ଦେଶ ବିଦେଶ

ପୂର୍ବ ଜୀବନ ବୀମା ଲୁଚାଇଥିଲେ ଦାବି ପ୍ରତ୍ୟାଖ୍ୟାନ ହୋଇପାରିବ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଯଦି କୌଣସି ବ୍ୟକ୍ତିଙ୍କ ଜୀବନ ବୀମା ପଲିସି ଅଛି ଓ ସେ ଆଉ ଏକ ପଲିସି କିଣୁଛନ୍ତି, ତେବେ କିଣିବା ବେଳେ ନୂଆ କମ୍ପାନିକୁ ପୂର୍ବ ପଲିସି ବିଷୟରେ ସୂଚନା ଦେବାକୁ ପଡ଼ିବ। ଅନ୍ୟଥା ନୂଆ କମ୍ପାନି ବୀମା ଦାବିକୁ ପ୍ରତ୍ୟାଖ୍ୟାନ କରିପାରିବ।  ନିକଟରେ ସୁପ୍ରିମକୋର୍ଟ ଏହି ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ଜଷ୍ଟିସ୍ ବି ଭି ନାଗରତ୍ନା ଓ ସତୀଶ ଚନ୍ଦ୍ର ଶର୍ମାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ମାମଲାର ଶୁଣାଣି କରି କହିଛନ୍ତି ଯେ ବୀମା ହେଉଛି ଏକ ଚୁକ୍ତିନାମା। ତେଣୁ ସବୁ ତଥ୍ୟ ପ୍ରଦାନ କରିବା ବୀମାଧାରକଙ୍କ କର୍ତ୍ତବ୍ୟ। ଏହି ତଥ୍ୟ ବୀମା ଚୁକ୍ତିର ଏକ ଗୁରୁତ୍ବପୂର୍ଣ୍ଣ ବିଷୟ। ତେଣୁ ସେଭଳି ତଥ୍ୟ ପ୍ରକାଶ ନ କଲେ ଦାବିକୁ ପ୍ରତ୍ୟାଖ୍ୟାନ କରାଯାଇପାରିବ।

ଘଟଣା ଅନୁସାରେ ଆବେଦନକାରୀଙ୍କ ବାପା ଏକ ଘରୋଇ ବୀମା କମ୍ପାନିରୁ ୨୫ ଲକ୍ଷ ଟଙ୍କାର ଜୀବନ ବୀମା ପଲିସି କିଣିଥିଲେ। ବାପାଙ୍କ ଦେହାନ୍ତ ପରେ ସେହି କମ୍ପାନି ନିକଟରେ ପରିବାରବର୍ଗ ବୀମା ରାଶି ପାଇବାକୁ ଦାବି ଉପସ୍ଥାପନ କରିଥିଲେ। ବୀମା କମ୍ପାନି କିନ୍ତୁ ସେହି ଦାବିକୁ ପ୍ରତ୍ୟାଖ୍ୟାନ କରିଦେଇଥିଲା। କମ୍ପାନି କାରଣ ଦର୍ଶାଇଥିଲା ଯେ ତାଙ୍କ ବାପା ପୂର୍ବରୁ ଜୀବନ ବୀମା ପଲିସି କିଣିଥିଲେ। କିନ୍ତୁ ନୂଆ ପଲିସି ନେବା ବେଳେ ତାହା ଜଣାଇନଥିଲେ। ସେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରକାଶ କରିନଥିବା ଆଧାରରେ ତାଙ୍କ ଦାବି ଖାରଜ କରାଯାଇଥିବା କମ୍ପାନି ଜଣାଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button