ଧର୍ମ

ରାତିରେ ଜନ୍ମ ହେଇଥିବା ଲୋକମାନେ ବହୁତ ଖାସ୍ – ଏହି ସବୁ ଅଦ୍ଭୁତ ବିଶେଷତା ତାଙ୍କୁ ଜନ୍ମରୁ ହିଁ ମିଳିଥାଏ

ମନୁଷ୍ୟ କିଏ କେତେବେଳେ ଜନ୍ମ ହେବ ତାହା ଭଗବାନ ଯେଉଁ ସମୟ ଠିକ୍ କରିଥାନ୍ତି ସେହି ସମୟରେ ହିଁ ମନୁଷ୍ୟ ଜନ୍ମ ହୁଏ। ଜନ୍ମ ଓ ମୃତ୍ୟୁ ଦୁଇଟି ଯାକ ଭଗବାନ ସମୟ ନିର୍ଦ୍ଧାରଣ କରିଥାନ୍ତି। ହିନ୍ଦୁ ଶାସ୍ତ୍ରରେ ଅଛି ଯେ ମନୁଷ୍ୟ ଜନ୍ମ ହେବାବେଳେ ନିଜର ଭାଗ୍ୟକୁ ନେଇ ଆସିଥାଏ। ଭଗବାନ ଜନ୍ମ ସହିତ ତାହାର ଭାଗ୍ୟକୁ ମଧ୍ୟ ଲେଖିଥାନ୍ତି। କିନ୍ତୁ ଏହାର ସତ୍ୟତା କାହାକୁ ଜଣା ନାହିଁ। କାରଣ ଯଦି ବୈଜ୍ଞାନିକଙ୍କ ଦୃଷ୍ଟିକୋଣରୁ ଦେଖାଯାଏ ତେବେ ଏହି ଦୁନିଆରେ ଭଗବାନଙ୍କର କୌଣସି ଅସ୍ତିତ୍ଵ ନାହିଁ। କିନ୍ତୁ ବେଳେବେଳେ ଏକ ଚମତ୍କାର ହୁଏ ଯାହା ମନୁଷ୍ୟ କେବେ କଳ୍ପନା କରିପାରିବ ନାହିଁ। କିନ୍ତୁ ଆପଣ ଏହି କଥାରେ ପରିଚିତ ଅଟନ୍ତି କି ଯେଉଁ ପିଲାର ଜନ୍ମ ରାତ୍ରରେ ହୁଏ ତାହାର କିଛି ମହତ୍ଵ ବା ବିଶେଷତା ହୋଇଥାଏ।

ତେବେ ଆସନ୍ତୁ ଜାଣିବା ତାହାର ମହତ୍ଵ ବା ବିଶେଷତା କଣ ମିଳିଥାଏ
ଭାବିଚିନ୍ତି ବୁଝି-ବିଚାରୀ କାର୍ଯ୍ୟ କରିବା
ଯେଉଁ ମନୁଷ୍ୟ ରାତ୍ରରେ ଜନ୍ମ ହୁଏ ସେ ବହୁତ ଦାୟିତ୍ଵବାନ ହୋଇଥାନ୍ତି, କୌଣସି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଭଲରେ ଭାବିଚିନ୍ତି ବୁଝି-ବିଚାରୀ କାର୍ଯ୍ୟ କରିଥାନ୍ତି। ଯେ କୌଣସି କାର୍ଯ୍ୟ ଶୀଘ୍ର କରିବା ପାଇଁ ନିର୍ଣ୍ଣୟ କରନ୍ତି ନାହିଁ। ନିଜର କଥାବାର୍ତ୍ତାରେ ସମସ୍ତଙ୍କୁ ଆକର୍ଷିତ କରିଥାନ୍ତି।

କେବେ ହାରନ୍ତି ନାହିଁ
ଯେଉଁ ମନୁଷ୍ୟ ରାତ୍ରରେ ଜନ୍ମ ହୋଇଥାନ୍ତି ସେମାନେ ଯେ କୌଣସି କାର୍ଯ୍ୟ ପୂରଣ କରିବା ପାଇଁ ନିଜର ସଂପୂର୍ଣ୍ଣ ଚେଷ୍ଟା ଦେଇଥାନ୍ତି ଏବଂ ସେ ଯେତେବେଳ ପର୍ଯ୍ୟନ୍ତ କାର୍ଯ୍ୟ ସଫଳ ନ ହୋଇଛନ୍ତି ସେତେବେଳ ପର୍ଯ୍ୟନ୍ତ। ତାଙ୍କର ଅଲଗା ପ୍ରକାରେ କାମ କରିବାର ଅନ୍ଦାଜ ଲୋକମାନଙ୍କୁ ଆକର୍ଷିତ କରିଥାଏ।

ସବୁବେଳେ କିଛି ନୂଆ କାର୍ଯ୍ୟ ଶିଖିବାର ଇଛା
ଯେଉଁ ମନୁଷ୍ୟ ରାତ୍ରରେ ଜନ୍ମ ହୋଇଥାନ୍ତି ସେମାନେ କିଛି ନା କିଛି ନୂଆ କାର୍ଯ୍ୟ ଶିଖିବା ପାଇଁ ସଜାଗ ରହିଥାନ୍ତି। ସେମାନଙ୍କର ଯେକୌଣସି ଦୁଃଖ ଆସେ କେବେ ମଧ୍ୟ ନିଜେ ଭାଙ୍ଗି ପଡନ୍ତି ନାହିଁ। ତାହାର ସାମ୍ନା କରିବାକୁ ସାହସ କରି ଠିଆ ହୋଇଥାନ୍ତି।

କଥାରେ ଆକର୍ଷିତ କରିବାର କଳା
ଯେଉଁ ମନୁଷ୍ୟ ରାତ୍ରରେ ଜନ୍ମ ହୋଇଥାନ୍ତି ସେମାନେ ନିଜର କଥାବାର୍ତ୍ତାରେ ସମସ୍ତଙ୍କୁ ଆକର୍ଷିତ କରିଥାନ୍ତି। ଅନ୍ୟକୁ ଆକର୍ଷିତ କରିବା ପାଇଁ ପରିଶ୍ରମ କରିବାକୁ ପଡେ ନାହିଁ। ବହୁତ ସହଜରେ ସମସ୍ତଙ୍କୁ ନିଜର କରିପାରନ୍ତି। ଯେକୌଣସି ଦୁଃଖ ଆସେ କେବେ ଭାଙ୍ଗି ପଡନ୍ତି ନାହିଁ। ତାହାର ସାମ୍ନା କରିବା ପାଇଁ ଶୀଘ୍ର ଠିଆ ହୋଇପଡନ୍ତି।

 

Related Articles

Leave a Reply

Your email address will not be published. Required fields are marked *

Back to top button