ଓଡିଶା

ବିଦ୍ୟାଳୟରେ ବିଳମ୍ବରେ ପହଞ୍ଚିଲେ ଶିକ୍ଷୟିତ୍ରୀ, ଅଭିଯୋଗ ଆଣିଲେ ଗ୍ରାମବାସୀ

ବୈଶିଙ୍ଗା: ବେତନଟୀ ବ୍ଲକ ଅଧୀନ ପୁରୁଣିଆ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବ୍ୟତୀତ ଅନ୍ୟ କୌଣସି ଶିକ୍ଷକ/ଶିକ୍ଷୟିତ୍ରୀ ୧୦ଟା ୫୦ ସୁଦ୍ଧା ସ୍କୁଲରେ ଅନୁପସ୍ଥିତ ଥିବାକୁ ନେଇ ଉତ୍ତେଜନା ଦେଖାଦେଇଥିବା ବେଳେ ଏନେଇ ବ୍ଳକ ଶିକ୍ଷାଅଧିକାରୀଙ୍କ ଦୃଷ୍ଟିଆକର୍ଷଣ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଗ୍ରାମବାସୀ ।

ସୂଚନା ମୁତାବକ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଲକ୍ଷ୍ମୀ ସାହୁଙ୍କ ସମେତ କବିତା ଦାସ, ମମତାବାଳା ଜେନା, ଦେବଯାନୀ ଜେନା, ମମତା ଦାସ, ସୁରମା ପାଣିଗ୍ରାହୀ ଏବଂ ଜୟନ୍ତ କୁମାର ଦତ୍ତ ମୋଟ ୭ଜଣ ଶିକ୍ଷକ/ଶିକ୍ଷୟିତ୍ରୀ ରହିଛନ୍ତି। ତେବେ ବୁଧବାର ସାଢେ ଦଶଟା ସମୟରେ ସ୍କୁଲ ପରିଚାଳନା କମିଟିର ସଭାପତି, ଅଭିଭାବକ ଓ କିଛି ଗ୍ରାମବାସୀ ହଠାତ୍ ସ୍କୁଲରେ ପହଞ୍ଚିଥିଲେ। ସ୍କୁଲରେ କେବଳ ପ୍ରଧାନ ଶିକ୍ଷୟିତ୍ରୀ ଲକ୍ଷ୍ମୀ ସାହୁ ଉପସ୍ଥିତ ରହିଥିବା ବେଲେ ଅନ୍ୟ ୬ଜଣ ଶିକ୍ଷକ/ଶିକ୍ଷୟିତ୍ରୀ ସ୍କୁଲରେ ଉପସ୍ଥିତ ନଥିଲେ। ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ଉପସ୍ଥାନ ଖାତାରେ କେବଳ ପ୍ରଧାନଶିକ୍ଷୟିତ୍ରୀଙ୍କର ଦସ୍ତଖତ ଥିବାବେଳେ ଅନ୍ୟ କୌଣସି ଶିକ୍ଷକ/ ଶିକ୍ଷୟିତ୍ରୀଙ୍କର ଦସ୍ତଖତ ନଥିଲା । ତେବେ ଶିକ୍ଷକ/ଶିକ୍ଷୟିତ୍ରୀ ଛୁଟିରେ ଅଛନ୍ତି କି, ସ୍କୁଲ ଆସିନାହାନ୍ତି ବୋଲି ଗ୍ରାମବାସୀ ପଚାରିବାରୁ ଛୁଟିନେଇ କେହି ଆବେଦନ କରିନଥିବା ପ୍ରଧାନଶିକ୍ଷୟିତ୍ରୀ ଲକ୍ଷ୍ମୀ ସାହୁ ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେl ଏହାପରେ ଗ୍ରାମବାସୀ ସ୍କୁଲ ଫାଟକରେ ତାଲା ପକାଇ ଦେଇଥିଲେ। ଖବର ପ୍ରଚାର ହେବାପରେ ତତ୍କ୍ଷଣାତ ଦୁଇଜଣ ଶିକ୍ଷୟିତ୍ରୀ ଆଗପଛ ହୋଇ ସ୍କୁଲରେ ପହଞ୍ଚିଥିଲେ।

ତେବେ ସବୁ ଠାରୁ ବଡ଼ କଥା ହେଉଛି ୭ଜଣ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ମଧ୍ୟରୁ ୩ଜଣ ଶିକ୍ଷୟିତ୍ରୀଙ୍କର ଘର ସେହି ପୁରୁଣିଆ ଗାଁରେ। ତେବେ ସ୍କୁଲ ଠାରୁ ମାତ୍ର ଏକ କିଲୋମିଟର ଦୂରରେ ଘର ହୋଇଥିଲେ ସୁଦ୍ଧା ୩ଜଣ ଶିକ୍ଷୟିତ୍ରୀଙ୍କ ମଧ୍ୟରୁ ଜଣେ ହେଲେ ବି ସ୍କୁଲରେ ଠିକ ସମୟରେ ପହଞ୍ଚିପାରିନଥିଲେ । ଯାହାକୁ ନେଇ ସେଠାରେ କିଛିସମୟ ପାଇଁ ଚାପା ଉତ୍ତେଜନା ଦେଖାଦେଇଥିଲା। ଦୁଇଜଣ ଶିକ୍ଷୟିତ୍ରୀ ସାଢେଦଶଟା ପରେ ପହଞ୍ଚିବା ବେଳେ ଦୁଇଜଣ ଶିକ୍ଷୟିତ୍ରୀ ୧୦ଟା ୫୦ମିନିଟରେ ପହଞ୍ଚିଥିଲେ। ଏଭଳି ଅବ୍ୟବସ୍ଥା ଏବଂ ଦାୟିତ୍ବହୀନତା ପାଇଁ କାର୍ଯ୍ୟାନୁଷ୍ଠାନ୍ ଗ୍ରହଣ କରିବାକୁ ସେଠାରେ ଉପସ୍ଥିତ ଗ୍ରାମବାସୀ ବ୍ଳକ ଶିକ୍ଷାଅଧୁକାରୀଙ୍କୁ ଫଟୋ ଏବଂ ଭିଡିଓ ପ୍ରମାଣ ସହିତ ଦୃଷ୍ଟି ଆକର୍ଷଣ କରିଥିଲେl ତେବେ ଅଭିଯୋଗ ପାଇଲା ପରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସମେତ ଅନ୍ୟ ଶିକ୍ଷୟିତ୍ରୀଙ୍କୁ ତାଗିଦ କରିଛନ୍ତି ଏଭଳି କାର୍ଯ୍ୟର ପୁନରାବୃତ୍ତି ନକରିବାକୁ ବୋଲି କହିଛନ୍ତି ବ୍ଲକ ଶିକ୍ଷାଧିକାରୀ ବିପ୍ଳବ କର l

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button