ଦେଶ ବିଦେଶ

ସିନ୍ଧୁ ନଦୀକୁ ଖସିଲା ଯାତ୍ରୀବାହୀ ବସ୍, ୧୬ ମୃତ

ନୂଆଦିଲ୍ଲୀ,୧୩/୧୧: ପାକିସ୍ତାନର ଅଧିକୃତ କାଶ୍ମୀରର ଗିଲଗିତ୍-ବାଲ୍ଟିସ୍ତାନରେ ମର୍ମନ୍ତୁଦ ଦୁର୍ଘଟଣା । ସିନ୍ଧୁ ନଦୀକୁ ଖସିଲା ଯାତ୍ରୀବାହୀ ବସ୍। ଫଳରେ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଏହି ସମସ୍ତ ଯାତ୍ରୀ ଏକ ବିବାହ ସମାରୋହରେ ଯୋଗଦେବାକୁ ଯାଉଥିଲେ।

ସୂଚନା ଅନୁଯାୟୀ, ବସଟି ଏସ୍ତୋରରୁ ପଞ୍ଜାବର ଚକୱାଲ ଜିଲ୍ଲା ଅଭିମୁଖେ ଯାଉଥିଲା।

ହେଲେ ଯିବା ବାଟରେ ବସ୍ଟି ତେଲଚି ବ୍ରିଜରୁ ସିନ୍ଧୁ ନଦୀକୁ ଖସିପଡିଥିଲା। ଯାହା ଫଳରେ ଅତି କମରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ମହିଳା ଆହତ ହୋଇଥିଲେ। ତେବେ ଏହି ଘଟଣା ସମ୍ପର୍କରେ ପୋଲିସ ସୂଚନା ଦେଇଛି ଯେ, ଦୁର୍ଘଟଣା ସମୟରେ ବସ୍ରେ ବସିଥିବା ସମସ୍ତ ଲୋକ ଏକ ବିବାହ ଉତ୍ସବରେ ଯୋଗଦେବାକୁ ଯାଉଥିଲେ। ପାକିସ୍ତାନ ଅଧିକୃତ କାଶ୍ମୀର ପାହାଡ ଗିଲଗିତ-ବାଲ୍ଟିସ୍ତାନ ଅଞ୍ଚଳରେ ଘଟିଥିବା ଏହି ଦୁର୍ଘଟଣା ପରେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ବସ୍ରେ ବସିଥିବା ଅନ୍ୟ ଲୋକଙ୍କୁ ଖୋଜା ଚାଲିଛି। ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା ରହିଥିବା ବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button