ଓଡିଶା

ନବୀନ ଦାସଙ୍କୁ ଉତ୍କଳ ସାମ୍ବାଦିକ ରତ୍ନ ସମ୍ମାନ

ଭୁବନେଶ୍ୱର : ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ଼ ଆନୁକୂଲ୍ୟରେ କେନ୍ଦ୍ର ସରକାରଙ୍କ ଦୂରଦର୍ଶନ କେନ୍ଦ୍ର, ଆକାଶବାଣୀ, ରିଜିଓନାଲ ଆଉଟ ରିଚ୍ ବ୍ୟୁରୋ (ଆରଓବି), ଫିଲ୍‌ଡ ଆଉଟ୍ ରିଚ୍ ବ୍ୟୁରୋ (ଏଫ୍‌ଓବି) ଏବଂ ଏକାଡ଼େମୀ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ ଇନ୍‌ଫରମେସନ ଟେକ୍ନୋଲୋଜି (ଅମିତ୍‌)ର ମିଳିତ ଆନୁକୂଲ୍ୟରେ ଆସନ୍ତା ୧୬ ତାରିଖ (ଶନିବାର) ଦିନ ସ୍ଥାନୀୟ ଜୟଦେବ ଭବନ ଠାରେ ଜାତୀୟ ପ୍ରେସ୍ ଦିବସ ପାଳନ କରାଯିବ।

ଏହି ଉତ୍ସବରେ ରାଜ୍ୟପାଳ ରଘୁବର ଦାସ, ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢୀଙ୍କ ସମେତ ରାଜ୍ୟ ମନ୍ତ୍ରୀମଣ୍ଡଳର ବରିଷ୍ଠ ସଦସ୍ୟ, ବିଧାୟକ ଏବଂ ବିଭିନ୍ନ ସମ୍ବାଦପତ୍ରର ବରିଷ୍ଠ ସାମ୍ବାଦିକମାନେ ଯୋଗଦାନ କରିବେ।

ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ଼ର ଅଧ୍ୟକ୍ଷ ତଥା ଲୋକସେବକ ମଣ୍ଡଳର ଉପାଧ୍ୟକ୍ଷ ଦୀପକ ମାଲବ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଦୈନିକ ସମ୍ବାଦପତ୍ର ‘ସତ୍ୟର ସ୍ୱର ନିର୍ଭୟ’ର ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କୁ ‘ଉତ୍କଳ ସାମ୍ବାଦିକ ରତ୍ନ ସମ୍ମାନ-୨୦୨୪’ ପ୍ରଦାନ କରାଯିବା ସହିତ, ଆନ୍ଧ୍ରପ୍ରଦେଶର ‘ଆଦର୍ଶରତ୍ନ’ ସମ୍ବାଦପତ୍ରର ପତି ଭେଙ୍କଟ ନରସିଂହା ରାଓ, ପଶ୍ଚିମ ବଙ୍ଗଳାର ‘ଏକ୍ସପ୍ରେସ୍ ନ୍ୟୁଜ୍‌’ର ମଦନ ସିଂ, ତେଲେଙ୍ଗାନାର ‘ମାରୋ କୁରୁକ୍ଷେତ୍ରମ’ ସମ୍ବାଦପତ୍ରର ଶେଖ ଇସଲାମ ଉଦ୍ଦିନ, ଝାଡ଼ଖଣ୍ଡର ‘ଝାଡ଼ଖଣ୍ଡ ଅବଜରବର’ ପତ୍ରିକାର ପରଭିନ୍ଦ କୁମାର ପାଣ୍ଡେ, ବିହାରର ‘ଶ୍ରୀ ସାଇ ଭିଜନ’ ପତ୍ରିକାର ଅରୁପ କୁମାର ମଜୁମଦାର, ଗୁଜୁରାଟର ‘ଡାର୍କ ସ୍କାଏ’ ପତ୍ରିକାର ଶଶି କୁମାର, ମୁମ୍ବାଇର ‘ଓଭରସିଜଲୁକ୍‌’ ପତ୍ରିକାର ଅମିତ କୁମାର ଦୁବେ ପ୍ରମୁଖଙ୍କୁ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ୭ ଜଣ ବରିଷ୍ଠ ସାମ୍ବାଦିକଙ୍କୁ ‘ରାଷ୍ଟ୍ରୀୟ ସାମ୍ବାଦିକ ଗୌରବ ସମ୍ମାନ’ରେ ସମ୍ମାନିତ କରାଯିବ। ଏହାଛଡ଼ା ପାରାଦ୍ୱୀପ ଫସ୍‌ପେଟ ଲିମିଟେଡ଼ (ପିପିଏଲ୍‌)ର କର୍ପୋରେଟ ମୁଖ୍ୟ ସୁଧି ରଞ୍ଜନ ମି୍‌ଶ୍ରଙ୍କୁ ପବ୍ଲିକ ରିଲେସନ ଓ ହ୍ୟୁମାନ ରସୋର୍ସ ଡ଼େଭଲପମେଣ୍ଟ ସମ୍ମାନ-୨୦୨୪ ପ୍ରଦାନ କରାଯିବ।

୨୦୨୩ ମସିହାରେ ସାମ୍ବାଦିକତା ଶିକ୍ଷା କ୍ଷେତ୍ରରେ ସର୍ବୋଚ୍ଚ ସ୍ଥାନ ହାସଲ କରିଥିବା ଉତ୍କଳ ବିଶ୍ୱବିଦ୍ୟାଳୟ, ବାଣୀବିହାର, ଭୁବନେଶ୍ୱରର ଛାତ୍ର ଅଂଶୁମାନ ସାହୁଙ୍କୁ ‘ରବି ନାରାୟଣ ମହାନ୍ତି ସ୍ମାରକୀ ସମ୍ମାନ-୨୦୨୪’, ବାଲେଶ୍ୱରସ୍ଥିତ ଫକୀର ମୋହନ ବିଶ୍ୱବିଦ୍ୟାଳୟର ଛାତ୍ରୀ ସୁପ୍ରିୟା ପ୍ରଧାନଙ୍କୁ ‘ପ୍ରଦ୍ୟୁମ୍ନ ବଳ ସ୍ମାରକୀ ସମ୍ମାନ-୨୦୨୪’, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱରର ଛାତ୍ର ସ୍ତୁତି ରଞ୍ଜନ ପ୍ରଧାନଙ୍କୁ ଗୋପାଳ ମିଶ୍ର ସ୍ମାରକୀ ସମ୍ମାନ-୨୦୨୪, କଟକସ୍ଥିତ ରେଭେନ୍ସା ବିଶ୍ୱବିଦ୍ୟାଳୟର ଛାତ୍ରୀ ରିନି ସିହ୍ନାଙ୍କୁ ‘ରାମହରି ମିଶ୍ର ସ୍ମାରକୀ ସମ୍ମାନ-୨୦୨୪’, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଛାତ୍ରୀ କୁମାରୀ ଶିଭାନୀଙ୍କୁ ‘ବରେନ୍ଦ୍ରକୃଷ୍ଣ ଧଳ ସ୍ମାରକୀ ସମ୍ମାନ-୨୦୨୪’, ଢେଙ୍କାନାଳସ୍ଥିତ ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ୍ ମାସ୍ କମ୍ୟୁନିକେଶନ (ଆଇଆଇଏମ୍‌ଏସ୍‌)ର ଓଡ଼ିଆ ବିଭାଗ ଛାତ୍ର ସୂରଜ କୁମାର ବେହେରାଙ୍କୁ ‘ଦିଲ୍ଲୀପ ଶତପଥୀ ସ୍ମାରକୀ ସମ୍ମାନ-୨୦୨୪’ ଏବଂ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ, ଭୁବନେଶ୍ୱରର ଛାତ୍ରୀ ତପସ୍ୟା ପତିଙ୍କୁ ‘ଅରିନ୍ଦମ୍ ଦାଶ ସ୍ମାରକୀ ସମ୍ମାନ-୨୦୨୪’ ସମ୍ମାନରେ ସମ୍ମାନିତ କରାଯିବ। ଏହା ବ୍ୟତୀତ ରାଜ୍ୟର ୩୩ଜଣ ବରିଷ୍ଠ ସାମ୍ବାଦିକ ଅର୍ଜୁନ ରଞ୍ଜନ ପଣ୍ଡା, ମହେଶ୍ୱର ମୂଳିଆ, ଦୁଲାଲ ମିଶ୍ର, ସୁରେନ୍ଦ୍ର ସାହୁ, ପ୍ରଦୋଷ ପଟ୍ଟନାୟକ, ପ୍ରଶାନ୍ତ କୁମାର ପଟ୍ଟନାୟକ, ପ୍ରବୋଧ କୁମାର ମିଶ୍ର, ସାରଦା ପ୍ରସନ୍ନ ନନ୍ଦ, ଶରତ ଚନ୍ଦ୍ର ଦାଶ, ସୁବାସ ଚନ୍ଦ୍ର ପଟ୍ଟନାୟକ, ଅକ୍ଷୟ କୁମାର ପତି, ହଳଧର ଧୀର, ରମେଶ ଚନ୍ଦ୍ର ମହାନ୍ତି, ସେକ୍ ଅବଦୁଲ ମନାନ, ଗୋଲକ ସୂତାର, ଭାଗବତ ତ୍ରିପାଠୀ, ବସନ୍ତ କୁମାର ଦାଶ, ଶ୍ରୀରାମ ଦାଶ, ଗୁରୁ କଲ୍ୟାଣ ମହାପାତ୍ର, ବାଉରୀବନ୍ଧୁ ମହାରଣା, ସୁଜ୍ଞାନ ଚୌଧୁରୀ, ରବି ରଥ, ଗୌରାଙ୍ଗ ଚରଣ ହୋତା, ତ୍ରିଲୋଚନ ମହାପାତ୍ର, ଅମ୍ବିକା କାନୁନଗୋ, ପ୍ରସନ୍ନ କୁମାର ନାୟକ, ସୁବାସ ପାଣିଗ୍ରାହୀ, ସତ୍ୟ ରାୟ, ଶିବରାମ ଦାସ, ଦିବାକର ପ୍ରଧାନ, ପଦ୍ମନାଭ ଜେନା, ପରେଶ ଦାସ, ରବି ସ୍ୱାଇଁଙ୍କୁ ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ପେନ୍‌ସନ ପ୍ରଦାନ କରାଯିବ ବୋଲି ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ଼ର ସଭାପତି ପ୍ରଦୋଷ ପଟ୍ଟନାୟକ, ଉପସଭାପତି ପ୍ରଦ୍ୟୁମ୍ନ କୁମାର ମହାନ୍ତି, ସାଧାରଣ ସମ୍ପାଦକ ସନତ ମିଶ୍ର ପ୍ରକାଶ କରିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button