ଦେଶ ବିଦେଶ

ନିଜ ୨ପୁଅଙ୍କୁ ସମ୍ଭାଳିବା ପାଇଁ ଆୟା ଖୋଜୁଛନ୍ତି ଶିଳ୍ପପତି ବିବେକ, ମାସକୁ ଦେବେ ୮୩ଲକ୍ଷ ଟଙ୍କା – Utkal Mail


ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀପତ୍ର ଉପସ୍ଥାପନ କରିଥିବା ଶିଳ୍ପପତି ବିବେକ ରାମାସ୍ବାମୀ ନିଜ ୨ପୁଅଙ୍କୁ ସମ୍ଭାଳିବା ପାଇଁ ଆୟା ଖୋଜୁଛନ୍ତି । ମାସକୁ ସେ ୮୩ଲକ୍ଷ ଟଙ୍କା ଦେବେ ବୋଲି ଜଣାପଡ଼ିଛି। ଏହି ଖବରଟି ଶୁଣିବା ପରେ ଆପଣଙ୍କୁ ଟିକିଏ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ। ହେଲେ ଏହା ସତ। ଭାରତୀୟ ବଂଶୋଦ୍ଭବ ଅରବପତି ବିବେକ ରାମାସ୍ୱାମୀ ତାଙ୍କ ପିଲାମାନଙ୍କ ପାଇଁ ଜଣେ ଆୟା ଖୋଜୁଛନ୍ତି। ଏଥିପାଇଁ ସେ ଅତି କମରେ ୮୩ଲକ୍ଷ ଟଙ୍କା ଦେବାକୁ ପ୍ରସ୍ତୁତ ଅଛନ୍ତି। କିନ୍ତୁ ଏଥିପାଇଁ କିଛି ସର୍ତ୍ତ ରହିଛି। ଯେଉଁମାନେ ସର୍ତ୍ତ ମାନିବେ ସେମାନଙ୍କୁ ହିଁ ଚାକିରି ଦିଆଯିବ।

ସର୍ତ୍ତ ରହିଛି ଯେ, ଆୟାଙ୍କୁ ସପ୍ତାହରେ ଗୋଟିଏ ଦିନ ଛୁଟି ମିଳିବ। ତେଣୁ ମାସକୁ ୨୬ ଦିନ କାମ କରିବା ପାଇଁ ତାଙ୍କୁ ୮୩ଲକ୍ଷ ଟଙ୍କା ଦରମା ଦେବେ ବିବେକ। ପିଲାଙ୍କୁ ସମ୍ଭାଳିବା ସହ ପ୍ରତି ସପ୍ତାହରେ ଥରେ ପରିବାର ସହିତ ବିମାନରେ ଯାତ୍ରା କରିବାକୁ ହେବ ଓ ପ୍ରତିଦିନ ଘରୋଇ ବିମାନରେ ଯାତ୍ରା କରିବାକୁ ପଡିବ। ପୂର୍ବରୁ ଘରେ କାମ କରୁଥିବା ଅନ୍ୟ କର୍ମଚାରୀ ଯେମିତି କି, ରୋଷେୟା, ହାଉସକିପର ଏବଂ ବ୍ୟକ୍ତିଗତ ଅଙ୍ଗରକ୍ଷୀଙ୍କ ସହ ମିଶି ଆୟାଙ୍କୁ କାମ କରିବାକୁ ହେବ। ପିଲାମାନଙ୍କର ପ୍ରତିଦିନର କାର୍ଯ୍ୟକ୍ରମ ସ୍ଥିର କରିବା ସହ ଭ୍ରମଣ ପୂର୍ବରୁ ଓ ପରେ ପୋଷାକ ରଖିବାକୁ ‌ହେବ। ଆୟାଙ୍କ ବୟସ ୨୧ କିମ୍ବା ଏହାଠାରୁ ଅଧିକ ହେବା ଜରୁରୀ ଓ ପୂର୍ବରୁ ତାଙ୍କର ପିଲା ସମ୍ଭାଳିବାର ଅଭିଜ୍ଞତା ଥିବା ଜରୁରୀ।

ଉଲ୍ଲେଖଯୋଗ୍ୟ, ବିବେକ ରାମାସ୍ୱାମୀ ଅପୂର୍ବା ଟି ରାମାସ୍ୱାମୀଙ୍କୁ ବିବାହ କରିଛନ୍ତି। ୟେଲ ବିଶ୍ୱବିଦ୍ୟାଳୟରେ ପଢ଼ିବା ସମୟରେ ଦୁହେଁ ପରସ୍ପରକୁ ଭଲପାଇବସିଥିଲେ। ବିବାହ ପରେ ସେମାନଙ୍କର ଦୁଇଟି ପୁଅ ଅଛନ୍ତି, ଯେଉଁମାନଙ୍କ ପାଇଁ ବିବେକ ଆୟା ଖୋଜୁଛନ୍ତି।




Related Articles

Leave a Reply

Your email address will not be published. Required fields are marked *

Back to top button