ଓଡିଶା

।ମେଗା ଜଳ ପ୍ରକଳ୍ପ ଠିକା କାମରେ ପୂର୍ବ ସରକାରକୁ ଟାର୍ଗେଟ କଲେ ପାନୀୟ ଜଳ ମନ୍ତ୍ରୀ

ଭୁବନେଶ୍ବର: ମେଗା ଜଳ ପ୍ରକଳ୍ପ ଠିକା କାମରେ ପୂର୍ବ ସରକାରକୁ ଟାର୍ଗେଟ କରିଛନ୍ତି ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ। ପୂର୍ବ ସରକାର ସମୟରେ ଠିକାଦାରମାନେ ମଲେଇ ନେଇ ପଳେଇଥିବା ଅଭିଯୋଗ କରିଛନ୍ତି ମନ୍ତ୍ରୀ। ଠିକାଦାରମାନେ ପୂର୍ବ ସରକାର ବେଳେ କେବଳ ପାଇପ ବିଛାଇବା କାମ କରିଥିଲେ। କେବଳ ଘରକୁ ଟ୍ୟାପ ଲଗାଇଛନ୍ତି। ଯେଉଁମାନେ ଠିକା ନେଇଥିଲେ, ସେମାନେ ୫୮ ପ୍ରତିଶତ ଟଙ୍କା ନେଇ ପଳାଇଛନ୍ତି। ଠିକାଦାରମାନେ ମଲେଇ ନେଇ ପଳାଇଛନ୍ତି, କିନ୍ତୁ ତା ପରବର୍ତ୍ତୀ ପାଣି ବିଶୋଧନ କରିବା ପାଇଁ ଟ୍ୟାଙ୍କ କାମ ଏବେ ବି ବାକି ଥିବା ଗୃହରେ କହିଛନ୍ତି ମନ୍ତ୍ରୀ।

ଠିକାଦାରମାନେ ପୂର୍ବ ସରକାର ବେଳେ କେବଳ ପାଇପ ବିଛାଇବା କାମ କରିଥିଲେ। କେବଳ ଘରକୁ ଟ୍ୟାପ ଲଗାଇଛନ୍ତି। ଯେଉଁମାନେ ଠିକା ନେଇଥିଲେ, ସେମାନେ ୫୮ ପ୍ରତିଶତ ଟଙ୍କା ନେଇ ପଳାଇଛନ୍ତି। ଠିକାଦାରମାନେ ମଲେଇ ନେଇ ପଳାଇଛନ୍ତି, କିନ୍ତୁ ତା ପରବର୍ତ୍ତୀ ପାଣି ବିଶୋଧନ କରିବା ପାଇଁ ଟ୍ୟାଙ୍କ କାମ ଏବେ ବି ବାକି ଥିବା ଗୃହରେ କହିଛନ୍ତି ମନ୍ତ୍ରୀ।
ମେଗା ଜଳ ପ୍ରକଳ୍ପ ନେଇ ବିଧାୟକ ସୈାଭିକ ବିଶ୍ୱାଳଙ୍କ ପ୍ରଶ୍ନର ଉତ୍ତରରେ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ ଏକଥା କହିଛନ୍ତି। ବିଧାୟକଙ୍କ କହିଥିଲେ, ରାଜ୍ୟରେ ଆଜି ସୁଦ୍ଧା ୨୦୭ ଗୋଟି ପ୍ରେଜେକ୍ଟରୁ ୧୬ ଗୋଟି ପ୍ରୋଜେକ୍ଟ ପୁରା ହୋଇଛି । ବର୍ତ୍ତମାନ ସୁଦ୍ଧା ୧୫୧ ଗୋଟି ପ୍ରୋଜେକ୍ଟ କାମ ଚାଲୁ ରହିଛି । ୨୦୨୬ ସୁ୍ଦ୍ଧା କାମ ଶେଷ ହେବ, କିନ୍ତୁ ଏବେ ଏହି କାମ କେବେ ସୁ୍ଦ୍ଧା ଶେଷ ହେବ ସେନେଇ ମନ୍ତ୍ରୀଙ୍କ ଠାରୁ ଜାଣିବାକୁ ଚାହୁଁଛି। ଏହି କାମ ବାରମ୍ବାର ଅହେତୁକ ବିଳମ୍ବ ହେଉଛି।

ଏହାସହ ସେ କହିଛନ୍ତି , ମେଗା ଜଳ ପ୍ରକଳ୍ପ ଠିକା କାମରେ ପୂର୍ବ ସରକାରକୁ ଟାର୍ଗେଟ କରିଛନ୍ତି ପାନୀୟ ଜଳ ମନ୍ତ୍ରୀ। ପୂର୍ବ ସରକାର ସମୟରେ ଠିକାଦାର ମାନେ ମଲେଇ ନେଇ ପଳେଇଥିବା ଅଭିଯୋଗ କରିଛନ୍ତି ମନ୍ତ୍ରୀ ରବି ନାୟକ। ପୂର୍ବ ସରକାର ବେଳେ କେବଳ ପାଇପ ବିଛାଇବା କାମ କରିଥିଲେ । କେବଳ ଘରକୁ ଟ୍ୟାପ ଲଗାଇଛନ୍ତି। ଯେଉଁମାନେ ଠିକା ନେଇଥିଲେ, ସେମାନେ ୫୮ ପ୍ରତିଶତ ଟଙ୍କା ନେଇ ପଳାଇଛନ୍ତି । ଠିକାଦାରମାନେ ମଲେଇ ନେଇ ପଳାଇଛନ୍ତି କିନ୍ତୁ ତା ପରବର୍ତ୍ତୀ ପାଣି ବିଶୋଧନ କରିବା ପାଇଁ ଟ୍ୟାଙ୍କ କାମ ଏବେ ବି ବାକି ଥିବା ଗୃହରେ କହିଛନ୍ତି ମନ୍ତ୍ରୀ ।

ଏଣେ ବିଜେଡି ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି, ଯେଉଁମାନେ ଏହି ପ୍ରକଳ୍ପରେ ମଲେଇ ଖାଇଛନ୍ତି ସେମାନେ ଆମ ରାଜ୍ୟର ନୁହଁନ୍ତି ସେମାନଙ୍କୁ ସରକାର ବାନ୍ଧିବା ଦରକାର। ସରକାର ସେମାନଙ୍କୁ ବାନ୍ଧିବାକୁ ବଡ଼ ଯୋଜନା କରନ୍ତୁ, ପ୍ରକଳ୍ପ ପାଇବା ପାଇଁ ପେଟି ଆକାରରେ ଟଙ୍କା ବଣ୍ଟନ କରାଯାଇଥିଲା । ତାହା ବର୍ତ୍ତମାନ ଚିନ୍ତାଜନକ ବିଷୟ, ତାକୁ ଏବେ ସରକାର ଠିକ୍ କରିବା ଦରକାର।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button