ଶିକ୍ଷା

ବିଦ୍ୟାଳୟ ଛୁଟିରେ ହେଲା ପୁଣି ପରିବର୍ତ୍ତନ, ଘୁଞ୍ଚିପାରେ ସ୍କୁଲ ଖୋଲିବା ତାରିଖ : ସରକାର ଜାରୀ କଲେ ବଡ ଘୋଷଣା

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବଦଳିପାରେ ସ୍କୁଲ ଖୋଲିବାର ନିଷ୍ପତ୍ତି ! ତେବେ ହଁ ବନ୍ଧୁଗଣ ସାରା ରାଜ୍ୟରେ ଅସହ୍ୟ ଖରାତାତୀ ସହ ପ୍ରବଳ ମାତ୍ରାରେ ଗରମ ଓ ଗୁଳୁଗୁଳିଆ ଅନୁଭୂତ ହେଉଛି । ତେବେ ଯାହାକି ସାଧାରଣ ଜନଜୀବନକୁ ସଂପୂର୍ଣ୍ଣ ଭାବରେ ହନ୍ତସନ୍ତ କରି ରଖି ଦେଉଛି । ତେବେ ଏହି ଖରାତାତୀ ପାଇଁ ରାଜ୍ୟର ସମସ୍ତ ସ୍କୁଲକୁ ମଧ୍ୟ ସରକାର ବନ୍ଦ ଘୋଷଣା କରିଥିଲେ । ତେବେ ପୂର୍ବରୁ ୧୯ ତାରିଖରେ ସ୍କୁଲ ଖୋଲାଯିବ ବୋଲି ସରକାର ନିଷ୍ପତ୍ତି ନେଇଥିଲେ ।

ହେଲେ ପରେ ପରେ ଖରାଗରମକୁ ଦ୍ରୁଷ୍ଟିରେ ରଖି ସରକାର ଗ୍ରୀଷ୍ମ ଛୁଟିକୁ ଆଉ ୨ ଦିନ ବଢାଇଦେଇଥିଲେ । ତେବେ ଜୁନ ୧୯ ପରିବର୍ତ୍ତେ ଜୁନ ୨୧ ରେ ରାଜ୍ୟର ସମସ୍ତ ବିଦ୍ୟାଳୟ ଖୋଲାଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଥିଲେ । ହେଲେ ବର୍ତ୍ତମାନ କିନ୍ତୁ ସ୍କୁଲ ଖୋଲିବା ତାରିଖରେ ପରିବର୍ତ୍ତନ କରାଯାଇପାରେ ବୋଲି ଆଲୋଚନା ଚାଲିଛି । କାରଣ ରାଜ୍ୟରେ ବର୍ତ୍ତମାନ ସମୟରେ ମଧ୍ୟ ଖରାଗରମରୁ ଲୋକଙ୍କୁ ତ୍ରାହୀ ମିଳିପାରି ନାହିଁ ।

ଗ୍ରୀଷ୍ମ ଦିନ ଭଳି ବର୍ତ୍ତମାନ ମଧ୍ୟ ସେହିପରି ଖରା ତାତୀ ପ୍ରଖର ରହିବା ସହ ଅସହ୍ୟ ଗରମ ଅନୁଭୂତ ହେଉଛି । କାରଣ ପାଣିପାଗର ରେକର୍ଡ ଅନୁଯାଇ ଅନେକ ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀ ରୁ ଅଧିକ ରହୁଛି । ଯେଉଁ କାରଣରୁ ସକାଳ ୮ ଟା ପରେ ଘରୁ ବାହାରିବା କଷ୍ଟସାଧ୍ୟ ହୋଇ ପଡୁଛି । ପୁଣି ଏହି ଖରାରେ ପିଲା ମାନେ ୧୦ ଟା ସମୟରେ କିପରି ବିଦ୍ୟାଳୟକୁ ଯିବେ ସାଧାରଣରେ ଚର୍ଚା ହେବାରେ ଲାଗି ପଡିଛି । ତେବେ ଏହି ସମସ୍ତ କଥାକୁ ଦ୍ରୁଷ୍ଟିରେ ରଖି ସରକାର ଏକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ।

ତେବେ ସରକାରଙ୍କ ନିଷ୍ପତ୍ତି ଅନୁଯାଇ ରାଜ୍ୟର ସମସ୍ତ ଖୁଲ ଖୋଲାଯିବାର ଏକ ନିର୍ଦ୍ଧାରିତ ତାରିଖ କରାଯିବ ନାହିଁ । ସ୍କୁଲ ଖୋଲାଯିବାର ନିଷ୍ପତ୍ତି ପ୍ରତ୍ଯେକଟି ଜିଲ୍ଲାର ଜିଲ୍ଲାପାଳ ମାନେ ନେବେ ବୋଲି ସରକାର ଘୋଷଣା କରିଛନ୍ତି । ରାଜ୍ୟରେ ଖରାର ସ୍ଥିତି ଦେଖି ବିଦ୍ୟାଳୟ ଖୋଲାଯିବ କି ବନ୍ଦ ରଖାଯିବ । ଏହି ସମସ୍ତ ଦାୟିତ୍ଵ ବର୍ତ୍ତମାନ ପ୍ରତ୍ଯେକଟି ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ସରକାର ଏକ ଗୁରୁ ଦାୟିତ୍ଵ ରୂପେ ଦେଇଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button