ଧର୍ମ

ପୂଜା କରୁଥିବା ସମସ୍ତ ବ୍ୟକ୍ତି ଜାଣି ରଖନ୍ତୁ ଏହି 30 ଟି ଗୁରୁତ୍ୱପୂର୍ଣ୍ଣ କଥା… ନହେଲେ

ଶାସ୍ତ୍ର ରେ ବାଉଁଶ କାଠ ଜଳାଇବା ମନା ତଥାପି ଲୋକମାନେ ଧୂପକାଠି ଜଳାିଥାନ୍ତି , ଏହା ବାଉଁଶରେ ତିଆରି । ଧୂପବତୀ ଜଳାଇଲେ ପିତୃଦୋଷ ଲାଗିଥାଏ , ପୂଜାପାଠ କରିବା ବେଳେ ଏମିତି ବହୁତ କିଛି ଜିନିଷ ଅଛି ଯାହା ଉପରେ ଆପଣ ମାନଙ୍କୁ ନିଶ୍ଚିତ ଧ୍ୟାନ ଦେବା ଉଚିତ୍ । ତେବେ ଆସନ୍ତୁ ଜାଣିବା ପୂଜା ସମୟରେ କେଉଁ ସବୁ ନିତୀ ନିୟମ ମାନି ଚଳିବା ଉଚିତ୍ ।

ବିନା ସ୍ନାନ କରି ଯିଏ ତୁଳସୀ ପତ୍ର ତୋଳିଥାଏ ତାହା ଭଗବାନ ଶିକାର କରି ନଥାନ୍ତି । ରବିବାର ଦିନ ଦୁବ ତୋଳିବା ବାରଣ କରାଯାଇଥାଏ ଏବଂ କେତକୀ ପୁଷ୍ପ ଶିବଙ୍କୁ ଚଢିବା ବାରଣ ଅଟେ । କେତକୀ ପୁଷ୍ପ ଦ୍ୱାରା ମାଘ ମାସରେ ବିଷ୍ଣୁଙ୍କର ପୂଜା ଅବଶ୍ୟ କରନ୍ତୁ । ଶାଳଗ୍ରାମକୁ ଆବାହନ କିମ୍ୱା ବିସର୍ଜନ କରନ୍ତୁ ନାହିଁ ଏବଂ ଯେଉଁ ମୂର୍ତ୍ତୀ ସ୍ଥାପିତ ଥାଏ ତାହାକୁ ଆବାହନ କିମ୍ୱା ବିସର୍ଜନ କରାଯାଇ ନଥାଏ । ତୁଳସୀ ପତ୍ରକୁ ମଧ୍ୟାହ୍ନ ପରେ ଗ୍ରହଣ କରିବା ନିଷେଧ ଅଟେ ଏବଂ ପୂଜା କରିବା ସମୟରେ ଯଦି ଗୁରୁଦେବ , ପୂର୍ଜ୍ୟବ୍ୟକ୍ତି ଆସିଯାଇଥାନ୍ତି ତେବେ ତାଙ୍କୁ ଉଠିଯାଇ ପ୍ରଣାମ କରିବା ଓ ତାଙ୍କ ଆଜ୍ଞା ନେଇ ଶେଷ କାର୍ଯ୍ୟ ସମାପ୍ତ କରନ୍ତୁ ।

ମାଟିରେ ତିଆରି ମୂର୍ତ୍ତିର ଆବାହନ ଏବଂ ବିସର୍ଜନ ହୋଇଥାଏ , ପଦ୍ମ କୁ 5 ରାତି , ବେଲପତ୍ରକୁ 10 ରାତି , ତୁଳସୀକୁ 11 ରାତି ପରେ ବି ଶୁଦ୍ଦ କରି ପୂଜାରେ ଅଣାଯାଇ ପାରିବ । ହାତରେ ଧାରଣ କରିଥିବା ପୁଷ୍ପ , ତମ୍ୱା ପତ୍ରର ଚନ୍ଦନ ଏବଂ ଚର୍ମ ପାତ୍ରରେ ଗଙ୍ଗାଜଳ ଅପବିତ୍ର ହୋଇଯାଇଥାଏ । ଦୀପରୁ ଦୀପ ଜଳାଇବା ଦ୍ୱାରା ମନୁଷ୍ୟ ଦରିଦ୍ର ଏବଂ ରୋଗୀ ହୋଇଥାଏ ଏବଂ ଦକ୍ଷିଣ ମୁହାଁ ଦୀପକୁ ରଖନ୍ତୁ ନାହିଁ । ଦ୍ୱାଦଶି ସଂକ୍ରାନ୍ତି , ରବିବାର , ପକ୍ଷାନ୍ତ ଏବଂ ସନ୍ଧ୍ୟାକାଳରେ ତୁଳସୀ ପତ୍ର ତୋଳନ୍ତୁ ନାହିଁ । ପ୍ରତ୍ୟେକ ଦିନ ପୂଜାରେ ସଫଳତା ପାଇବା ପାଇଁ ଦକ୍ଷିଣା ନିହାନ୍ତି ଦିଅନ୍ତୁ ।

ଆଶନ , ଶୟନ , ଦାନ , ଭୋଜନ , ବିବାଦ , ବିବାହ ସମସ୍ୟା ଉପରେ ଛିଙ୍କ ଶୁଭ ମନା ଯାଇଥାଏ । ମାଟି ଗୋବରକୁ ରାତିରେ ଓ ସକାଳୁ ଗୋମୂତ୍ର ଗ୍ରହଣ କରନ୍ତୁ ନାହିଁ , ମୂର୍ତ୍ତି ସ୍ନାନ ସମୟରେ ଆଙ୍ଗୁଳିରେ ରଗଢାନ୍ତୁ ନାହିଁ । ଯିଏ ମଳିନ ବସ୍ତ୍ର ବା କଟା ବସ୍ତ୍ର ପିନ୍ଧି , ବାଳ ନକୁଣ୍ଡେଇ , ମୁିଖ ଦୁର୍ଗନ୍ଧଯୁକ୍ତ ଯପ ଆଦି କରିଥାନ୍ତି ଭଗବାନ ତାଙ୍କୁ ନାଶ କରିଥାନ୍ତି । କୃଷ୍ଣପକ୍ଷ ରିତୀକା ତିଥିରେ ଶ୍ରାବଣାଦି ନକ୍ଷତ୍ରରେ ପୂଜା ଆଦି କରନ୍ତୁ ନାହିଁ । ଅପୁରାହ୍ନ କାଳରେ ରାତ୍ରୀ ରେ କୃଷ୍ଣପକ୍ଷରେ , ଦ୍ୱାଦଶୀ ତିଥିରେ ବା ଅଷ୍ଟମୀରେ ଲକ୍ଷ୍ମୀ ପୂଜା କରନ୍ତୁ ନାହିଁ । ପୂଜାପାଠ କରୁଥିବା ବ୍ୟକ୍ତି ମାନଙ୍କୁ ଏହି ସବୁ କଥା ଜଣା ଥିବା ଦରକାର ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button