଲା ସାହେବ ଠାକରେଙ୍କ ପୁଅ ମୁଖ୍ୟମନ୍ତ୍ରୀ ଥିଲେ, ମୁଁ ଲାଉଡସ୍ପିକରର ବିରୋଧ କରିଥିଲେ। ମୋର ୧୭ ହଜାର କର୍ମକର୍ତ୍ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଯଦି ଲାଉଡସ୍ପିକର ହଟା ନ ଯିବ ତେବେ ଆମେ ମସଜିଦ ସାମ୍ନାରେ ହନୁମାନ ଚାଳିସା ପାଠ କରିବୁ।

ଏହା ବ୍ୟତୀତ ଜନତାଙ୍କୁ ସମ୍ବୋଧିତ କରି ଠାକରେ କହିଛନ୍ତି, ଯେବେ ଅଜିତ ପାଓ୍ଵାର ଉପମୁଖ୍ୟମନ୍ତ୍ରୀ ହେଲେ, ଏହାର ୧୦ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ, ୭୦ ହଜାର କୋଟିର ଭ୍ରଷ୍ଟାଚାର କରିଥିବା ଲୋକଙ୍କୁ ଆମେ ଜେଲ୍ରେ ଭର୍ତ୍ତି କରିଦେବୁ। କିନ୍ତୁ ୧୦ ଦିନ ପରେ ବିଜେପି ତାଙ୍କୁ ଉପମୁଖ୍ୟମନ୍ତ୍ରୀ ପଦରେ ବସାଇଥିଲା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button