ନୀତି

ଖାଇବା ସମୟରେ ଖାଦ୍ୟରୁ ବାଳ ବାହାରିଲେ କ’ଣ ସୂଚନା ମିଳେ ?

ଯେତେବେଳେ ଜଣେ ମହିଳା ଗର୍ଭବତୀ ହୋଇଥାଏ , ସର୍ବପ୍ରଥମେ ତାଙ୍କର ଏହା ଜାଣିବା ପାଇଁ ଆଗ୍ରହ ହୋଇଥାଏ ଯେ ତାଙ୍କ ପେଟରେ ବଢୁଥିବା ଶିଶୁ ପୁଅ ନା ଝିଅ । ଆମ ଦେଶ ଓ ବିଦେଶରେ ଏମିତି ବହୁତ ମୁରବି ଅଛନ୍ତି ଯେଉଁମାନେ ଫେସ୍ ରିଡିଙ୍ଗ ଏବଂ ଶରୀରରେ ହେଉଥିବା ପରିବର୍ତ୍ତନ ଦେଖି ବତେଇ ଦିଅନ୍ତି କି ଗର୍ଭରେ ବଢୁଥିବା ଶିଶୁ ପୁଅ ହେବ ନା ଝିଅ । ଏହି ଅନୁମାନ ସଠିକ୍ ହେବ ବୋଲି କୌଣସି ଗ୍ୟାରେଣ୍ଟି ନାହିଁ । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ଲକ୍ଷଣ ବତେଇବୁ , ଯାହାଦ୍ୱାରା ଆପଣ ଜାଣିପାରିବେ ଯେ ଆପଣଙ୍କ ଗର୍ଭରେ ଥିବା ଶିଶୁ ପୁଅ ନା ଝିଅ ।

1.ପେଟର ଆକାର :-

ଯେଉଁ ପ୍ରଗନେଣ୍ଟ ମହିଳାର ପେଟର ଆକାର ଗୋଲ ଏବଂ ବାହାର ପଟକୁ ଫୁଲିଥାଏ ଏହା ପୁଅ ହେବାର ଲକ୍ଷଣ । ସେହିପରି ଯଦି ପେଟର ଆକାର ଚଉଡା ଅଛି ଏବଂ ଗୋଲେଇ ଅଛି ତେବେ ଝିଅ ହେବାର ଲକ୍ଷଣ ।

2. ମିଜାଜ୍ ରେ ପରିବର୍ତ୍ତନ :-

ଯେଉଁ ମହିଳାଙ୍କ ପ୍ରେଗନେନ୍ସି ର ପ୍ରଥମ 3 ମାସ କିଛି କିଛି କଥାରେ ଦୁଃଖ ଅନୁଭବ ହୋଇଥାଏ ବା ପରୂବର୍ତ୍ତୀ 3 ମାସ ରେ ଟିକେ ଟିକେ କଥାରେ ଦୁଃଖ ଓ ଅନୁତାପ ଅନୁଭବ ହୋଇଥାଏ , ତାଙ୍କର ହେବାକୁ ଥିବା ଛୁଆ ପୁଅ ହୋଇପାରେ । ଅନ୍ୟପକ୍ଷେ ପେଟରେ ଝିଅ ଥିଲେ ମା ମାନେ ମେଳାଜୁଳା ଭାବନା ପ୍ରକାଶ କରିଥାନ୍ତି ।

3. ଖାଦ୍ୟରୁ ଘୃଣା ହେବା :-

ଯେଉଁ ମହିଳା ମାନଙ୍କୁ ଖାଦ୍ୟରୁ ଘୃଣାଭାବ ବା ଖାଇ ସାରବା ପରେ ବାନ୍ତି ର ସମସ୍ୟା ବେଶି ହୋଇଥାଏ , ତାଙ୍କର ହେବାକୁ ଥିବା ଛୁଆ ପୁଅ ହୋଇପାରେ । କାରଣ ଗବେଷଣାରୁ ଜଣାଯାଇଛି ଯେ ଗୋଟିଏ ଝିଅର ଭ୍ରୁଣ ଅପେକ୍ଷା ପୁଅର ଭ୍ରୁଣ ଅକ ଅସୁରକ୍ଷିତ ହୋଇଥାଏ ।

4. ଖାଇବାସୋଡା ଟେଷ୍ଟ :-

ଗୋଟିଏ ପାତ୍ରରେ ସକାଳ ର ପ୍ରଥମ ପରିସ୍ରା ନେବେ , ଏଥିରେ ଗୋଟିଏ ଚାମଚ ବେକିଙ୍ଗ ସୋଡା ପକେଇବେ । କୁହାଯାଏ ଯେ ଯଦି ବେକିଙ୍ଗ ସୋଡା ପକାଇବା ପରେ ପରିସ୍ରାରେ ଫେଣ ବା ଫୋଟକା ହୁଏ ତେବେ ଗର୍ଭରେ ଝିଅ ଅଛି । ଯଦି ସୋଡା ପକାଇବା ପରେ କୌଣସି ପରିବର୍ତ୍ତନ ନଆସେ ତେବେ ପୁଅ ଅଛି ।

5. ଚଟପଟା କିମ୍ୱା ମିଠା ଖାଇବାର ଇଚ୍ଛା ହେବା :-

ପ୍ରେଗନେନ୍ସି ସମୟରେ ଜଣେ ମହିଳାଙ୍କୁ ଅଧିକ ମିଠା ଖାଇବାକୁ ଇଚ୍ଛା ହୁଏ ତେବେ ତାଙ୍କ ପେଟରେ ଝିଅ ହୋଇପାରେ । ଅନ୍ୟପଟେ ତାଙ୍କୁ ଅଧିକ ଚଟପଟା , ଖଟା , ମସଲାଯୁକ୍ତ ବା ଲୁଣି ଖାଦ୍ୟ ଖାଇବାକୁ ଇଚ୍ଛା ହୁଏ , ତେବେ ତାହା ପୁଅ ହେବାର ଲକ୍ଷଣ ।

6. ତ୍ୱଚା ସମ୍ୱନ୍ଧୀୟ ସମସ୍ୟା ହେବା :-

ଯଦି ମହିଳାଙ୍କ ପେଟରେ ପୁଅ ଥାଏ , ତାଙ୍କ ଫେସ୍ ରେ ବ୍ରଣ ଆକ୍ନି ଆଦି ସମସ୍ୟା ଅଧିକ ଦେଖାଯାଏ । ଅନ୍ୟପକ୍ଷେ ଯଦି ମହିଳାଙ୍କ ରୂପ ରଙ୍ଗରେ ନିଖାର ଆସିଥାଏ ତେବେ ଏହା ଝିଅ ହେବାର ଲକ୍ଷଣ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button