ଦେଶ ବିଦେଶ

ସିରିଆରୁ ସ୍ଥାନାନ୍ତର ହେଲେ ୭୫ ଜଣ ଭାରତୀୟ

ନୂଆଦିଲ୍ଲୀ: ବଶାର ଅଲ-ଅସଦଙ୍କୁ କ୍ଷମତାଚ୍ୟୁତ କରିବା ପରେ ସିରିଆ ଏବେ ଇସଲାମିକ ବିଦ୍ରୋହୀ ସଙ୍ଗଠନ ହୟାତ ତାହିର ଅଲ-ଶାମ ବା ଏଚଟିଏସ ର କବଜାରେ ରହିଛି । ଅଲ-ଅସଦ ପରାସ୍ତ ହେବାର ଦୁଇ ଦିନ ପରେ ମଙ୍ଗଳବାର ଦିନ ୭୫ ଜଣ ଭାରତୀୟ ନାଗରିକଙ୍କୁ ସିରିଆରୁ ସ୍ଥାନାନ୍ତର କରାଯାଇଛି।

ସମସ୍ତ ଭାରତୀୟ ନାଗରିକ ନିରାପଦରେ ଲେବାନନ୍ ପାର ହୋଇ ଉପଲବ୍ଧ ବାଣିଜ୍ୟିକ ବିମାନ ଯୋଗେ ଭାରତକୁ ଫେରିବେ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତିରେ କହିଛି।

ଦେଶରେ ୨୪ ବର୍ଷର ରାଷ୍ଟ୍ରପତି ବଶରଙ୍କ ଶାସନ ଶେଷ ହେବା ପରେ କିଏ ହେବ ପରବର୍ତ୍ତୀ ରାଷ୍ଟ୍ରପତି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏବେ ବିଦ୍ରୋହୀ ଗୋଷ୍ଠୀ ‘ହୟାତ ତହରିର ଅଲ୍-ଶାମ’ କବଜାରେ ସିରିଆ। ଏବେ ବିଦ୍ରୋହୀଙ୍କ ଦଖଲରେ ପ୍ରମୁଖ ସହର ଦମାସ୍କସ୍, ଦାରା, କୁନେତ୍ରା, ସୁୱେଡା ଏବଂ ହୋମ୍ସ। ଦେଶର ସବୁଠାରୁ ଶକ୍ତିଶାଳୀ ବିଦ୍ରୋହୀ ଗୋଷ୍ଠୀ ‘ହୟାତ ତହରିର ଅଲ୍-ଶାମ’ ମୁଖ୍ୟ ଅବୁ ମହମ୍ମଦ ଅଲ ଜୁଲାନିଙ୍କ ହାତକୁ ଯାଇପାରେ କ୍ଷମତା। ଦେଶ ଛାଡି ଋଷିଆରେ ଆଶ୍ରୟ ନେଇଛନ୍ତି ରାଷ୍ଟ୍ରପତି ବଶର ଅଲ ଅସଦ। ଏପଟେ ଶାନ୍ତିପୂର୍ଣ୍ଣ ଭାବେ ଜୁଲାନି କ୍ଷମତା ହସ୍ତାନ୍ତର କରିବାକୁ ପ୍ରସ୍ତୁତ ସିରିଆ ସରକାର।

ଯଦି ବିଦ୍ରୋହୀ ଗୋଷ୍ଠୀ ମୁଖ୍ୟ ଜୁଲାନି ସିରିଆର ରାଷ୍ଟ୍ରପତି ହେବେ ତାହାଲେ ଏହା ସ୍ପଷ୍ଟଯେ, ସିରିଆ ଉପରେ ଆମେରିକା ଓ ଇସ୍ରାଏଲ ଆକ୍ରମଣ ଜାରିରଖିବ, କାରଣ ଏହି ଦୁଇ ଦେଶ ଆତଙ୍କବାଦୀ ସଂଙ୍ଗଠନକୁ ମୂଳରୁ ବିରୋଧ କରିଆସୁଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button