କ୍ରୀଡା

ପ୍ରଥମ ଲଢ଼େଇ ଆଜିଠୁ: ବୋଲର ଧରିବେ ମହାଟକ୍କର ମଙ୍ଗ

ପର୍ଥ: ଚଳିତବର୍ଷର ସବୁଠୁ ଚର୍ଚ୍ଚିତ ଓ ପ୍ରତୀକ୍ଷିତ ଟେଷ୍ଟ୍‌ ଶୃଙ୍ଖଳା ‘ବର୍ଡର-ଗାଭାସ୍କର୍ ଟ୍ରଫି’ର ପ୍ରଥମ ଲଢ଼େଇ ଶୁକ୍ରବାରଠାରୁ ଆରମ୍ଭ ହେବ। ସ୍ଥାନୀୟ ଅପଟସ୍ ଷ୍ଟାଡିୟମ୍‌ରେ ଏହି ମହାଟକ୍କର ବିଶ୍ବ କ୍ରିକେଟ୍‌ର ଦୁଇ ଦୁର୍ଦ୍ଧର୍ଷ ତଥା ଲୋକପ୍ରିୟ ଦଳ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବ। ମ୍ୟାଚ୍ ଭାରତୀୟ ସମୟ ସକାଳ ୭ଟା ୫୦ରୁ ଖେଳାଯିବ। ସଂଯୋଗବଶତଃ ଉଭୟ ବାହିନୀର ସେନାପତି ଦାୟିତ୍ବରେ ଦୁଇ ଦ୍ରୁତ ବୋଲର ରହିବେ। ନିଜ ଶାଣିତ ବୋଲିଂ ତଥା ସୁଦକ୍ଷ ନେତୃତ୍ବ ପାଇଁ ପରିଚିତ ପ୍ୟାଟ୍ କମିନ୍ସ ଘରୋଇ ଅଷ୍ଟ୍ରେଲିଆର ଅଧିନାୟକ ଏବଂ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ସାଂପ୍ରତିକ କ୍ରିକେଟ୍‌ର ସବୁଠାରୁ ଘାତକ ବୋଲର ଯଶପ୍ରୀତ ବୁମ୍‌ରା ଭାରତୀୟ ଦଳର ମଙ୍ଗ ଧରିବେ। ପର୍ଥ ପରୀକ୍ଷା ପୂର୍ବରୁ ଉଭୟ କମିନ୍ସ ଓ ବୁମ୍‌ରା ଗୁରୁବାର ସାମ୍ବାଦିକ ସମ୍ମିଳନୀ କରି ଏଭଳି ଏକ ହାଇଭୋଲ୍‌ଟେଜ୍‌ ମ୍ୟାଚ୍‌ର ଅଧିନାୟକ ଦାୟିତ୍ବ ତୁଲାଇବା ଗର୍ବ ଓ ଗୌରବର ବିଷୟ ବୋଲି କହିଛନ୍ତି। ଦୁଇଜଣ ଯାକ ମଧ୍ୟ ନିଜ ନିଜ ଶୈଳୀରେ ପରସ୍ପରକୁ ଚେତାବନୀ ଦେଇଛନ୍ତି। ପ୍ରତିପକ୍ଷ ଦଳକୁ ହରାଇବାକୁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବେ ବୋଲି କହିଛନ୍ତି। ଏହା ପୂର୍ବରୁ ଗତବର୍ଷର ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ ମ୍ୟାଚ୍‌ରେ ବିପକ୍ଷ ଖେଳାଳି ତଥା ଦ୍ରୁତ ବୋଲର ଟିମ୍ ସାଉଦି (ନ୍ୟୁଜିଲାଣ୍ଡ)ଙ୍କ ସହ ନିଜ ଦଳର ଅଧିନାୟକ ପଦ ସମ୍ଭାଳିଥିଲେ କମିନ୍ସ। ପର୍ଥ ଟେଷ୍ଟ୍‌କୁ ଏହାର ଏକ ପରିବର୍ଦ୍ଧିତ ରୂପ ଭାବେ ବର୍ଣ୍ଣନା କରିଛନ୍ତି ସେ। ଗତବର୍ଷର ନ୍ୟୁଜିଲାଣ୍ଡ ଶୃଙ୍ଖଳାରେ ସାଉଦିଙ୍କ ସହ ଭଲ ଲଢ଼େଇ ହୋଇଥିଲା। ଆପଣ ସମସ୍ତେ ଜାଣିଛନ୍ତି ମୁଁ ଦ୍ରୁତ ବୋଲିଂର ଜଣେ ବଡ଼ ପ୍ରଶଂସକ। ଏଣୁ ପ୍ରତିପକ୍ଷ ଦଳର ଅଧିନାୟକ ଜଣେ ଦ୍ରୁତ ବୋଲର ରହିବା ମୋତେ ବ୍ୟକ୍ତିଗତ ଭାବେ ସବୁବେଳେ ଉଲ୍ଲସିତ କରିଥାଏ ବୋଲି କହିଛନ୍ତି କମିନ୍ସ। ବୁମ୍‌ରା ମଧ୍ୟ ଏଥିନେଇ ନିଜ ଉତ୍ସାହ ଜାହିର କରିଥିଲେ। ସେ କହିଛନ୍ତି, ଦ୍ରୁତ ବୋଲରମା

Related Articles

Leave a Reply

Your email address will not be published. Required fields are marked *

Back to top button