କେବେ ଚାଲିପାରୁନଥିଲେ ଷ୍ଟିଭ, ହେଲେ ଏବେ ବାଜି ମାରିନେଲେ ଇଣ୍ଡିଆଜ୍ ବେଷ୍ଟ ଡ୍ୟାନ୍ସର ଟାଇଟଲ
‘ଇଣ୍ଡିଆଜ୍ ବେଷ୍ଟ ଡ୍ୟାନ୍ସର’ ସିଜିନ-୪ର ବିଜେତା ହୋଇଛନ୍ତି ଷ୍ଟିଭ ଜିରୱା । ଶିଲଂର ଷ୍ଟିଭ ଟ୍ରଫି ସହିତ ୧୫ ଲକ୍ଷ ଟଙ୍କା ପୁରସ୍କାର ରାଶି ଏବଂ କାର ମିଳିଛି । ଏଥିସହିତ ତାଙ୍କର କୋରିଗ୍ରାଫର ରକ୍ତିମ ଠାକୁରଙ୍କୁ ମଧ୍ୟ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିଛି । ଷ୍ଟିଭଙ୍କ ସହ ଫାଇନାଲରେ ହର୍ଷ କେସରୀ, ନେକ୍ସନ, ନେପୋ, ଆକାଂକ୍ଷା ମିଶ୍ରା ଓରଫ ଅକୀନା ଓ ଆଦିତ୍ୟ ବାଲବୀୟ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ ।
ଷ୍ଟିଭ ପରିଶ୍ରମ ଏବଂ ମା’ଙ୍କ ସପୋର୍ଟ ଯୋଗୁଁ ଶ୍ରେଷ୍ଠ ଡ୍ୟାନ୍ସର ଟାଇଟଲ ଜିତିଛନ୍ତି । ଛୋଟ ବେଳୁ ଠିକ୍ ଭାବେ ଚାଲିପାରୁନଥିବା ଷ୍ଟିଭ ଆଜି ଡ୍ୟାନ୍ସ ରିଆଲିଟି ଶୋ ଜିତିଛନ୍ତି । ଜିତିବା ପରେ ଷ୍ଟିଭ କହିଛନ୍ତି, ମୋ କଠିନ ପରିଶ୍ରମ ଏବଂ ନିଷ୍ଠାପର ଯୋଗୁଁ ଆଜି ଲକ୍ଷ୍ୟ ସ୍ଥଳରେ ପହଞ୍ଚିଛି । ଅପେକ୍ଷାର ଫଳ ମିଠା । ଆପଣଙ୍କ କଠିନ ପରିଶ୍ରମ କେବେ ବି ବ୍ୟର୍ଥ ଯିବ ନାହିଁ ।
ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ବହୁତ ଖୁସି ଏବଂ ସମସ୍ତଙ୍କ ପ୍ରତି କୃତଜ୍ଞତା ଜଣାଉଛି । ବହୁଦିନରୁ ବଡ ପ୍ଲାଟଫର୍ମରେ ଜିତିବା ମୋ ସ୍ବପ୍ନ ଥିଲା । ମୋ ଆଈ ବହୁତ ଖୁସି । ତାଙ୍କ ଆଖିରେ ଖୁସି ଦେଖି ମୁଁ ଗର୍ଭ ଅନୁଭବ କରୁଛି ।
ଇଣ୍ଡିଆ ବେଷ୍ଟ ଡ୍ୟାନ୍ସରର ଚଳିତ ସିଜିନରେ କରିସ୍ମା କପୁର ଜଜ୍ ଭାବେ ଟିଭି ଶୋ’ରେ ଡେବ୍ୟୁ କରିଥିଲେ । ତାଙ୍କ ସହ ଗୀତା କପୁର, ଟେରେନ୍ସ ଲୁଇସ ମଧ୍ୟ ଜଜ୍ ପ୍ୟାନେଲରେ ରହିଥିଲେ । ଏହି ଡ୍ୟାନ୍ସ ରିୟଲିଟି ଶୋ’କୁ ଜୟ ଭାନୁଶାଲୀ ଓ ଅନିକେତ ଚୌହାନ ହୋଷ୍ଟ କରିଥିଲେ ।