ଦେଶ ବିଦେଶ

ଘରେ ପ୍ରସ୍ତୁତ କରନ୍ତୁ ମୁଗ ଡାଲି ବରଫି

ଘରେ କରନ୍ତୁ ମୁଗ ଡାଲି ବରଫି। ଖୁବ୍‌ କମ୍‌ ସାମଗ୍ରୀରେ ଓ କମ୍‌ ସମୟରେ ପ୍ରସ୍ତୁତ ହେବ ଏହି ସୁଆଦିଆ ମିଠା। ଏହାକୁ ଅନ୍ୟମାନଙ୍କୁ ଖୁଆଇ ନିଜ ପାଇଁ ପ୍ରଶଂସା ସାଉଣ୍ଟନ୍ତୁ। ଆସନ୍ତୁ, ଜାଣିବା ଏଥିପାଇଁ ଆବଶ୍ୟକ ସାମଗ୍ରୀ ଓ ପ୍ରସ୍ତୁତି ପ୍ରଣାଳୀ।

ଆବଶ୍ୟକ ସାମଗ୍ରୀ: ମୁଗ ଡାଲି, ଗୁଆ ଘିଅ, ଚିନି, ଡ୍ରାଏ ଫ୍ରୁଟ୍ସ

ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ମୁଗ ଡାଲି ୧ କପ୍‌କୁ ଗ୍ରାଇଣ୍ଡିଂ କରି ଭଲ ଭାବେ ପାଉଡ଼ର କରି ଦିଅନ୍ତୁ ।

କରେଇରେ ଏକ କପ୍‌ରେ ଅଧାରୁ କମ୍‌ ଗୁଆ ଘିଅ ପକାଇ ତାହାକୁ ଗରମ କରନ୍ତୁ। ଏବେ ସେଥିରେ ମୁଗ ଡାଲି ପାଉଡ଼ର ପକାଇ ସିମ୍‌ ଆଞ୍ଚରେ ଭାଜନ୍ତୁ। ଏହା ଭଲ ଭାବେ ଭାଜି ହୋଇଯିବା ପରେ ଗ୍ୟାସ୍‌ରୁ ବାହାର କରିଦିଅନ୍ତୁ ।

ଅନ୍ୟ ଏକ ପାତ୍ରରେ ୧ କପ୍‌ ଚିନିରେ ଅଧ କପ୍‌ ପାଣି ଦେଇ ସିରା ପ୍ରସ୍ତୁତ କରନ୍ତୁ। ସିରା ପ୍ରସ୍ତୁତ ହେବା ପରେ ସେଥିରେ ମୁଗ ଡାଲି ପାଉଡ଼ରକୁ ପକାଇ ଭଲ ଭାବେ ଘାଣ୍ଟନ୍ତୁ। କିଛି ସମୟ ପରେ ପ୍ରସ୍ତୁତ ହୋଇଯିବ ଜନ୍ତଣି।

ଏବେ ତାହାକୁ ଏକ ପାତ୍ରରେ ବାହାର କରି ନିଜ ପସନ୍ଦର ଆକାର ଦିଅନ୍ତୁ। ତାହା ଉପରେ ନିଜ ପସନ୍ଦର ଡ୍ରାଏ ଫ୍ରୁଟ୍ସ ପକାଇ ସଜାଇ ଦିଅନ୍ତୁ। ପ୍ରାୟ ଘଣ୍ଟାଏ ପରେ ତାହାକୁ ପିସ୍‌ ପିସ୍‌ କରି କାଟି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ମୁଗ ଡାଲି ବରଫି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button