ଆଇପିଏଲ୍: ଇଡେନ ଗାର୍ଡେନ୍ସରେ ଉଦ୍ଘାଟନୀ ଓ ଫାଇନାଲ ମ୍ୟାଚ୍, କେକେଆର୍-ଆର୍ସିବି ପ୍ରଥମ ମୁକାବିଲା

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୨୦୨୫ ସଂସ୍କରଣ ମାର୍ଚ୍ଚ ୨୨ରୁ ଆରମ୍ଭହେବ। ଏହିଦିନ କଲକାତାର ଇଡେନ୍ ଗାର୍ଡେନ୍ସରେ ଘରୋଇ କଲକାତା ନାଇଟ୍ ରାଇଡର୍ସ (କେକେଆର୍) ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍ସିବି) ମଧ୍ୟରେ ଉଦ୍ଘାଟନୀ ମ୍ୟାଚ୍ ଖେଳାଯିବ। ଉଦ୍ଘାଟନୀ ମ୍ୟାଚ୍ରେ ଦୁଇ ନୂଆ ଅଧିନାୟକଙ୍କୁ ଦେଖିବାକୁ ମିଳିବ। ରଜତ ପଟିଦାର ଆର୍ସିବିର ଅଧିନାୟକ ନିଯୁକ୍ତ ହୋଇଥିବା ବେଳେ କେକେଆର୍ ତା’ର ଅଧିନାୟକଙ୍କ ନାମ ଘୋଷଣା କରିନାହିଁ। ଇଡେନ୍ ଗାର୍ଡେନ୍ସରେ ହିଁ ମେ’ ୨୫େର ଫାଇନାଲ ମ୍ୟାଚ୍ ଖେଳାଯିବ ବୋଲି ବିସିସିଆଇ ମଧ୍ୟସ୍ଥ ସୂତ୍ରରୁ ପ୍ରକାଶ।
ଅବଶ୍ୟ ଅଦ୍ୟାବଧି ଆଇପିଏଲ୍ ଖେଳସୂଚୀ ପ୍ରକାଶ କରିନାହିଁ। ଆସନ୍ତା ସପ୍ତାହରେ ଆଇପିଏଲ୍ର ଖେଳସୂଚୀ ଆସିପାରେ। ତେବେ ମିଳିଥିବା ସୂଚନା ଅନୁସାରେ ୨୩ ବା ରବିବାର ୨ଟି ମ୍ୟାଚ୍ ଖେଳାଯିବ। ଅପରାହ୍ଣ ମ୍ୟାଚ୍ ହାଇଦରାବାଦରେ ଘରୋଇ ସନ୍ରାଇଜର୍ସ ହାଇଦରାବାଦ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯିବ। ସେହିଦିନ ସନ୍ଧ୍ୟାରେ ଚେନ୍ନଇରେ ଚେନ୍ନଇ ସୁପର କିଙ୍ଗ୍ସ ଓ ମୁମ୍ବଇ ଇଣ୍ଡିଆନ୍ସ ମୁକାବିଲା ଖେଳାଯିବ।