ଘରର ଏହି ସ୍ଥାନରେ ରଖୁଛନ୍ତି କି ଫ୍ରିଜ୍? ବୋମା ଭଳି ଫାଟିପାରେ ଆପଣଙ୍କ ଫ୍ରିଜ୍, ଜାଣନ୍ତୁ କେଉଁଠି ରଖିବେ ନାହିଁ
ଗରମରେ ଫ୍ରିଜର କମ୍ପ୍ରେସର୍ ଫାଟିବାର ଅନେକ ମାମଲା ସାମ୍ନାକୁ ଆସିଛି । ବିସ୍ଫୋରଣ ହେଲେ ଖାଲି ଫ୍ରିଜ୍ ଫାଟେନାହିଁ ଏହା ସହିତ ବହୁମୂଲ୍ୟ ଜୀବନଟି ମଧ୍ୟ ଚାଲିଯାଏ । ଆପଣଙ୍କୁ ଏଠାରେ କହିରଖୁଛୁ କି ଫ୍ରିଜକୁ ଯଦି ସଠିକ୍ ସ୍ଥାନରେ ନ ରଖାଯାଏ ତାହେଲେ ବିସ୍ଫୋରଣ ହେବାର ଅନେକ ସମ୍ଭାବନା ଦେଖାଯାଏ । ତେବେ ଘରର କେଉଁ ସ୍ଥାନରେ ଫ୍ରିଜକୁ ରଖିଲେ ଏଭଳି ଦୁର୍ଘଟଣାକୁ ଏଡାଇ ପାରିବେ।
ଯଦି ଆପଣ ଫ୍ରିଜର କମ୍ପ୍ରେସର୍ ସାଇଡର ଦିଗକୁ ଏଭଳି ସ୍ଥାନରେ ରଖୁଛନ୍ତି ଯେଉଁଠି କବାଟ ଥିବ କିମ୍ବା ଭେଣ୍ଟିଲେସନର କୌଣସି ବ୍ୟବସ୍ଥା ନଥିବ ତେବେ ଏହାଦ୍ୱାରା କମ୍ପ୍ରେସର ସାଧାରଣଠାରୁ ଅଧିକ ଗରମ ହୋଇଯାଏ ଏବଂ କେତେବେଳେ ଫାଟିଯିବ ତାହାର କିଛି ଠିକ୍ ଠିକଣା ନଥାଏ । ଯଦି ଆପଣ ନିଜ ଫ୍ରିଜକୁ ଏବଂ ଜୀବନକୁ ବଞ୍ଚାଇବାକୁ ଚାହୁଁଛନ୍ତି ତେବେ ଏହି ଦିଗରେ ଫ୍ରିଜ୍ ରଖନ୍ତୁ ନାହିଁ। କେବେ ବି ରେଫ୍ରିଜରେଟରକୁ ଏଭଳି ସ୍ଥାନରେ ରଖନ୍ତୁ ନାହିଁ ଯେଉଁଠାରେ ବିଜୁଳୀ ଫ୍ଲକଚୁଏଟ୍ ହେଉଥିବ ।
ଏବଂ ଫ୍ରିଜ୍ ଫାଟିବାର ଆଶଙ୍କା ବି କମ୍ ହୁଏ । ଫ୍ରିଜରେ ଯଦି କୌଣସି ପ୍ରକାରର ଅସୁବିଧା ଦେଖାଯାଉଛି ଖାସ୍ କରି କମ୍ପ୍ରେସର୍ ସ୍ଥାନରେ ତାହେଲେ ଉକ୍ତ କମ୍ପାନୀର ସର୍ଭିସ୍ ସେଣ୍ଟରରେ ହିଁ ଫ୍ରିଜର ମରାମତି କରନ୍ତୁ । ଏହାଦ୍ୱାରା କମ୍ପାନୀ ଅସଲି ପାର୍ଟସର ଗ୍ୟାରେଣ୍ଟି ଦେଇଥାଏ । ଯଦି ଲୋକାଲ୍ ପାର୍ଟସର ବ୍ୟବହାର କରିବେ ତାହେଲେ କମ୍ପ୍ରେସରରେ ବିସ୍ଫୋରଣ ହେଲା ଭଳି ସମସ୍ୟା ଉପୁଜିପାରେ ।