ଦେଶ ବିଦେଶ

ଜେଲରେ ବନ୍ଦୀ ଥିବା ସ୍ବାମୀଙ୍କ ଡନ ସ୍ତ୍ରୀ ଗିରଫ

ନୂଆଦିଲ୍ଲୀ: ହୋଟେଲ ମାଲିକଙ୍କ ଠାରୁ ୨କୋଟି ଟଙ୍କା ଦାବି କରିବା ମାମଲାରେ ଗୁରୁଗ୍ରାମ ପୁଲିସ ଗ୍ୟାଙ୍ଗଷ୍ଟାର କୌଶଲ ଚୌଧୁରୀଙ୍କ ସ୍ତ୍ରୀ ମନୀଷାଙ୍କୁ ପୁଲିସ ଗିରଫ କରି ନେଇଛି।

ଗିରଫ ହୋଇଥିବା ମନୀଷା ଜେଲରେ ବନ୍ଦୀ ଥିବା ସ୍ବାମୀ କୌଶଲ ଚୌଧୁରୀଙ୍କ ସଙ୍କେତରେ ତଥା ବିଦେଶରେ ବସିଥିବା ଭାଇ ସୌରଭ ଗାଡୌଲିଙ୍କ ସହିତ ମିଶି ଗ୍ୟାଙ୍ଗ ଚଲାଉଥିଲେ।

ମନୀଷାଙ୍କ ବିରୋଧରେ ପୂର୍ବରୁ ୬ଟି ମାମଲା ଥିବା ବେଳେ ସେ ଜାମିନରେ ଜେଲରୁ ବାହାରି ଥିଲେ।

ଏସିପି କ୍ରାଇମ ବରୁଣ ଦାହିୟାଙ୍କ କହିବାନୁସାରେ, ଗତ ୨ମାସ ହେବ ଅଭିଯୋଗ ହୋଇଆସୁଛି କି ମନୀଷା ଜୋରଜବରଦସ୍ତି ହୋଟେଲ ମାଲିକଙ୍କୁ ଟଙ୍କା ଦାବି କରି ଆସୁଥିଲେ। ଏହି ମାମଲାରେ ରାଜସ୍ଥାନ ପୁଲିସ ଓ ଗୁରୁଗ୍ରାମ ପୁଲିସ ଏସଟିଏଫ ସହିତ ମିଶି ଯାଞ୍ଚ କରିଥିଲେ।

ଏହି ଯାଞ୍ଚ ସମୟରେ ସୋମବାର ଗୁରୁଗ୍ରାମ ପୁଲିସର କ୍ରାଇମ ବ୍ରାଞ୍ଚ ମନୀଷାଙ୍କୁ ଦେବୀଲାଲ କୋଲନିରୁ ଗିରଫ କରି ୬ଦିନିଆ ରିମାଣ୍ଡରେ ନେଇଛି। ଏହି ଗ୍ୟାଙ୍ଗରେ ଆଉ କିଏ କିଏ ସାମିଲ ଅଛନ୍ତି ତାହାକୁ ନେଇ ପୁଲିସ ଯାଞ୍ଚ କରୁଛି।

କୌଶଲ ଚୌଧରୀ ଗୁରୁଗ୍ରାମର ଭୋଣ୍ଡସି ଜେଲରେ ବନ୍ଦୀ ଅଛନ୍ତି। କୌଶଲ ଚୌଧରୀଙ୍କୁ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ବଡ଼ ବିରୋଧୀ ବୋଲି କୁହାଯାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button