ଓଡିଶା

ତାଲିମ ଓ ନିଯୁକ୍ତି ନାମରେ ତାମିଲନାଡ଼ୁରେ ଝିଅଙ୍କୁ ନିର୍ଯାତନା ପ୍ରତିବାଦରେ ସୁନ୍ଦରଗଡ଼ ବନ୍ଦ ଡାକରା

ସୁନ୍ଦରଗଡ଼: ତାଲିମ ଓ ନିଯୁକ୍ତି ନାମରେ ତାମିଲନାଡୁର କୋଟିୟାରରେ ସୁନ୍ଦରଗଡ଼ର ୯୦ ଜଣ ଝିଅ ନିର୍ଯାତନା ଭୋଗୁଥିବା ଓ ଘରକୁ ଫେରିବାକୁ ଚାହୁଥିଲେ ବି ସେମାନଙ୍କୁ କମ୍ପାନି ଛାଡ଼ୁ ନଥିବା ଅଭିଯୋଗ ହୋଇଛି। ପ୍ରତିବାଦରେ କୋଶଳ ସମାଜ ଆଜି ସୁନ୍ଦରଗଡ଼ ବନ୍ଦ ଡାକରା ଦେଇଛି। ଫଳରେ ଯାନବାହାନ ଚଳାଚଳ ସହ ଦୋକାନବଜାର ବନ୍ଦ ରହିଛି। ସରକାରଙ୍କ କୌଶଳ ବିକାଶ ଯୋଜନାର ପଠାଯାଇଥିବା ଝିଅମାନଙ୍କୁ ଫେରାଇ ଆଣିବାକୁ ଜିଲ୍ଲା କୌଶଳ ବିକାଶ ଅଧିକାରୀଙ୍କ ନେତୃତ୍ବରେ ଏକ ଟିମ୍‌ ଯାଇଥିଲା। କିନ୍ତୁ ପର୍ଯ୍ୟାୟକ୍ରମେ ଝିଅମାନେ ଫେରିବେ ବୋଲି ଅଭିଭାବକଙ୍କୁ ସୂଚନା ଦିଆଯିବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

zxସରକାରଙ୍କ କୌଶଳ ବିକାଶ ଯୋଜନାର ପଠାଯାଇଥିବା ଝିଅଙ୍କୁ ଫେରାଇ ଆଣିବାକୁ ଜିଲ୍ଲା କୌଶଳ ବିକାଶ ଅଧିକାରୀଙ୍କ ନେତୃତ୍ବରେ ଏକ ଟିମ୍‌ ଯାଇଥିଲା। କିନ୍ତୁ ପର୍ଯ୍ୟାୟକ୍ରମେ ଝିଅମାନେ ଫେରିବେ ବୋଲି ଅଭିଭାବକଙ୍କୁ ସୂଚନା ଦିଆଯିବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଲେଫ୍ରିପଡ଼ା ବ୍ଲକର ବିଭିନ୍ନ ପଞ୍ଚାୟତରୁ ୯୦ ଜଣ ଝିଅଙ୍କୁ କମ୍ପ୍ୟୁଟର ତାଲିମ ନାଁରେ କଟକସ୍ଥ ଏକ ତାଲିମ କେନ୍ଦ୍ରକୁ ନେଇ ୪୫ ଦିନିଆ ସିଲେଇ ତାଲିମ ପରେ ଅଭିଭାବକଙ୍କ ଅଗୋଚରରେ ତାମିଲନାଡୁର ଏକ ପୋଷାକ ତିଆରି କମ୍ପାନିରେ ନିୟୋଜିତ କରାଯାଇଛି। ସେଠାରେ ଝିଅମାନଙ୍କୁ ୮ ରୁ ୧୦ ଘଣ୍ଟା ଖଟା ଯାଉଥିବା, ଦେହ ଅସୁସ୍ଥ ହେଲେ ମଧ୍ୟ ଜୋରଜବରଦସ୍ତ କାମ କରିବାକୁ ବାଧ୍ୟ କରାଯାଉଥିବା, ଘରକୁ ଆସିବାକୁ ଚାହିଲେ ବି ଧମକ ଚମକ ଦେଇ ଛଡ଼ା ଯାଉ ନଥିବା, କାମ କରିବା ସମୟରେ ଭୁଲ ହେଲେ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରାଯାଇଥିବା ଅଭିଯୋଗ ରହିଛି। ତେଣୁ ଝିଅମାନଙ୍କୁ ଫେରାଇ ଆଣିବା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ୭ ତାରିଖରୁ କୋଶଳ ସମାଜ ମହାସଚିବ ଦିଲୀପ କୁମାର ପଣ୍ଡାଙ୍କ ନେତୃତ୍ବରେ ଅଭିଭାବକମାନେ ଧାରଣାରେ ବସିଥିଲେ। ଏହା ପରେ ଜାନୁଆରି ୮ ତାରିଖରେ ଝିଅମାନଙ୍କୁ ଫେରାଇ ଆଣିବାକୁ ରାଜ୍ୟ କୌଶଳ ବିକାଶ ଅତିରିକ୍ତ ନିର୍ଦ୍ଦେଶକ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏନେଇ ୧୫ ତାରିଖରେ କୋଶଳ ସମାଜ ନେତୃତ୍ବରେ ଅଭିଭାବକମାନେ ଅତିରିକ୍ତ ଜିଲ୍ଲାପାଳ ରବିନାରାୟଣ ସାହୁଙ୍କୁ ଏକ ଚେତାବନୀ ପତ୍ର ଦେଇଥିଲେ। ଅଭିଯୋଗ ରହିଛି, ଲେଫ୍ରିପଡ଼ା ବ୍ଲକର ବିଭିନ୍ନ ପଞ୍ଚାୟତରୁ ୯୦ ଜଣ ଝିଅଙ୍କୁ କମ୍ପ୍ୟୁଟର ତାଲିମ ନାଁରେ କଟକସ୍ଥ ଏକ ତାଲିମ କେନ୍ଦ୍ରକୁ ନେଇ ୪୫ ଦିନିଆ ସିଲେଇ ତାଲିମ ପରେ ଅଭିଭାବକଙ୍କ ଅଗୋଚରରେ ତାମିଲନାଡୁର ଏକ ପୋଷାକ ତିଆରି କମ୍ପାନିରେ ନିୟୋଜିତ କରାଯାଇଛି। ସେଠାରେ ଝିଅମାନଙ୍କୁ ୮ ରୁ ୧୦ ଘଣ୍ଟା ଖଟା ଯାଉଥିବା, ଦେହ ଅସୁସ୍ଥ ହେଲେ ମଧ୍ୟ ଜୋରଜବରଦସ୍ତ କାମ କରିବାକୁ ବାଧ୍ୟ କରାଯାଉଥିବା, ଘରକୁ ଆସିବାକୁ ଚାହିଲେ ବି ଧମକ ଚମକ ଦେଇ ଛଡ଼ା ଯାଉ ନଥିବା, କାମ କରିବା ସମୟରେ ଭୁଲ ହେଲେ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରାଯାଇଥିବା ଅଭିଯୋଗ ରହିଛି। ତେଣୁ ଝିଅମାନଙ୍କୁ ଫେରାଇ ଆଣିବା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ୭ ତାରିଖରୁ କୋଶଳ ସମାଜ ମହାସଚିବ ଦିଲୀପ କୁମାର ପଣ୍ଡାଙ୍କ ନେତୃତ୍ବରେ ଅଭିଭାବକମାନେ ଧାରଣାରେ ବସିଥିଲେ। ଏହା ପରେ ଜାନୁଆରି ୮ ତାରିଖରେ ଝିଅମାନଙ୍କୁ ଫେରାଇ ଆଣିବାକୁ ରାଜ୍ୟ କୌଶଳ ବିକାଶ ଅତିରିକ୍ତ ନିର୍ଦ୍ଦେଶକ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button