ନୀତି

କେବଳ ଲୋକଙ୍କୁ ସାହାଯ୍ୟ କରି ମୋଟାଅଙ୍କର ରୋଜଗାର କରୁଛନ୍ତି ଏହି ବ୍ୟକ୍ତି – Utkal Mail


ନୂଆଦିଲ୍ଲୀ: କଥାରେ ଅଛି ଟଙ୍କା ପାଇଁ ସବୁ ନାଟ। ଟଙ୍କା ରୋଜଗାର ପାଇଁ ଦିନ ରାତି ଲୋକେ ପରିଶ୍ରମ କରୁଛନ୍ତି। ଏଭଳି କ୍ଷେତ୍ରରେ ଜଣେ ଯୁବକ ଚାକିରି କରି ନାହାନ୍ତି କିନ୍ତୁ ସେ କେବଳ ଲୋକଙ୍କୁ ସାହାଯ୍ୟ କରି ମୋଟାଅଙ୍କର ଟଙ୍କା ରୋଜଗାର କରୁଛନ୍ତି। ଏହି ଯୁବକଙ୍କ ଏଭଳି ରୋଜଗାର ସୋସିଆଲ ମିଡିଆରେ ଚର୍ଚ୍ଚାର ପରିସରରେ ରହିଛି। ସମସ୍ତେ ତାଙ୍କ ରୋଜଗାରର ମାଧ୍ୟମ କ’ଣ ତାହା ଜାଣିବାକୁ ଚାହିଁଛନ୍ତି।

ଆପଣମାନେ ହୁଏତ ଏହି ଘଟଣାକୁ ପରିହାସ କରିପାରନ୍ତି। କିନ୍ତୁ ବାସ୍ତବରେ ଏମିତି ଘଟଣା ଘଟିଛି। ଜାପାନରେ ବସବାସ କରୁଥିବା ୩୯ବର୍ଷର ବ୍ୟକ୍ତିଙ୍କ ନାମ ସୋଜି ମୋରିମୋଟୋ। ସୋଜିଙ୍କୁ ଲୋକମାନେ କେବଳ ନିଜ ସହିତ କିଛି ସମୟ ଅତିବାହିତ କରିବା ପାଇଁ ପାରିଶ୍ରମିକ ଦେଇଥାଆନ୍ତି। ଥରେ ବୁକ ପାଇଁ ସୋଜିଙ୍କୁ ଲୋକେ ପାଖାପାଖି ୫ହଜାର ଟଙ୍କାର ପାରିଶ୍ରମିକ ଦେଇଥାଆନ୍ତି ବୋଲି ଜଣାପଡ଼ିଛି।

 

ସୋଜିଙ୍କୁ ଅଧିକାଂଶ ଗ୍ରାହକ ଅନଲାଇନ ମାଧ୍ୟରେ ଯୋଗାଯୋଗ କରିଥାଆନ୍ତି। ସୋଜିଙ୍କୁ ଜଣେ ଗ୍ରାହକ ନିଜର ସାହାଯ୍ୟ ପାଇଁ ୩୦୦ରୁ ଅଧିକ ଥର ଡାକି ସାରିଛନ୍ତି। ଅଧିକାଂଶ ଗ୍ରାହକ ସୋଜିଙ୍କୁ ରାତ୍ରି ଭୋଜନ, ପାର୍ଟି, ସପିଂ ସମୟରେ ସାହାଯ୍ୟ କରିବା ପାଇଁ ଯୋଗାଯୋଗ କରିଥାଆନ୍ତି।

ସୋଜି ଗତ ୪ବର୍ଷ ହେବ ଏହି କାମ କରି ଆସୁଛନ୍ତି।  ସୋଜି କ’ଣ କାମ କରି ପାରିବେ କ’ଣ ନାହିଁ ଏହା ତାଙ୍କ ଉପରେ ନିର୍ଭର କରେ। ‌ତେଣୁ ଗ୍ରାହକ ତାଙ୍କୁ ଯେତେବେଳେ ଯୋଗାଯୋଗ କରନ୍ତି ସେ ପ୍ରଥମେ କାମ ପଚାରନ୍ତି। ଉକ୍ତ କାମକୁ ଯଦି ସେ ପାରିବେ ହଁ କହନ୍ତି ନ‌ଚେତ ମନା କରି ଦେଇଥାଆନ୍ତି। ନିକଟ‌ରେ ଜଣେ ବ୍ୟକ୍ତି ଘରୁ ଫ୍ରିଜ ବ‌ାହାର କରିବା ପାଇଁ ସୋଜିଙ୍କ ସାହାଯ୍ୟ ଲୋଡ଼ିଥିଲେ। ଏଥିପାଇଁ ତାଙ୍କୁ ମୋଟା ଅଙ୍କର ପାରିଶ୍ରମିକ ବି ଦେଇଥିଲେ।




Related Articles

Leave a Reply

Your email address will not be published. Required fields are marked *

Back to top button