ଓଡିଶା
ଆଜି ଓଡିଶା ଛୁଇଁବ ମୌସୁମୀ, 14 ଜିଲ୍ଲାରେ ପ୍ରବଳ ବର୍ଷା ହେବ, ଘଡଘଡି ବିଜୁଳି ମାରିପାରେ, ପବନର ବେଗ ଅଧିକ ରହିବ
ବନ୍ଧୁଗଣ ତାତି ସରିବ ମଣିଷ ଟିକେ ଶାନ୍ତିରେ ନିଶ୍ୱାସ ମାରିବ । ଆଜି ଓଡିଶା ଛୁଇଁବ ମୌସୁମୀ । ଆଜି ୧୪ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ବିଜୁଳି ଚମକି ମାରିପାରେ ଘଡଘଡି ମାରିପାରେ କୂଆ ପଥର ବର୍ଷା ହୋଇପାରେ କାଳବୈଶାଖୀ ପ୍ରଭାବରେ ପବନର ବେଗ ଅଧିକରୁ ଅଧିକ ହୋଇପାରେ । ସେ ୧୪ଜିଲ୍ଲା ହେଉଛି ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ, ବାଲେଶ୍ୱର, କଟକ, ଖୋର୍ଦ୍ଧା ଆଦି ଜିଲ୍ଲାରେ ଆଜି ବିଜୁଳି ସହ ଘଡଘଡି ବର୍ଷା ହୋଇପାରେ ।
ଏସବୁ ଜିଲ୍ଲାରେ ଆଜି ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଆଉ ଏହି ସମୟରେ ପବନ ବୋହିପାରେ । ତତଲା କଢେଇରେ ଯେତେବେଳେ ଭାଜି ହେଉଥୁଲା ସାରା ଓଡିଶା ସେତେବେଳେ ସମସ୍ତେ ତ୍ରାହି ତ୍ରାହି ଡାକୁଥୁଲେ । କିନ୍ତୁ ଆଜି ବର୍ଷା ହେବ । ଏମିତି କିଛି ଅନୁମାନ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଶୁକ୍ରବାର ଠାରୁ ଅତି ପ୍ରବଳ ବର୍ଷା ହେବ ।


