ମ୍ୟାରେଜ୍ ସ୍କିମ୍: ବିବାହ ପାଇଁ ଅଢେଇ ଲକ୍ଷ ଟଙ୍କା ଦେବେ ସରକାର, ଜାଣନ୍ତୁ ନୂଆ ଯୋଜନା ବିଷୟରେ

ସରକାର ଜାରି କଲେ ନୂଆ ନିୟମ । ଏଣିକି ବିବାହ କଲେ ମିଳିବ ଟଙ୍କା ! ସମାଜର ଆବଶ୍ୟକତାକୁ ଆଖି ଆଗରେ ରଖି ସରକାର ଅନେକ ସମୟରେ ଅନେକ ଯୋଜନା ଲାଗୁ କରିଥାନ୍ତି । ହେଲେ ସାଧାରଣ ଜନତାଙ୍କୁ ଏହି ବିଷୟରେ ଜଣା ନ ଥିବାରୁ ସେମାନେ ଏହି ଯୋଜନାରୁ ବଞ୍ଚିତ ହୋଇଥାନ୍ତି ।
ତେବେ ଜାଣନ୍ତୁ ସରକାରଙ୍କ ବିବାହ ପ୍ରୋତ୍ସାହନ ଯୋଜନା ବିଷୟରେ…… ଯେଉଁଥିରେ ଆପଣଙ୍କୁ ମିଳିବାକୁ ଯାଉଛି ୨.୫ ଲକ୍ଷ ଟଙ୍କା ।
ସମାଜ ଓ ଦେଶ ଏତେ ଅଗ୍ରସର ହେଲେ ମଧ୍ୟ ଆଜି ବି ଅନେକ ମାତ୍ରାରେ ସମାଜରେ ଜାତି ପ୍ରଥା ଲାଗି ରହିଛି । ଯେଉଁଥି ପାଇଁ ଯୁବକ ଯୁବତୀଙ୍କୁ ଅନ୍ୟ ଜାତିରେ ବିବାହ କରିବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ।
ଯାହାକୁ ଆଖି ଆଗରେ ରଖି ସରକାରଙ୍କ ଦ୍ଵାରା ବିବାହ ପ୍ରୋତ୍ସାହନ ଯୋଜନା ଲାଗୁ କରା ଯାଇଛି । ଏହି ଯୋଜନା ମାଧ୍ୟମରେ ଯଦି ଯୁବକ କିମ୍ବା ଯୁବତୀ ଅନ୍ୟ ଜାତିରେ ତଥା ଛୋଟ ଜାତିରେ ବିବାହ କରୁଛନ୍ତି ତେବେ ତାଙ୍କୁ ସରକାରଙ୍କ ତରଫରୁ ୨.୫ ଲକ୍ଷ ଟଙ୍କା ଦିଆଯିବ ।
ତେବେ ଏଥି ପାଇଁ କିଛି ନିର୍ଦ୍ଧିଷ୍ଟ ଡକ୍ୟୁମେଣ୍ଟର ଆବଶ୍ୟକତା ମଧ୍ୟ ରହିଛି । ଯାହା ଆପଣ ନିକଟସ୍ଥ ଜନସେବା କେନ୍ଦ୍ରରୁ ବୁଝି ପାରିବେ । ନବଦମ୍ପତିଙ୍କୁ ବିବାହର ଏକ ବର୍ଷ ମଧ୍ୟରେ ଏହି ଯୋଜନାର ଲାଭ ଉଠାଇବା ପାଇଁ ଆବେଦନ କରିବାକୁ ହେବ । ଏଥିପାଇଁ ଉଭୟଙ୍କ ଆଧାର କାର୍ଡ, ଆବାସ ପ୍ରମାଣପତ୍ର, ବୟସ ପ୍ରମାଣ ପତ୍ର, ଭୋଟର ଆଇଡି କାର୍ଡ, ପାନ୍ କାର୍ଡ, ବିବାହ ପ୍ରମାଣପତ୍ର, ବ୍ୟାଙ୍କ୍ ଖାତା ଆଦି ଦସ୍ତାବିଜ୍ର ଆବଶ୍ୟକତା ରହିଛି । ବିବାହ ମ୍ୟାରେଜ୍ ଆକ୍ଟ ୧୯୫୫ ରେଜିଷ୍ଟର ହୋଇଥିବା ଆବଶ୍ୟକ ।