ସ୍ୱାସ୍ଥ୍ୟ

ପିଆଜ ସହ ମିଶାଇ ଲଗାନ୍ତୁ ଏହି 1 ଜିନିଷ, ବାଳ ଝଡିବା, ଚନ୍ଦାପଣ ବାଳର ସବୁ ସମସ୍ୟା ସବୁଦିନ ପାଇଁ ହେଇଯିବ ଦୂର

ଆଜି ଆମେ ଆପଣଙ୍କୁ କହିବୁ ବାଳ ସହ ଜଡ଼ିତ ସମସ୍ୟା ଏକାଥରେ ଭଲ ହୋଇ ପାରିବ । ରୁପି, ଚନ୍ଦାପଣ, ବାଳ ଝଡ଼ିବା ଏବଂ ଅନ୍ୟାନ୍ୟ ବାଳ ସହ ଜଡ଼ିତ ସମସ୍ୟାରୁ ମୁକ୍ତି ପାଇ ପାରିବେ । ଆଜି ଆମେ କହିବୁ ସେହି ତେଲ ବିଷୟରେ ଯାହାକୁ ଲଗାଇବା ଦ୍ବାରା ଆପଣ ସମ୍ପୂର୍ଣ୍ଣ ଭାବେ ବାଳ ସମସ୍ୟାରୁ ମୁକ୍ତି ପାଇବେ । ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ ।

ପ୍ରଥମେ ଆପଣ କିଛି ପିଆଜକୁ ନିଅନ୍ତୁ (ଲାଲ୍ ରଙ୍ଗର) କାରଣ ଏଥିରେ ସଲ୍ଫରର ମାତ୍ରା ଅଧିକ ଥାଏ ଏବଂ ଏଥିରେ ଆଣ୍ଟିଅକ୍ସିଡେଣ୍ଟର ମଧ୍ୟ ଥାଏ । ତେବେ ଆପଣ ସେହି ପିଆଜ ଗୁଡ଼ିକୁ ନିଅନ୍ତୁ, ସେଥିରୁ ଚୋପାକୁ କାଢି ପିଆଜକୁ ଛୋଟ ଛୋଟ କରି କାଟି ଦିଅନ୍ତୁ । ପିଆଜର ରସ ଆମ ବାଳକୁ ମଜବୁତ୍ ବନାଏ ଏବଂ ଘନ ମଧ୍ୟ । ବାଳର ଯେଉଁ ଝଡ଼ିବାର ସମସ୍ୟା ଥାଏ ଏହା ବହୁ ମାତ୍ରାରେ କମ୍ କରିଦିଏ ।

ଏହି ତେଲକୁ ବନାଇବାକୁ ହେଲେ ଅଲିଭ୍ ତେଲ (olive) କିମ୍ବା ନଡ଼ିଆ ତେଲ କିମ୍ବା ସୋରିଷ ତେଲ ଅଥବା କାଷ୍ଟର ତେଲ ଏହି ତେଲ ଭିତରୁ କୈାଣସି ତେଲକୁ ବି ନିଅନ୍ତୁ । ସୋରିଷ ତେଲ ଯେଉଁ ମାନଙ୍କର ବାଳ ଧଳା ହବାର ସମସ୍ୟା ଥାଏ ସେମାନଙ୍କ ପାଇଁ ସୋରିଷ ତେଲ ବହୁତ ଭଲ କାମ କରିଥାଏ ।ତେବେ କଟା ପିଆଜକୁ ଗ୍ରାଇଣ୍ଡିଙ୍ଗ ଜାର ଭିତରେ ରଖନ୍ତୁ, ତାହା ଭଲ ଗ୍ରାଇଣ୍ଡିଙ୍ଗ ହେବା ପାଇଁ ସେଥିରେ ଦୁଇ ଚାମଚ ଅଲିଭ଼ ତେଲ ମିଶାନ୍ତୁ ଏବଂ ଭଲ ଭାବରେ ଗ୍ରାଇଣ୍ଡିଙ୍ଗ କରନ୍ତୁ । ଆପଣ ଏହାକୁ ବିନା ପାଣିରେ ଗ୍ରାଇଣ୍ଡିଙ୍ଗ କରିବେ ।

ଯେତେବେଳେ ଏହା ଭଲଭାବରେ ଗ୍ରାଇଣ୍ଡି ହୋଇଯିବ ସେତେବେଳେ ଆପଣ gas ଚୂଲାକୁ ଲଗାଇ ଅଳ୍ପ ଆଞ୍ଚରେ ଯେକୌଣସି ହେୟାର ଅଏଲ ସାଙ୍ଗରେ ସେହି ବଟା ହୋଇଥିବା (ଗ୍ରାଇଣ୍ଡିଙ୍ଗ) ପିଆଜକୁ ଭଲଭାବରେ ମିଶାଇ ରାନ୍ଧନ୍ତୁ ଯେପର୍ଯ୍ୟନ୍ତ ପିଆଜ ବାଦାମୀ ରଙ୍ଗର ନ ହୋଇଛି ।

ପିଆଜ ଭଲ ଭାବରେ ହୋଇଗଲା ପରେ ତାକୁ ରଖି ଥଣ୍ଡା କରନ୍ତୁ । ଥଣ୍ଡା ହୋଇଗଲା ପରେ ସେହି ପିଆଜକୁ ଭଲଭାବରେ ଛାଙ୍କି ଦିଅନ୍ତୁ । ଆପଣ ଏହାକୁ ତାର ଥିବା ଛଙ୍କାରେ ଛାଙ୍କି ପାରିବେ । ଜଦି ଛଙ୍କା ନାହିଁ ତାହେଲେ ଆପଣ ଏକ କପଡା ଦ୍ବାରା ମଧ୍ୟ ଛାଙ୍କି ପାରିବେ ଏବଂ ଏହାକୁ ଭଲ ଭାବରେ ଛାଙ୍କି ତେଲକୁ ଗୋଟିଏ କାଚ ପାତ୍ରରେ ରଖନ୍ତୁ ‌ ।

କାରଣ ତେଲକୁ କାଚ ପାତ୍ରରେ ରଖିବା ଦ୍ବାରା ଏହାର ସମୟ ସୀମା ବଢ଼ିଥାଏ । ସପ୍ତାହରେ ଦୁଇ ରୁ ତିନି ଥର ମୁଣ୍ଡରେ ଲଗାନ୍ତୁ । ଏହାକୁ ଆପଣ ନିଜେ ଅନୁଭବ କରି ପାରିବେ, ଦେଖିବେ ବାଳ ଝଡ଼ିବା ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ । ଯେଉଁଠି ଦୁଇ ମୁହାଁ ବାଳ ଝଡେ ଏବଂ ଗୋଟିଏ ଗୋଟିଏ ଜାଗାରେ ଚନ୍ଦାପଣ ଆସିବାକୁ ଲାଗେ ସେହିସବୁ ସମସ୍ୟା ଦୂର ହୋଇଯିବ ।

ଏହି ତେଲ ବହୁତ ପ୍ରଭାବୀ ହୋଇ ଥାଏ । ବଜାରରେ ଭିନ୍ନ ଭିନ୍ନ ପ୍ରକାରର ତେଲ ଦେଖିବାକୁ ମିଳେ, ହେଲେ ଏହି ତେଲ ପୂରାପୂରି ସୁଦ୍ଧ ଅଟେ ଯାହା ଆମର ପୂର୍ବପୁରୁଷମାନେ ଏହାର ବ୍ୟବହାର କରୁଥିଲେ । ଏହାଦ୍ବାରା ଆମର ବାଳ ଘନ ଏବଂ ମଜବୁତ୍ ହୋଇଥାଏ । ତେବେ ଏହି ତେଲକୁ ବ୍ୟବହାର କରନ୍ତୁ ଯାହାଦ୍ଵାରା ଆପଣଙ୍କର ସମସ୍ତ ବାଳ ସମସ୍ୟା ଦୂର ହୋଇଯିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button