ଦେଶ ବିଦେଶ

ଦୀପାବଳିରେ ବାୟୁ ପ୍ରଦୂଷଣ ରୋକିବାକୁ କଟକଣା ଜାରି

ନୂଆଦିଲ୍ଲୀ: ଦିଲ୍ଲୀ ଏନସିଆରରେ ପ୍ରଦୂଷଣ ସ୍ତର ଦୀପାବଳି ପୂର୍ବରୁ ବଢିଯାଇଛି। ବହୁ ଅଞ୍ଚଳରେ ବାୟୁ ପ୍ରଦୂଷଣ ଏପରି ସ୍ଥିତିରେ ପହଞ୍ଚିଛି କି, ଭିଜିବିଲିଟି ହ୍ରାସ ପାଇଛି। ସେପଟେ ପଡୋଶୀ ପଞ୍ଜାବ ଓ ହରିଆଣାରେ ପରାଲି ବା ନଡା ପୋଡି ଆରମ୍ଭ ହୋଇଛି। କଳା ଚାଦର ଦିଲ୍ଲୀ ଏନସିଆରର ଆକାଶକୁ ଆଚ୍ଛାଦିତ କରିଛି। ଏହାକୁ ଦେଖି ଦୀପାବଳି ପାଇଁ ଦିଲ୍ଲୀ ସରକାର କଟକଣା ଜାରି କରିଛି।

ଶନିବାର ପର୍ଯ୍ୟନ୍ତ ଦିଲ୍ଲୀ ଏନସିଆରର ଏୟାର କ୍ବାଲିଟି ଇଣ୍ଡେକ୍ସ ବା ଏକ୍ୟୁଆଇ ୩୦୦ରୁ ୪୦୦ ପାର କରିବାର ଆଶଙ୍କା ପ୍ରକାଶ ପାଇଛି।  ତେଣୁ ଗ୍ରେଡେଡ ରେସ୍ପୋନ୍ସ ଆକ୍ସନ ପ୍ଲାନ ବା ଜିଆରଏପିର ଦ୍ବିତୀୟ ଚରଣରେ ବହୁ କଟକଣା ଜାରି କରାଯାଇଛି।

କୋଇଲା ଓ କାଠ ଜଳାଯାଉଥିବା ତନ୍ଦୁର ହୋଟେଲ ଉପରେ କଟକଣା ଜାରି କରାଯାଇଛି। ଡିଜେଲ ଚାଳିତ ଜେନେରେଟର ବନ୍ଦ କରିବାକୁ କୁହାଯାଇଛି। ହସ୍ପିଟାଲ, ରେଳ ପରି ଜରୁରୀ ସେବାକୁ ଛାଡି ପାର୍କିଂ ଫିସ ବଢିବ ଯେମିତି ଲୋକେ ବ୍ୟକ୍ତିଗତ ବାହାନର ବ୍ୟବହାର କମ କରିବେ। ସିଏନଜି ଓ ଇଲେକ୍ଟ୍ରିକ ବସ ତଥା ମେଟ୍ରୋ ସେବା ବଢିବ।

ଦିଲ୍ଲୀରେ ଶୁକ୍ରବାର ସକାଳୁ ବାୟୁର ଗୁଣବତ୍ତା ହ୍ରାସ ପାଇଥିଲା। ବାୟୁ ଗୁଣବତ୍ତା ଓ ମୌସମ ପୂର୍ବାନୁମାନ ଅନୁସନ୍ଧାନ ପ୍ରଣାଳୀର ତଥ୍ୟ ମୁତାବକ, ବାୟୁର ଗୁଣବତ୍ତା ସୂଚକାଙ୍କ ସକାଳ ୯.୨୦ରେ ୨୨୪ ଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button