ଜୀବନଶୈଳୀ

ଚତୁର୍ଥୀ ରାତିରେ କନ୍ୟା ବାହାରିଲା ପ୍ରେଗନେଣ୍ଟ, ଆଉ ତାପରେ ସ୍ଵାମୀର ଅବସ୍ଥା ହେଲା ଏମିତି କିଛି

ବିବାହ ଏମିତି ଏକ ଶବ୍ଦ ଯେଉଁଠି ଦୁଇ ବରକନ୍ୟା ଏକାଠି ହେବା ସହ ଦୁଇ ପରିବାର ମଧ୍ୟରେ ସମ୍ପର୍କ ଗଢି ଉଠିଥାଏ । ବିଶ୍ୱାସ , ଭରସା, ପ୍ରେମ ରେ ସମ୍ପର୍କ ମଜବୁତ ହୋଇଥାଏ । ବିବାହ ରେ ସମସ୍ତେ ବହୁତ ମଜା କରନ୍ତି । ବନ୍ଧୁ ବାନ୍ଧବ , ସମ୍ପର୍କୀୟ ଙ୍କୁ ନେଇ ପରିବାର ରେ ଗହଳି ଲାଗିଥାଏ । ବର କନ୍ୟା ଦୁହେଁ ସାତ ଜନ୍ମ ର ସାଥି ହୋଇ ରହିବା ପାଇଁ ସପଥ ନେଇଥାନ୍ତି ।

ହେଲେ ଦୁନିଆ ଏବେ ଏତେ ପରିବର୍ତ୍ତନ ହେଇଗଲାଣି ବିଭିନ୍ନ ଅଦ୍ଭୁତ ପ୍ରକାର ଘଟଣା ଘଟୁଛି । ତେବେ ଉତ୍ତରପ୍ରଦେଶ ରେ ଏମିତି ଏକ ଘଟଣା ଘଟିଛି ଯାହା ଆପଣ ଆଗରୁ କେବେ ଶୁଣି ନଥିବେ । ତେବେ ଉତ୍ତରପ୍ରଦେଶ ରେ ଏକ ବିବାହ ଉତ୍ସବ ହୋଇଥିଲା । ପୁଅ ଝିଅ ଏବଂ ଉଭୟଙ୍କ ପରିବାର ବହୁତ ଭଲ ରେ ବିବାହ କାର୍ଯ୍ୟ କରିଥିଲେ ।

ତେବେ ବିବାହ ପରଦିନ ସେହି ଯୁବତୀ ଙ୍କ ପେଟ ରେ ଯନ୍ତ୍ରଣା ହେବାରୁ ସେ ତାଙ୍କ ସ୍ୱାମୀ ଏବଂ ଶାଶୁ ଘର ଲୋକଙ୍କୁ ଜଣେଇଲେ । ହେଲେ ସମସ୍ତେ ଏହାକୁ ସାଧରଣ ଭାବରେ ନେଲେ । ତେବେ ଏହି ଯନ୍ତ୍ରଣା ନ କମିବାରୁ ସେହି ଯୁବତୀ ଙ୍କ ସ୍ୱାମୀ ଙ୍କ ମନରେ ସନ୍ଦେହ ସୃଷ୍ଟି ହେଲା । ତେବେ ଯୁବତୀ ଙ୍କୁ ନେଇ ମେଡିକାଲ ରେ ଦେଖେଇଲେ । ଏବଂ ଯେତେବେଳେ ରିପୋର୍ଟ ଆସିଲା ଡାକ୍ତର ଙ୍କ କଥା ଶୁଣି ଯୁବତୀ ଙ୍କ ସ୍ୱାମୀ ଏବଂ ପରିବାର ର ହୋସ ଉଡ଼ିଗଲା ।

ଡାକ୍ତର ଯୁବତୀ ଙ୍କ ଅଲ୍ଟ୍ରାସାଉଣ୍ଡ ରିପୋର୍ଟ ଦେଖି ଯୁବତୀ ୫ ମାସ ର ଗର୍ଭବତୀ ଥିବା କହିଲେ । ଯୁବତୀ ଙ୍କ ଏହି ଗର୍ଭବତୀ ହେବା କଥା ଶୁଣି ତାଙ୍କ ସ୍ୱାମୀ ତାଙ୍କୁ ମିଛ କହି ବିବାହ କରିଥିବା ନେଇ ଥାନା ରେ ଅଭିଯୋଗ ଆଣିଥିଲେ । ତେବେ ସେପଟେ ଯୁବତୀ ଙ୍କ ପରିବାର ବିବାହ ପୂର୍ବରୁ ଯୁବତୀ ଙ୍କ ଶାଶୁଘର ଲୋକଙ୍କୁ ସବୁ କଥା କହିଥିଲେ ବୋଲି ମଧ୍ୟ କହିଛନ୍ତି । ତେବେ କିଏ ମିଛ କିଏ ସତ କହୁଛି ତାର ତଦନ୍ତ କରାଯାଉଛି ।

Related Articles

Leave a Reply

Your email address will not be published. Required fields are marked *

Back to top button