ଓଡିଶା

ମହାରାଷ୍ଟ୍ର ମ୍ୟାଚ୍‌ ପାଇଁ ଓଡ଼ିଶା ରଣଜୀ ଦଳ ଘୋଷିତ

ଟକ: ନଭେମ୍ବର ୧୩ରୁ ୧୬ତାରିଖ ପର୍ଯ୍ୟନ୍ତ ବାରବାଟୀ ଷ୍ଟାଡିୟମ୍ ଖେଳାଯିବାକୁ ଥିବା ମହାରାଷ୍ଟ୍ର ବିପକ୍ଷ ରଣ୍ଜୀ ଟ୍ରଫି ମ୍ୟାଚ୍ ପାଇଁ ଓଡ଼ିଶା ଦଳ ଘୋଷିତ ହୋଇଛି। ଅଲ୍ରାଉଣ୍ଡର ଗୋବିନ୍ଦ ପୋଦାରଙ୍କ ନେତୃତ୍ବାଧୀନ ଏହି ଦଳରେ ଅଲ୍ରାଉଣ୍ଡର ବିପ୍ଳବ ସାମନ୍ତରାୟ ଓ ଓପନର୍ ଅନୁରାଗ ଷଡ଼ଙ୍ଗୀଙ୍କୁ ସ୍ଥାନ ମିଳିନି। ବିପ୍ଳବ ଆଘାତଜନିତ କାରଣରୁ ବାଦ୍ ଦିଆଯାଇଛି ବୋଲି ଓସିଏ ଚୟନ କମିଟି କହିଛି।

ଡାହାଣହାତୀ ଦ୍ରୁତ ବୋଲର ତାପସ ଦାସଙ୍କୁ ସାମିଲ କରାଯାଇଛି। ଗତ ରଣଜୀ ଋତୁରେ ତାପସ ଓଡ଼ିଶା ଦଳରେ ସ୍ଥାନ ପାଇଥିଲେ ମଧ୍ୟ ମ୍ୟାଚ୍ ଖେଳିନଥିଲେ। ମହାରାଷ୍ଟ୍ର ବିପକ୍ଷ ମ୍ୟାଚ୍ରେ ତାପସଙ୍କ ଖେଳିବା ସମ୍ଭାବନା ରହିଛି। ସୁଯୋଗ ମିଳିଲେ ପ୍ରଥମଶ୍ରେଣୀ କ୍ରିକେଟ୍ରେ ତାପସ ପଦାର୍ପଣ କରିବେ। ଚଳିତ ଋତୁରେ ଦୁଇଟି ମ୍ୟାଚ୍ ପରାଜୟ ଓ ଗୋଟିଏ ଡ୍ର’ ପାଇଥିବା ଓଡ଼ିଶା ମୋଟ ୪ ମ୍ୟାଚ୍ରୁ ମାତ୍ର ୪ ପଏଣ୍ଟ୍ ପାଇ ସପ୍ତମ ସ୍ଥାନରେ ରହିଛି।

ବିପ୍ଳବ, ଅନୁରାଗ ବାଦ୍: ତାପସ ସାମିଲ

ଓଡ଼ିଶା ଦଳ: ଗୋବିନ୍ଦ ପୋଦ୍ଦାର (ଅଧିନାୟକ), ଶାନ୍ତନୁ ମିଶ୍ର, ସନ୍ଦୀପ ପଟ୍ଟନାୟକ, କାର୍ତ୍ତିକ ବିଶ୍ବାଳ, ସ୍ବସ୍ତିକ ସାମଲ, ରାଜେଶ ଧୂପର (ୱିକେଟ୍ରକ୍ଷକ), ଆଶୀର୍ବାଦ ସ୍ବାଇଁ (ୱିକେଟ୍ରକ୍ଷକ), ଅନୀଲ ପରିଡ଼ା, ସୂର୍ଯ୍ୟକାନ୍ତ ପ୍ରଧାନ, ସୁନୀଲ କୁମାର ରାଉଳ, ରାଜେଶ ମହାନ୍ତି, ଦେବବ୍ରତ ପ୍ରଧାନ, ତରଣୀ ସ’, ହର୍ଷିତ ରାଥୋଡ଼, ସୁମିତ ଶର୍ମା, ତାପସ ଦାସ। ସୁରେନ୍ଦ୍ର ଭାବେ (ମୁଖ୍ୟ ପ୍ରଶିକ୍ଷକ), ଅବକାଶ ଖଟୁଆ (ସହକାରୀ ପ୍ରଶିକ୍ଷକ), ସଂଗ୍ରାମ ଗୁମାନସିଂହ, ସୁଶାନ୍ତ ମହାନ୍ତି (ପ୍ରବନ୍ଧକ), ରେନି ଚାଟାର୍ଜୀ (ଫିଜିଓ), ପ୍ରତ୍ୟୁଷ ଅଗ୍ରୱାଲ (ପ୍ରଶିକ୍ଷକ), ସାରଦା ବିଶ୍ବାଳ (ଭିଡିଓ ସମୀକ୍ଷକ)।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button