ଜୀବନଶୈଳୀ

କେବଳ 7 ଦିନ ଏହାକୁ ଲଗେଇ ଦେଖନ୍ତୁ, ଗୋଟେ ବି ବାଳ ଝଡିବନି

ବର୍ତମାନ ସମୟରେ ସମସ୍ତଙ୍କର ସବୁଠାରୁ ବଡ ସମସ୍ଯା ଏହା ଅଟେ ଯେ ଚୁଟି ବଢୁ ନାହିଁ, ଚୁଟି ଝଡି ଯାଉଛି, କଳା ହଉ ନାହିଁ ଚନ୍ଦା ସମସ୍ଯା ଏହି ଭଳି ସମସ୍ଯା ଗୁଡିକ ଆଜିକା ସମୟରେ ସମସ୍ତଙ୍କୁ ଅଛି । ତେବେ ଆଜି ଆମେ ଆପଣଙ୍କ ପାଇଁ ଏମିତି ଗୋଟେ ଉପାୟ ଆଣିଛୁ ଯାହା କରିବା ଦ୍ଵାରା ଆପଣଙ୍କ ଚୁଟି ସବୁ ସମସ୍ଯା ଦୂର ହବ ଓ ଆପଣଙ୍କୁ କୌଣସି ପ୍ରକାର ଅସୁବିଧା ହବ ନାହିଁ ।

ଆଜି ଆମେ ଆପଣଙ୍କୁ ଯେଉଁ ଉପାୟ କହିବାକୁ ଯାଉଛୁ ତାହା ଆପଣଙ୍କ ରୋଷେଇରେ ସହଜରେ ପ୍ରାପ୍ତ ହୋଇଯିବ ଓ ଏହା ପାଇଁ ଆପଣଙ୍କୁ କିଛି କିଣିବାକୁବି ଯିବାକୁ ହବ ନାହିଁ ।

Image Courtesy: Google

ତେବେ ସମସ୍ତେ ଏହି କଥା ଜାଣିଛନ୍ତି ଯେ ପିଆଜ ଆମ ସ୍ୱାସ୍ଥ୍ୟ ପାଇଁ କେତେ ଲାଭକାରୀ ଅଟେ । ତେବେ କଣ ଆପଣ ଏହା ଜାଣିଛନ୍ତି ଯେ ପିଆଜ ଆମ ଚୁଟି ପାଇଁ କେତେ ଲାଭକାରୀ ଅଟେ, ଯଦି ଜାଣି ନାହାନ୍ତି ତେବେ ଜାଣି ରଖନ୍ତୁ ପିଆଜରେ ବହୁତ ଭଲ ପୋଷ୍ଟିକ ତତ୍ବ ହୋଇଥାଏ ଯାହା ଦ୍ଵାରା ଚୁଟିକୁ ପୋଷଣ ପ୍ରାପ୍ତ ହୁଏ ଓ ଚୁଟି ବଢିବା ସହ କଳା ଓ ସୁନ୍ଦର ଓ ଗହବା ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହାକୁ ବନେଇବା ବିଧି ବିଷୟରେ ।

Image Courtesy: Google

ସର୍ବ ପ୍ରଥମେ ଆପଣଙ୍କୁ ଦୁଇ ଚାମଚ ମେଥି ଗୋଟେ ପ୍ଳେଟରେ ନବାକୁ ହବ ତା ପରେ ଦୁଇ ଚାମଚ କଳା ଜୀରା ନିଅନ୍ତୁ ଏହା ପରେ ଦୁହିଙ୍କୁ ଶୁଖିଲା ଗ୍ରାଇଣ୍ଡ କରନ୍ତୁ ଭଲ ଭାବରେ ପାଉଡର ହବା ପରେ ଆପଣ ସେଥିରେ ଦୁଇଟି ମିଡିଅମ ସାଇଜ ପିଆଜ କାଟି ପକାନ୍ତୁ ଓ ଗ୍ରାଇଣ୍ଡ କରନ୍ତୁ ଦେଖିବେ ଯେତେବେଳ ଗ୍ରାଇଣ୍ଡ କରିବାରେ ଅସୁବିଧା ହୁଏ ତେବେ ଭୁଲରେ ବି ପାଇଁ ମିଶାନ୍ତୁ ନାହିଁ ସେଥିରେ ନଡିଆ ତେଲ ବା ସୋରିଷ ତେଲ ବା ଯେଉଁ ତେଲ ଆପଣ ବ୍ୟବହାର କରନ୍ତି ତାହା ମିଶାନ୍ତୁ ଓ ଗ୍ରାଇଣ୍ଡ କରନ୍ତୁ ।

Image Courtesy: Google

କିନ୍ତୁ ଗୋଟେ କଥା ବିଶେଷ ଧ୍ୟାନ ଦେବେ ଏକା ଥର ସବୁ ତେଲ ବ୍ୟବହାର କରନ୍ତୁ ନାହିଁ ଆପଣଙ୍କୁ ୨୦୦ଏମଏଲ ତେଲ ପକେଇବାର ଅଛି ସେହି ଅନୁଯାଇ ଅଳପ ଅଳପ କରି ମିଶାନ୍ତୁ ଓ ଭଲ ଭାବରେ ପେଷ୍ଟ ହବା ପରେ ଆପଣ ଏହାକୁ ବାହାର କରି ନିଅନ୍ତୁ । ଏହା ପରେ କଢେଇରେ ନଡିଆ ବା ସୋରିଷ ତେଲ ପକାଇ ପେଷ୍ଟ ପକାନ୍ତୁ ଓ ଲୋ ଫ୍ଲେମରେ ୫ମିନିଟ ପକାନ୍ତୁ ଦେଖିବେ ଯେତେବେଳେ ଆପଣଙ୍କ ପେଷ୍ଟ କଳା କଲର ହୋଇଯିବ ତା ପରେ ଦେଖିବେ ପେଷ୍ଟ ତେଲ ଛାଡିବ ଯେତେବେଳେ ପେଷ୍ଟ ତେଲ ଛାଡିବ ତା ପରେ ଆପଣ ଗ୍ଯାସ ବନ୍ଦ କରି ଦେବେ ଓ ଥଣ୍ଡା ହବା ପାଇଁ ଛାଡି ଦିଅନ୍ତୁ ।

Image Courtesy: Google

ତେବେ ପେଷ୍ଟ ଥଣ୍ଡା ହେଲା ପରେ ଆପଣ ଏହାକୁ ଗୋଟେ ବୋତଲରେ ଛାଣି ରଖି ନିଅନ୍ତୁ ଓ ନର୍ମଲ ତେଲ ଭଳି ବ୍ୟବହାର କରନ୍ତୁ । ଏହା ଛଡା ପେଷ୍ଟରୁ ବାହାରିଥିବା ଖଦଡକୁ ଫିଙ୍ଗିବେ ନାହିଁ ଏହାକୁ ଚୁଟିରେ ଲଗାଇ ଗାମୁଛା ନଚେତ ସ୍କ୍ଲ କ୍ୟାପ ପିନ୍ଧି ଦିଅନ୍ତୁ ଓ ଦୁଇ ଘଣ୍ଟା ପରେ ଚୁଟି ଧୋଇ ଦିଅନ୍ତୁ ଦେଖିବେ ଆପଣଙ୍କୁ କେତେ ଭଲ ଲାଗିବ ।

Related Articles

Leave a Reply

Your email address will not be published. Required fields are marked *

Back to top button