କ୍ରୀଡା

ଆଜି ମହିଳା ଟି-୨୦ ବିଶ୍ୱକପ ଫାଇନାଲ, ଟ୍ରଫି ପାଇଁ ଲଢ଼ିବେ ଅଷ୍ଟ୍ରେଲିଆ – ଦକ୍ଷିଣ ଆଫ୍ରିକା

କେପ୍ ଟାଉନ୍: ଡିଫେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ଆଜି ମହିଳା ଟି-୨୦ ବିଶ୍ୱକପ ଫାଇନାଲର ମୁହାଁମୁହିଁ ହେବେ । ପ୍ରଥମ ଥର ଫାଇନାଲ୍ ଖେଳୁଥିବା ଦକ୍ଷିଣ ଆଫ୍ରିକା ଯଦି ଟାଇଟଲ ସହ ଚଳିତ ଟୁର୍ଣ୍ଣାମେଣ୍ଟରେ ସ୍ୱପ୍ନର ଅଭିଯାନକୁ ଶେଷ କରିବାକୁ ଚାହୁଁଛି ତେବେ ଏପର୍ଯ୍ୟନ୍ତ ଅପରାଜିତ ଥିବା ଅଷ୍ଟ୍ରେଲିଆର ଚ୍ୟାଲେଞ୍ଜ ପ୍ରତିହତ କରିବା ପାଇଁ ଏକ ଉପାୟ ଖୋଜିବାକୁ ପଡିବ ।

ଦକ୍ଷିଣ ଆଫ୍ରିକା ସେମିଫାଇନାଲରେ ଲଢୁଆ ପ୍ରଦର୍ଶନ ସହ ଇଂଲଣ୍ଡକୁ ହରାଇ ବିପର୍ଯ୍ୟୟ ଘଟାଇଥିଲା ‌। ଅଷ୍ଟ୍ରେଲିଆ ଉପରେ ବିଜୟ ପାଇଁ ଘରୋଇ ଦଳକୁ ସମାନ ପ୍ରଦର୍ଶନ କରିବାକୁ ପଡ଼ିବ | ଅଷ୍ଟ୍ରେଲିଆକୁ ପରାସ୍ତ କରିବା ସହଜ ନୁହେଁ | କାରଣ କଙ୍ଗାରୁ ଦଳ ରେକର୍ଡ ପାଞ୍ଚ ଥର ଚାମ୍ପିଅନ୍ ଏବଂ କ୍ରମାଗତ ସପ୍ତମ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି |

ଗତ ୧୨ ମାସ ମଧ୍ୟରେ ଦକ୍ଷିଣ ଆଫ୍ରିକା ନିଜ ପ୍ରଦର୍ଶନରେ ବେଶ୍ ଉନ୍ନତି କରିଛି | ଦକ୍ଷିଣ ଆଫ୍ରିକା ଦଳ ଗତ ବର୍ଷ ଦିନିକିଆ ବିଶ୍ୱକପ୍‌ର ସେମିଫାଇନାଲକୁ ଉନ୍ନୀତ ହୋଇଥିଲା ​​। ଏବେ ପୁଣି ପ୍ରଥମ ଥର ପାଇଁ ଆଇସିସି ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଛି।

ଦକ୍ଷିଣ ଆଫ୍ରିକା ପାଖରେ ଲୌରା ଉଲଫାର୍ଟ ଓ ତାଜମିନ୍ ବ୍ରିଟ୍ସଙ୍କ ରୂପରେ ଶ୍ରେଷ୍ଠ ଓପନିଂ ଯୋଡି ରହିଛି | ଜାଭେଲିନ୍ ଥ୍ରୋରେ ବ୍ରିଟ୍ସ ଜଣେ ପୂର୍ବତନ ଜୁନିୟର ବିଶ୍ୱ ଚାମ୍ପିଅନ୍ । କିନ୍ତୁ ୨୦୧୨ ରେ ଏକ କାର୍ ଦୁର୍ଘଟଣା ତାଙ୍କ ଅଲିମ୍ପିକ୍ ସ୍ୱପ୍ନକୁ ଧୂଳିସାତ କରିଦେଇଥିଲା ​​|

ଦକ୍ଷିଣ ଆଫ୍ରିକାର ଓପନିଂ ଯୋଡି ବର୍ତ୍ତମାନ ଭଲ ଫର୍ମରେ ଅଛି । ଅଷ୍ଟ୍ରେଲିଆକୁ ହରାଇବାକୁ ହେଲେ ଉଭୟଙ୍କୁ ଏକ ଭଲ ଷ୍ଟାର୍ଟ ଦେବାକୁ ପଡିବ | ଏକ ରୋମାଞ୍ଚକର ସେମିଫାଇନାଲରେ ଭାରତକୁ ହରାଇବା ପରେ ଅଷ୍ଟ୍ରେଲିଆ ଦଳ ଫାଇନାଲରେ ପ୍ରବେଶ କରିଥିଲା।
ଅଲରାଉଣ୍ଡର ମାରିଜନ କାପ୍ ଦକ୍ଷିଣ ଆଫ୍ରିକାର ଅନ୍ୟ ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି ଯିଏ ସେମିଫାଇନାଲରେ ଶେଷ ଓଭରରେ ରନ୍ କରିଥିଲେ।

ଅଧିନାୟକ ସୁନେ ଲୁସ୍ ମଧ୍ୟ ବିଶ୍ଵାସ କରନ୍ତି ଯେ ତାଙ୍କ ଦଳର ପେସ୍ ଯୋଡି ଶବ୍ନିମ ଇସମାଇଲ ଏବଂ ଆୟାବୋଙ୍ଗା ଖାକାଙ୍କ ଉପସ୍ଥିତି ଯୋଗୁଁ ଦକ୍ଷିଣ ଆଫ୍ରିକା ବିଶ୍ବର ଶ୍ରେଷ୍ଠ ବୋଲିଂ ଆକ୍ରମଣ ଭାବେ ଗଣାଯାଉଛି ।

ଦକ୍ଷିଣ ଆଫ୍ରିକା ମଧ୍ୟ ଫାଇନାଲରେ ଦର୍ଶକଙ୍କ ଠାରୁ ବିପୁଳ ସମର୍ଥନ ପାଇବ କିନ୍ତୁ ଏହାର ଖେଳାଳିଙ୍କୁ କୌଣସି ପ୍ରକାରେ ଚାପରେ ରହିବା ମହଙ୍ଗା ପଡ଼ିପାରେ ।

ଲିଗ୍ ପର୍ଯ୍ୟାୟରେ ଅଷ୍ଟ୍ରେଲିଆ ସହଜରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା । ​​କିନ୍ତୁ ଟାଇଟଲ୍ ମୁକାବିଲାରେ କୌଣସି ରିସ୍କ ନେବାକୁ ଚାହିଁବ ନାହିଁ।

ମହିଳା କ୍ରିକେଟର ସବୁଠାରୁ ସଫଳ ଦଳ ଅଷ୍ଟ୍ରେଲିଆ ନିକଟରେ ପ୍ରତ୍ୟେକ ବିଭାଗ ପାଇଁ ଦକ୍ଷ ଖେଳାଳି ଅଛନ୍ତି | ସେମିଫାଇନାଲରେ ଦଳ ଯେପରି ଭାରତ ହାତରୁ ବିଜୟ ଛଡ଼ାଇ ନେଇଥିଲା, ସେଥିରୁ ପ୍ରମାଣିତ ହୋଇଥିଲା ​​ଯେ ଶେଷ ବଲ ନ ପଡ଼ିବା ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ବିପକ୍ଷରେ କୌଣସି ଟିମ୍ ନିଜ ବିଜୟ ସୁନିଶ୍ଚିତ ବୋଲି ଭାବିବା ଠିକ ହେବନି । ମେଗ୍ ଲାନିଙ୍ଗ ନେତୃତ୍ୱାଧୀନ ଦଳ ବ୍ୟାକଫୁଟରେ ରହିଥିଲେ ମଧ୍ୟ କିପରି ଜିତିବେ ତାହା ଭଲ ଭାବରେ ଜାଣନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button