ଦେଶ ବିଦେଶ

ଇତିହାସ ପାଲଟିବ ଭିସ୍ତାରା, ଆଜି ଶେଷ ଉଡାଣ

ନୂଆଦିଲ୍ଲୀ: ଭିସ୍ତାରା ଏୟାରଲାଇନ୍ସ ସୋମବାର ଦିନ ଏହାର ଶେଷ ଉଡ଼ାଣ ଭରିବ। ମଙ୍ଗଳବାର ଠାରୁ ଏହାର ମିଶ୍ରଣ ଏୟାର ଇଣ୍ଡିଆ ଗ୍ରୁପ ସହ ହୋଇଯିବ। ଟାଟା ଗ୍ରୁପ୍ ଏବଂ ସିଙ୍ଗାପୁର ଏୟାରଲାଇନ୍ସର ମିଳିତ ଉଦ୍ୟମରେ ଭିସ୍ତାରା ପରିଚାଳିତ ହେଉଥିଲା।

ବର୍ତ୍ତମାନ ଏୟାର ଇଣ୍ଡିଆ ସହିତ ମିଶ୍ରଣ ପରେ ସିଙ୍ଗାପୁର ଏୟାରଲାଇନ୍ସ ଏଥିରେ ୨୫.୧ ପ୍ରତିଶତ ଅଂଶୀଦାର ରହିବ।

ମିଶ୍ରଣର ଏକ ମାସ ପର୍ଯ୍ୟନ୍ତ ଭିସ୍ତାରାରେ ଯାତ୍ରା କରିବାକୁ ଅଗ୍ରୀମ ଟିକେଟ୍ କାଟିଥିବା ପ୍ରାୟ ୧ଲକ୍ଷ ୧୫ ହଜାର ଯାତ୍ରୀ ଏୟାର ଇଣ୍ଡିଆରେ ଯାତ୍ରା କରିବେ। ଯାତ୍ରୀଙ୍କୁ ଭିସ୍ତାରା ଭଳି ସୁବିଧା ଯୋଗାଇ ଦିଆଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

ତେବେ ଏହି ପରିବର୍ତ୍ତନ ପରେ ଭିସ୍ତାରା ଏୟାରଲାଇନ୍ସର ଫ୍ଲାଇଟ୍ କୋଡରେ ‘2’ ଯୋଡାଯିବ। ଉଦାହରଣ ସ୍ୱରୂପ, ଭିଷ୍ଟାରାର ପୂର୍ବ ଫ୍ଲାଇଟ୍ କୋଡ୍ UK 955 ଥିଲା ଓ ପରିବର୍ତ୍ତନ ପରେ ଏହା AI 2955 ହେବ।

୨୦୧୨ ରେ ମନମୋହନ ସିଂହଙ୍କ ନେତୃତ୍ବାଧୀନ ୟୁପିଏ ସରକାର ବିଦେଶୀ ବିମାନ କମ୍ପାନୀ ଗୁଡିକୁ ଘରୋଇ ଏୟାରଲାଇନ୍ସରେ ୪୯% ଅଂଶୀଦାର ହାସଲ କରିବାକୁ ଅନୁମତି ଦେଇଥିଲେ। ଜେଟ ଏୟାରୱେଜ୍ ର ଏୟାରଲାଇନ୍ସ ୨୪% ଅଂଶୀଦାର ହାସଲ କରିପାରିଥିଲା। ସେହି ସମୟରେ ଟାଟା ଗ୍ରୁପ୍ ନେତୃତ୍ୱରେ ଏୟାରଏସିଆ ଇଣ୍ଡିଆ ଏବଂ ଭିସ୍ତାରା ଆରମ୍ଭ ହୋଇଥିଲା। ଗତ ଏକ ଦଶନ୍ଧି ଧରି ଭିସ୍ତାରା ଭାରତୀୟ ଆକାଶରେ ପୂର୍ଣ୍ଣ-ସେବା ଯୋଗାଉଥିବା ଏକମାତ୍ର ବିମାନ ଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button